ଭିଡ଼ ଅଣାୟତ୍ତ, ସେନା ନରମ

କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ ଜନତା ରଡ଼ି ଛାଡ଼ୁଥିଲେ ‘ରାନିଲ ଗୋ ହୋମ୍‌’। ଟିଅର୍‌ ଗ୍ୟାସ୍‌ରେ ବିକ୍ଷୋଭକାରୀଙ୍କ ଆଖି ପୋଡ଼ିଲେ ମୁହଁ ଧୋଇବା ପାଇଁ ସାମରିକ ବଳ ପାଣି ଦେଉଥିଲା। ଲୋକେ ସେନା ଗାଡ଼ି ଆଗରେ ଛିଡ଼ା ହୋଇଗଲେ ସୈନ୍ୟମାନେ ଅସ୍ତ୍ର ତଳକୁ କରିଦେଉଥିଲେ। ଏଥିରୁ ଜନ ଆନ୍ଦୋଳନ ପ୍ରତି ନୀରବ ସାମରିକ ସମର୍ଥନ ଠଉରାଇ ହେଉଥିଲା।

ଗୋଟାବାୟା ରାଜପାକ୍ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ନ ଦେଇ ମାଳଦ୍ୱୀପ ପଳାୟନ କରିବା ପରେ ବୁଧବାର ଧୈର୍ଯ୍ୟଚ୍ୟୁତ ଶ୍ରୀଲଙ୍କାବାସୀଙ୍କ ପ୍ରକୃତ କ୍ରୋଧ ଦେଖିବାକୁ ମିଳିଛି। ସେମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ଅଫିସ (ପିଏମ୍‌ଓ)କୁ ଟାର୍ଗେଟ କରିଛନ୍ତି। ସ୍ଥିତି ସେନା ଓ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗୋଟାବାୟା ଓ ଓ୍ବିକ୍ରମସିଂଘେଙ୍କ ଇସ୍ତଫା ଦାବିରେ ଲକ୍ଷାଧିକ ଲୋକ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଆଡ଼କୁ ଧାଉଁଥିବାବେଳେ ଭିଡ଼କୁ ଘଉଡ଼ାଇବା ପାଇଁ ସେନା ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଛି। ଏପରି କି ଅନେକ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାବେଳେ ପୋଲିସ ବ୍ଲାଙ୍କ ଫାୟାର କରିଛି। କିନ୍ତୁ ସେନା ପକ୍ଷରୁ କୌଣସି ସ୍ଥାନରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏପରି କି କାମଚଳା ରାଷ୍ଟ୍ରପତି ରୂପେ ନିର୍ବାଚିତ ଓ୍ବିକ୍ରମସିଂଘେ ଏମର୍ଜେନ୍ସି ଜାରି କରି ସେନାକୁ କଡ଼ା କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେବା ପରେ ମଧ୍ୟ କୌଣସି ସ୍ଥାନରେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଟାର୍ଗେଟ କରାଯାଇ ନାହିଁ। ଏଥିରୁ ଆନ୍ଦୋଳନରତ ଜନତାଙ୍କ ପ୍ରତି ସାମରିକ ବଳର ନୀରବ ସମର୍ଥନ ବୁଝିହେଉଛି।

ମାଳଦ୍ୱୀପ କାହିଁକି

ଶ୍ରୀଲଙ୍କାର ବିଦାୟୀ ନେତା ଗୋଟାବାୟା ରାଜପାକ୍ସେ ରାତିଅଧିଆ ପଡ଼ୋଶୀ ମାଳଦ୍ୱୀପକୁ ସ୍ତ୍ରୀ ଲୋମା ଓ ଦୁଇ ସୁରକ୍ଷା ଅଧିକାରୀଙ୍କ ସହ ବାୟୁସେନାର ଏଏନ୍‌-୩୨ ଏୟାରକ୍ରାଫ୍ଟରେ ପଳାୟନ କରିଛନ୍ତି। କଲମ୍ବୋରୁ ଭାରତ ମହାସାଗରରେ ଅବସ୍ଥିତ ମାଳଦ୍ୱୀପର ରାଜଧାନୀ ମାଲିର ଦୂରତା ୭୬୦ କି.ମି., ଯାହାକୁ ଅତିକ୍ରମ କରିବା ପାଇଁ ବିମାନରେ ମାତ୍ର ଦେଢ଼ ଘଣ୍ଟା ଲାଗିଥାଏ। ବ୍ରିଟିଶ ଶାସକଙ୍କଠାରୁ ସ୍ବାଧୀନତା ପାଇବା ପରଠୁ ଉଭୟ ରାଷ୍ଟ୍ର ମଧ୍ୟରେ ଏକ ସକାରାତ୍ମକ କୂଟନୈତିକ ଓ ଆର୍ଥିକ ସମ୍ପର୍କ ରହିଛି। ଏପରି କି ମାଳଦ୍ୱୀପର ସୈନ୍ୟମାନେ ଶ୍ରୀଲଙ୍କା ସେନାରେ ତାଲିମ ନେଇଥାନ୍ତି। ଗୋଟାବାୟାଙ୍କ ପରିବାରର ମଧ୍ୟ ମାଳଦ୍ୱୀପ ସହିତ ସୁସମ୍ପର୍କ ରହିଆସିଛି। ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବାଚସ୍ପତି ମହମ୍ମଦ ନାଶିକ୍‌ ଗୋଟାବାୟାଙ୍କ ପଳାୟନକୁ ସୁଗମ କରିଛନ୍ତି। ଗୋଟାବାୟ ଦମ୍ପତି ମାଲି ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ଉଭୟଙ୍କୁ ସ୍ବାଗତ କରିବା ପାଇଁ ନାଶିକ୍‌ ବ୍ୟକ୍ତିଗତ ଭାବେ ସେଠାରେ ଉପସ୍ଥିତ ଥିଲେ। ଏହି ଦ୍ୱୀପରାଷ୍ଟ୍ରରେ ଗୋଟାବାୟାଙ୍କ ଘରଦ୍ୱାର ଓ ଅନ୍ୟ ସମ୍ପତ୍ତି ରହିଥିବା କୁହାଯାଏ। ତେବେ ଶ୍ରୀଲଙ୍କାବାସୀଙ୍କୁ ସଙ୍କଟ ଭିତରକୁ ଠେଲି ଦେଇ ମାଲିକୁ ଯିବା ମାଳଦ୍ୱୀପର ରାଜନୈତିକ ଦଳଗୁଡ଼ିକ ନାପସନ୍ଦ କରିଛନ୍ତି। ମାଳଦ୍ୱୀପରେ ରହୁଥିବା ଶ୍ରୀଲଙ୍କା ନାଗରିକମାନେ ଗୋଟାବାୟାଙ୍କୁ ସୁରକ୍ଷା ନ ଦେବା ପାଇଁ ସ୍ଥାନୀୟ ସରକାରଙ୍କୁ ଅନୁରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆହୁରି ମଧ୍ୟ କୁହାଯାଉଛି, ମାଲି ଗୋଟାବାୟାଙ୍କ ଶେଷ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ଟ୍ରାଞ୍ଜିଟ୍‌ ପଏଣ୍ଟ। ମାଲିରୁ ସେ ସିଙ୍ଗାପୁର କିମ୍ବା ଅନ୍ୟ କୌଣସି ତୃତୀୟ ରାଷ୍ଟ୍ରକୁ ଯିବେ, ଯେଉଁଠି ତାଙ୍କୁ ଓ ତାଙ୍କ ପରିବାରକୁ ନାଗରିକତ୍ୱ ଅଥବା ଶରଣ ସହଜରେ ମିଳିପାରିବ। ଜୁଲାଇ ୯ରେ ଶ୍ରୀଲଙ୍କାର ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଦଖଲ କରିବା ପୂର୍ବରୁ ଉଭାନ ହୋଇଯାଇଥିବା ଗୋଟାବାୟା ପ୍ରଥମେ ୫ଟି ଦେଶକୁ ତାଲିକାରେ ରଖିଥିଲେ। ୨୦୧୯ ପୂର୍ବରୁ ଗୋଟାବାୟାଙ୍କର ଦ୍ୱୈତ ନାଗରିକତ୍ୱ ରହିଥିଲା। ଗୋଟିଏ ଶ୍ରୀଲଙ୍କା ଓ ଅନ୍ୟଟି ଆମେରିକା। କିନ୍ତୁ ଶ୍ରୀଲଙ୍କା ସମ୍ବିଧାନ ଅନୁଯାୟୀ ଦେଶର ପ୍ରଥମ ନାଗରିକ ହେବା ପାଇଁ ଅନ୍ୟ ଦେଶର ନାଗରିକତ୍ୱ ଛାଡ଼ିବାକୁ ପଡ଼ିଥାଏ। ତେଣୁ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୋଟାବାୟା ଆମେରିକା ନାଗରିକତ୍ୱ ତ୍ୟାଗ କରିଥିଲେ। ଦୁଇ ଦିନ ତଳେ ଆମେରିକା ଯିବା ପାଇଁ ଗୋଟାବାୟା ଯୋଜନା କରିଥିଲେ ହେଁ ଓ୍ବାଶିଂଟନ୍‌ର ଅନୁମତି ମିଳି ନ ଥିଲା। ଭାରତ କୂଟନୈତିକ ସମ୍ପର୍କ ଖରାପ ହେବା ଆଶଙ୍କାରେ ଗୋଟାବାୟାଙ୍କୁ ଶରଣ ଦେଇ ନ ଥାଇପାରେ ବୋଲି ଅନୁମାନ କରାଯାଉଛି। ମରିସସ୍‌ କଥା ଜଣା ପଡ଼ିନାହିଁ। ମଙ୍ଗଳବାର ଗୋଟାବାୟା ଓ ତାଙ୍କ ସାନଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରର ଭିଆଇପି ପୋର୍ଟ ଟର୍ମିନାଲ ଦେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପଳାୟନ ଉଦ୍ୟମ କରୁଥିବାବେଳେ ଅପ୍ରବାସନ କର୍ତ୍ତୃପକ୍ଷ ଉଭୟଙ୍କୁ ଅଟକାଇଥିଲେ। ସମ୍ଭବତଃ ଏଇଥିପାଇଁ ସେ ମାଳଦ୍ୱୀପକୁ ବାଛିଥିବା କୁହାଯାଉଛି।

 

ଶ୍ରୀଲଙ୍କାର ଗଣତନ୍ତ୍ର ପ୍ରତି ଏକ ‘ଫାସିବାଦୀ ବିପଦ’ ରହିଛି। ରାଷ୍ଟ୍ରର ସମ୍ପତ୍ତିକୁ ନଷ୍ଟ ହେବାରୁ ରକ୍ଷା କରାଯିବ। ସ୍ବାଭାବିକ ସ୍ଥିତି ଫେରାଇ ଅଣାଯିବ। ରାଷ୍ଟ୍ରପତିଙ୍କ ଅଫିସ ଓ ସେକ୍ରେଟାରିଏଟ୍‌, ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ଯେଉଁମାନେ ମୋତେ କାର୍ଯ୍ୟକାରୀ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇ ନ ଦେବା ପାଇଁ ମୋ ଅଫିସରେ ଅଛନ୍ତି, ସେମାନଙ୍କୁ ଆମ ସମ୍ବିଧାନକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ଏହି କଠୋରପନ୍ଥୀମାନଙ୍କୁ କେତେଜଣ ମୁଖ୍ୟସ୍ରୋତର ରାଜନୈତିକ ଦଳ ନେତା ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି କାରଣରୁ ମୁଁ ଦେଶବ୍ୟାପୀ ଏମର୍ଜେନ୍ସି ଓ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି।
-ରାନିଲ ଓ୍ବିକ୍ରମସିଂଘେ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
ତଥା କାମଚଳା ରାଷ୍ଟ୍ରପତି


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri