ଲକ୍‌ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼

ମୁମ୍ବାଇ,୯।୪: କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କେତେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି କ୍ରମରେ ମହାରାଷ୍ଟ୍ରରେ ଶୁକବ୍ରାରଠାରୁ ଲକ୍‌ଡାଉନ ଆରମ୍ଭ ହେଉଛି। ଏହି ଲକ୍‌ଡାଉନ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇ ସୋମବାର ସକାଳେ ଶେଷ ହେବ। କରୋନା ବ୍ୟାପିବାରୁ ରୋକିବା ପାଇଁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଥିବା ବେଳେ ଲୋକେ କିନ୍ତୁ ଏହାର ବିପରୀତ ପନ୍ଥା ଅପଣାଇଛନ୍ତି। ଲକ୍‌ଡାଉନ ଲାଗୁ ହେବା ପୂର୍ବରୁ ନିଜ ଘରେ ଆଗୁଆ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ବଜାରରେ ପହଞ୍ଚିଛନ୍ତି। ଯାହା ଏବେ ସରକାରଙ୍କ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିଛି। ସୂଚନା ମୁତାବକ ଶୁକ୍ରବାର ସକାଳେ ଦାଦର ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଏବେ କରୋନାର ହଟସ୍ପଟ ପାଲଟିଥିବା ବେଳେ ଲୋକମାନେ ଉକ୍ତ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା ନ କରି କିଣାକିଣି କରୁଥିବା ଦୃଶ୍ୟ ନଜର ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ନ ପିନ୍ଧି ୬୦ଜଣ ଦେଲେ ଜରିମାନା

କୋଣାର୍କ,୪।୫(ଡି.ଏନ.ଏ.): କରୋନା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାକୁ ଅବମାନନା କରିଥିବାରୁ ସୋମବାର କୋଣାର୍କର ୬୦ଜଣଙ୍କ ଜରିମାନା ଦେଇଛନ୍ତି। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳ,...

ଜ୍ଞାନେଶ୍ୱରୀ ଟ୍ରେନ ଦୁର୍ଘଟଣାରେ ମମତା କ’ଣ ଇସ୍ତଫା ଦେଇଥିଲେ : ଶୁଭେନ୍ଦୁ 

କୋଲକାତା,୪।୬ :ଓଡିଶାର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀଦଳର ଆରୋପକୁ  ଭାଜପା  ସମାଲୋଚନା କରିଛି। ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସି ସୁପ୍ରିମୋ ତଥା...

ଭାଜପା ଶାସନରେ ଅତ୍ୟାଚାର ବଢ଼ୁଛି

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତରେ ସଂଖ୍ୟାଲଘୁ ମୁସଲମାନ ଓ ଆଦିବାସୀ ସମୁଦାୟ ବିରୋଧରେ ହିଂସା ବଢ଼ିବାରେ...

୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍‌

ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି...

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏ...

୮୨ କୋଟି ଲୋକ ଭୋକିଲା

ଜାତିସଂଘ,୧୬ା୭(ପି.ଟି.): ବିଶ୍ୱରେ ୮୨କୋଟିରୁ ଊର୍ଦ୍ଧ୍ୱ ଲୋକ କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ଖାଦ୍ୟ ଅଭାବ ବୃଦ୍ଧି...

ସୁଷମାଙ୍କ ପଥ ଅନୁସରଣ କରୁଛନ୍ତି ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍‌. ଜୟଶଙ୍କର ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତାଃ ସୁଷମା ସ୍ବରାଜଙ୍କ ପଥ...

ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି ଆସି ଟ୍ରୋଲ ହେଲେ ଦୁଇ ଏମପି

ନୂଆଦିଲ୍ଲୀ, ୨୯।୫: ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଜିତି ସଂସଦ ଆସିଥିବା ଦୁଇ ମହିଳା ଏମ୍‌ପି ଏବେ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ଅଭିନେତ୍ରୀ...

Advertisement
Archives

Model This Week