ଘର ଦେବା ଆଳରେ ବହୁ କୋଟି ଠକେଇ

ଭୁବନେଶ୍ୱର,୩୧।୮ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ବହୁ କୋଟି ଟଙ୍କା ଠକି ଉଭାନ ହୋଇଯାଇଛି ଭୁବନେଶ୍ୱରର ଏକ ବିଲ୍ଡର ସଂସ୍ଥା। ଏନେଇ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଘଟଣାର ତଦନ୍ତ କରି ସତ୍ୟାସତ୍ୟ ପାଇବା ପରେ କେଶରୀ ଇଷ୍ଟେଟ୍‌ ପ୍ରାଇଭେଟ ଲିମିଟେଡ୍‌ ନାଁରେ ମାମଲା (ନଂ.୬/୨୦) ରୁଜୁ କରିଛି। ଉକ୍ତ ସଂସ୍ଥାର ଏମ୍‌ଡି ଫେରାର ରହିଥିବାରୁ ତାଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଖାରବେଳନଗର ଥାନା ଅନ୍ତର୍ଗତ କେଶରୀ ଟକିଜ ନିକଟରେ ଉକ୍ତ ବିଲ୍ଡର ସଂସ୍ଥା ଅଫିସ୍‌ ଖୋଲି ଜମି ଓ ଘର ବିକ୍ରି କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ ଡୁପ୍ଲେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଗୋଟିଏ ଡୁପ୍ଲେକ୍ସ ବାବଦକୁ ଲୋକଙ୍କଠାରୁ ୩୦ଲକ୍ଷ ଟଙ୍କା ଲେଖାଏ ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ବିଡ଼ିଏ ଅନୁମତି ମିଳୁ ନ ଥିବା କହି ସମୟ ଗଡ଼ାଇବା ସହ ଲୋକଙ୍କୁ ଭୁଆଁ ବୁଲାଇଥିଲା। କିନ୍ତୁ ଉକ୍ତ ବିଲ୍ଡର ସଂସ୍ଥା ବିଡ଼ିଏ ଆପ୍ରୁଭାଲ ପାଇଁ କୌଣସି ଆବେଦନ କରି ନ ଥିବା ଜଣାପଡି ଥିଲା। ଲୋକେ ଅର୍ଥ ଫେରସ୍ତ ପାଇଁ ଦାବି କରିବାରୁ ୨୦୧୩ରେ ଅନ୍ୟଏକ ପ୍ରୋଜେକ୍ଟ ଯଦୁପୁରରେ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ହେବ ଓ ପ୍ରଥମେ ଟଙ୍କା ଦେଇଥିବା ଲୋକଙ୍କୁ ଘର ଦିଆଯିବ ବୋଲି ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ଏପରିକି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଉକ୍ତ ସଂସ୍ଥା ବିଡିଏ ଆପ୍ଲୁଭାଲ ଦେଖାଇଥିଲା। ଏହାକୁ ବିଶ୍ୱାସ କରି ପୂର୍ବରୁ ଟଙ୍କା ଦେଇଥିବା ଲୋକଙ୍କଠାରୁ ପୁଣି କିଛି ଟଙ୍କା ନିଆଯାଇଥିଲା। ଏମିତି ୧୮ରୁ ଉର୍ଦ୍ଧ୍ୱ ବ୍ୟକ୍ତି ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ଘର ବୁକ୍‌ କରିଥିଲେ। ହେଲେ ଘର ନିର୍ମାଣ ନ କରି ସମୟ ଗଡ଼ାଇବାରୁ ଜମାକାରୀମାନେ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚତ୍ ହୋହଲ୍ଲା କରି ଟଙ୍କା ଫେରସ୍ତ ଦାବି କରିଥିଲେ। ଲୋକଙ୍କ କ୍ରୋଧକୁ ଏଡ଼ାଇବା ପାଇଁ ସଂସ୍ଥା ତୁରନ୍ତ ପାଚେରି ଏବଂ କିଛି ଖୁଣ୍ଟ ନିର୍ମାଣ କରିଥିଲା। କିନ୍ତୁ ପରେ କାମ ବନ୍ଦ ହୋଇଯାଇଥିଲା। ଜମାକାରୀମାନେ ପୁଣି ସଂସ୍ଥାକୁ ଯାଇଥିଲେ ମଧ୍ୟ ତାଲା ଝୁଲୁଥିବା ଦେଖି ହତାଶ ହୋଇଯାଇଥିଲେ। ଶେଷରେ ସେମାନେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଇଓଡବ୍ଲ୍ୟୁ ଜଣେ ଅଧିକାରୀଙ୍କୁ ନିୟୁକ୍ତ କରିଥିଲେ। ସମ୍ପୃକ୍ତ ଅଧିକାରୀ ତଦନ୍ତ କରି ଠକେଇ ହୋଇଥିବା ରିପୋର୍ଟ ଦେବା ପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଜିଏ ଡିପାର୍ଟମେଣ୍ଟ ଜମିକୁ ୧୬ଲକ୍ଷରେ ବିକିଦେଲେ

ରାଜଧାନୀରେ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଜମିକୁ ବି ଛାଡୁନାହାନ୍ତି ଜମି ମାଫିଆ। ଉକ୍ତ ସରକାରୀ ଜମିକୁ ଜାଲ୍‌ କାଗଜପତ୍ର ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ୧୬ଲକ୍ଷ ଟଙ୍କା ଠକି ନେଇଛନ୍ତି। ତେବେ ଠକେଇର ଶିକାର ବ୍ୟକ୍ତି ଜଣକ ଶହୀଦନଗର ମାର୍କେଟରେ ରହୁଥିବା ସୁଧୀର ନାୟକ ଉକ୍ତ ଜମିଟି ଜିଏ ବିଭାଗ ନାଁରେ ରହିଥିବା ଜାଣିବାକୁ ପାଇବା ପରେ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ସୁଧୀରଙ୍କ ଅଭିଯୋଗ ଅନୁଯାୟୀ, ସେ ଭୁବନେଶ୍ୱରରେ ଏକ ଜମି କିଣିବା ପାଇଁ ଖୋଜାଖୋଜି କରୁଥିବାବେଳେ ପ୍ରଦୀପ କୁମାର ପଣ୍ଡାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପ୍ରଦୀପ ତାଙ୍କୁ ଜମି ସୁଲଭ ମୂଲ୍ୟରେ ରାଜଧାନୀରେ ଜମି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଚାରିଆଡେ ବୁଲାଇଥିଲେ। ଗାଡ଼କଣରେ ଥିବା ରାମଚନ୍ଦ୍ର ସାହୁଙ୍କ ଜମି ବିକ୍ରି ହେବ ବୋଲି କହିଥିଲେ। ଏଥିପାଇଁ ରାମଚନ୍ଦ୍ର ତାଙ୍କୁ ପାଓ୍ବାର ଅଫ୍‌ ଆଟର୍ନି ଦେଇଥିବାର ଡକ୍ୟୁମେଣ୍ଟ ଦେଖାଇ ବିଶ୍ୱାସ ଜନ୍ମାଇଥିଲେ। ଶେଷରେ ଉକ୍ତ ଜମିକୁ କିଣିବାକୁ ୧୬ ଲକ୍ଷ ଟଙ୍କା ଫାଇନାଲ ହୋଇଥିଲା। ୨୦୧୨ ଅଗଷ୍ଟ ୧୭ରେ ଭୁବନେଶ୍ୱର ସବ୍‌ରେଜଷ୍ଟ୍ରି ଅଫିସରେ ଜମି ରେଜିଷ୍ଟ୍ରି ହୋଇଥିଲା। ସେହିଦିନ ସୁଧୀର ଜମି ବାବଦକୁ ୧୬ ଲକ୍ଷ ଟଙ୍କା ପ୍ରଦୀପଙ୍କୁ ଦେଇଥିଲେ। ଏହାର କିଛିଦିନ ପରେ ସୁଧୀର ଉକ୍ତ ଜମିର ପଟ୍ଟା କାଢିବା ପରେ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ଜମିଟି ସାଧାରଣ ପ୍ରଶାସନ ବିଭାଗର ହୋଇଥିବା ସୁଧୀର ଦେଖିବା ପରେ ପ୍ରଦୀପଙ୍କ ଘରକୁ ଯାଇଥିଲେ ମଧ୍ୟ ସେ ଧରାଛୁଅଁା ନ ଦେଇ ଓଲଟା ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ତେବେ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟର କେତେଜଣ କର୍ମଚାରୀ ଏହି ଠକେଇରେ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?