ଘର ଦେବା ଆଳରେ ବହୁ କୋଟି ଠକେଇ

ଭୁବନେଶ୍ୱର,୩୧।୮ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ବହୁ କୋଟି ଟଙ୍କା ଠକି ଉଭାନ ହୋଇଯାଇଛି ଭୁବନେଶ୍ୱରର ଏକ ବିଲ୍ଡର ସଂସ୍ଥା। ଏନେଇ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଘଟଣାର ତଦନ୍ତ କରି ସତ୍ୟାସତ୍ୟ ପାଇବା ପରେ କେଶରୀ ଇଷ୍ଟେଟ୍‌ ପ୍ରାଇଭେଟ ଲିମିଟେଡ୍‌ ନାଁରେ ମାମଲା (ନଂ.୬/୨୦) ରୁଜୁ କରିଛି। ଉକ୍ତ ସଂସ୍ଥାର ଏମ୍‌ଡି ଫେରାର ରହିଥିବାରୁ ତାଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଖାରବେଳନଗର ଥାନା ଅନ୍ତର୍ଗତ କେଶରୀ ଟକିଜ ନିକଟରେ ଉକ୍ତ ବିଲ୍ଡର ସଂସ୍ଥା ଅଫିସ୍‌ ଖୋଲି ଜମି ଓ ଘର ବିକ୍ରି କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ ଡୁପ୍ଲେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଗୋଟିଏ ଡୁପ୍ଲେକ୍ସ ବାବଦକୁ ଲୋକଙ୍କଠାରୁ ୩୦ଲକ୍ଷ ଟଙ୍କା ଲେଖାଏ ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ବିଡ଼ିଏ ଅନୁମତି ମିଳୁ ନ ଥିବା କହି ସମୟ ଗଡ଼ାଇବା ସହ ଲୋକଙ୍କୁ ଭୁଆଁ ବୁଲାଇଥିଲା। କିନ୍ତୁ ଉକ୍ତ ବିଲ୍ଡର ସଂସ୍ଥା ବିଡ଼ିଏ ଆପ୍ରୁଭାଲ ପାଇଁ କୌଣସି ଆବେଦନ କରି ନ ଥିବା ଜଣାପଡି ଥିଲା। ଲୋକେ ଅର୍ଥ ଫେରସ୍ତ ପାଇଁ ଦାବି କରିବାରୁ ୨୦୧୩ରେ ଅନ୍ୟଏକ ପ୍ରୋଜେକ୍ଟ ଯଦୁପୁରରେ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ହେବ ଓ ପ୍ରଥମେ ଟଙ୍କା ଦେଇଥିବା ଲୋକଙ୍କୁ ଘର ଦିଆଯିବ ବୋଲି ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ଏପରିକି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଉକ୍ତ ସଂସ୍ଥା ବିଡିଏ ଆପ୍ଲୁଭାଲ ଦେଖାଇଥିଲା। ଏହାକୁ ବିଶ୍ୱାସ କରି ପୂର୍ବରୁ ଟଙ୍କା ଦେଇଥିବା ଲୋକଙ୍କଠାରୁ ପୁଣି କିଛି ଟଙ୍କା ନିଆଯାଇଥିଲା। ଏମିତି ୧୮ରୁ ଉର୍ଦ୍ଧ୍ୱ ବ୍ୟକ୍ତି ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ଘର ବୁକ୍‌ କରିଥିଲେ। ହେଲେ ଘର ନିର୍ମାଣ ନ କରି ସମୟ ଗଡ଼ାଇବାରୁ ଜମାକାରୀମାନେ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚତ୍ ହୋହଲ୍ଲା କରି ଟଙ୍କା ଫେରସ୍ତ ଦାବି କରିଥିଲେ। ଲୋକଙ୍କ କ୍ରୋଧକୁ ଏଡ଼ାଇବା ପାଇଁ ସଂସ୍ଥା ତୁରନ୍ତ ପାଚେରି ଏବଂ କିଛି ଖୁଣ୍ଟ ନିର୍ମାଣ କରିଥିଲା। କିନ୍ତୁ ପରେ କାମ ବନ୍ଦ ହୋଇଯାଇଥିଲା। ଜମାକାରୀମାନେ ପୁଣି ସଂସ୍ଥାକୁ ଯାଇଥିଲେ ମଧ୍ୟ ତାଲା ଝୁଲୁଥିବା ଦେଖି ହତାଶ ହୋଇଯାଇଥିଲେ। ଶେଷରେ ସେମାନେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଇଓଡବ୍ଲ୍ୟୁ ଜଣେ ଅଧିକାରୀଙ୍କୁ ନିୟୁକ୍ତ କରିଥିଲେ। ସମ୍ପୃକ୍ତ ଅଧିକାରୀ ତଦନ୍ତ କରି ଠକେଇ ହୋଇଥିବା ରିପୋର୍ଟ ଦେବା ପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଜିଏ ଡିପାର୍ଟମେଣ୍ଟ ଜମିକୁ ୧୬ଲକ୍ଷରେ ବିକିଦେଲେ

ରାଜଧାନୀରେ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଜମିକୁ ବି ଛାଡୁନାହାନ୍ତି ଜମି ମାଫିଆ। ଉକ୍ତ ସରକାରୀ ଜମିକୁ ଜାଲ୍‌ କାଗଜପତ୍ର ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ୧୬ଲକ୍ଷ ଟଙ୍କା ଠକି ନେଇଛନ୍ତି। ତେବେ ଠକେଇର ଶିକାର ବ୍ୟକ୍ତି ଜଣକ ଶହୀଦନଗର ମାର୍କେଟରେ ରହୁଥିବା ସୁଧୀର ନାୟକ ଉକ୍ତ ଜମିଟି ଜିଏ ବିଭାଗ ନାଁରେ ରହିଥିବା ଜାଣିବାକୁ ପାଇବା ପରେ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ସୁଧୀରଙ୍କ ଅଭିଯୋଗ ଅନୁଯାୟୀ, ସେ ଭୁବନେଶ୍ୱରରେ ଏକ ଜମି କିଣିବା ପାଇଁ ଖୋଜାଖୋଜି କରୁଥିବାବେଳେ ପ୍ରଦୀପ କୁମାର ପଣ୍ଡାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପ୍ରଦୀପ ତାଙ୍କୁ ଜମି ସୁଲଭ ମୂଲ୍ୟରେ ରାଜଧାନୀରେ ଜମି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଚାରିଆଡେ ବୁଲାଇଥିଲେ। ଗାଡ଼କଣରେ ଥିବା ରାମଚନ୍ଦ୍ର ସାହୁଙ୍କ ଜମି ବିକ୍ରି ହେବ ବୋଲି କହିଥିଲେ। ଏଥିପାଇଁ ରାମଚନ୍ଦ୍ର ତାଙ୍କୁ ପାଓ୍ବାର ଅଫ୍‌ ଆଟର୍ନି ଦେଇଥିବାର ଡକ୍ୟୁମେଣ୍ଟ ଦେଖାଇ ବିଶ୍ୱାସ ଜନ୍ମାଇଥିଲେ। ଶେଷରେ ଉକ୍ତ ଜମିକୁ କିଣିବାକୁ ୧୬ ଲକ୍ଷ ଟଙ୍କା ଫାଇନାଲ ହୋଇଥିଲା। ୨୦୧୨ ଅଗଷ୍ଟ ୧୭ରେ ଭୁବନେଶ୍ୱର ସବ୍‌ରେଜଷ୍ଟ୍ରି ଅଫିସରେ ଜମି ରେଜିଷ୍ଟ୍ରି ହୋଇଥିଲା। ସେହିଦିନ ସୁଧୀର ଜମି ବାବଦକୁ ୧୬ ଲକ୍ଷ ଟଙ୍କା ପ୍ରଦୀପଙ୍କୁ ଦେଇଥିଲେ। ଏହାର କିଛିଦିନ ପରେ ସୁଧୀର ଉକ୍ତ ଜମିର ପଟ୍ଟା କାଢିବା ପରେ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ଜମିଟି ସାଧାରଣ ପ୍ରଶାସନ ବିଭାଗର ହୋଇଥିବା ସୁଧୀର ଦେଖିବା ପରେ ପ୍ରଦୀପଙ୍କ ଘରକୁ ଯାଇଥିଲେ ମଧ୍ୟ ସେ ଧରାଛୁଅଁା ନ ଦେଇ ଓଲଟା ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ତେବେ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟର କେତେଜଣ କର୍ମଚାରୀ ଏହି ଠକେଇରେ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri