ଉଠାଦୋକାନୀଙ୍କ ଭିଡ଼, ବଢୁଛି ଟ୍ରାଫିକ ସମସ୍ୟା: କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୭।୬ (ଅରୁଣ ସାହୁ)-ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡିର ସମସ୍ତ ରାସ୍ତା ତଥା ରାଜପଥ ଏବଂ ପୂର୍ତ୍ତ ବିଭାଗର ରାସ୍ତା ସଂକୁଚିତ ହେବାରେ ଲାଗିଛି। ବଜାର ମଧ୍ୟରେ ଉଠାଦୋକାନୀଙ୍କ ଭିଡ଼ ତ ଆଉ କିଛି ସ୍ଥାନରେ ଦୋକାନଗୁଡିକ ପାଇଁ ଗାଡିମୋଟରର ଭିଡ଼ ଯୋଗୁ ରାସ୍ତା ସଂକୁଚିତ ହେଉଥିବା ଜଣାପଡିଛି।

ପ୍ରକାଶ ଯେ, ଦାରିଙ୍ଗବାଡିର ପ୍ରମୁଖ ଗହଳିସ୍ଥାନ ହେଉଛି ଚାରିଛକ ଅଞ୍ଚଳ। ସେଠାରୁ ବସ ଷ୍ଟାଣ୍ଡ, ବ୍ଲକ, ବଜାର ଆଦି ଯିବାକୁ ଚାରୋଟି ରାସ୍ତା ରହିଛି। ତେବେ ଚାରିଛକରୁ ବଜାର ଓ ବ୍ଲକ ଯିବା ରାସ୍ତାରେ ଗାଡିମୋଟର ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେବାରେ ଲାଗିଛି।

ଚାରିଛକରୁ ବ୍ଲକ ଦେଇ ପର୍ତ୍ତମାହା ପଞ୍ଚାୟତ ଦେଇ କୋଟଗଡ ବ୍ଲକ ପକାରୀ ପଞ୍ଚାୟତକୁ ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପ୍ରସାରଣ କରାଯାଉଛି। ମୋଟ ୨୪.୬୬୩କିମି ରାସ୍ତା ସମ୍ପ୍ରସାରଣ ପାଇଁ ମୋଟ ୩୧.୭୩ କୋଟି ଟଙ୍କା ବିନିମୟରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାର ଓସାର ୩.୭୫ ମିଟର କରାଯାଉଛି। କେବଳ ଚାରି ଛକରୁ ବ୍ଲକ ରୋଡ଼ର ଗୋଟିଏ କିମି ରାସ୍ତା ୫.୫୦ ମିଟର ଓସାର କରାଯିବାକୁ ରହିଛି। କିନ୍ତୁ ବ୍ଲକ ରୋଡ଼ରେ ଡିମାରକେସନ କରାଯିବା ପରେ ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯିବ ବୋଲି ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କେଶରୀ ସ୍ବାଇଁ କହିଛନ୍ତ। କେବଳ ବ୍ଲକ ରୋଡ଼ ଏବଂ ପର୍ତ୍ତମାହା ଗ୍ରାମରେ ଏହି ରାସ୍ତା ସମ୍ପ୍ରସାରଣ ହେବାକୁ ରହିଥିବାବେଳେ ଏହି ଦୁଇଟି ସ୍ଥାନରେ ଡିମାରକେସନ ଓ ଉଛେଦ କରାଇବାରେ ବିଳମ୍ବ ହେଉଥିବା ବେଳେ ପର୍ତ୍ତମାହାର ଡିମାରକେସନ ସରିଛି। ଆସନ୍ତା ସପ୍ତାହରେ ବ୍ଲକ ରୋଡ଼କୁ ଡିମାରକେସନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ସ୍ବାଇଁ କହିଛନ୍ତି। ବ୍ଲକ ରୋଡ଼ର ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri