ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୨୦ା୮: ଅନୁଗୋଳ ଜିଲାରେ ବନ୍ୟା ପାଣି ହ୍ରାସ ହେଉଥିବାବେଳେ ଶୁକ୍ରବାର ଲଗାଣ ବର୍ଷା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ବିଶେଷକରି ଅନୁଗୋଳ ବ୍ଲକ ଅଞ୍ଚଳରେ ୧୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ ଦିନ ତମାମ ବହୁ ହଇରାଣ ହରକତ ହେବାକୁ ପଡ଼ିଛି ବନ୍ୟା ପ୍ରଭାବିତ ଟିକରପଡ଼ା ଅଞ୍ଚଳବାସୀଙ୍କୁ। ସେହିପରି ଆଠମଲ୍ଲିକ ବ୍ଲକରେ ୨୬.୮ ମିଲିମିଟର ବର୍ଷା ହୋଇଥିବାରୁ ଦିନତମାମ ବନ୍ୟାବିପନ୍ନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ବନ୍ୟା ଯୋଗୁ ବହୁ ସ୍ଥାନରେ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଚାଷ ଜମି ଉପରୁ ପାଣି ଧୀରେ ଧୀରେ ଖସିବାରେ ଲାଗିଛି। ହେଲେ ଫସଲ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ତାହା ବଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଦଗାଁ ପଞ୍ଚାୟତର ନଦୀ ଗର୍ଭରେ ଥିବା କୁଦଗାଁ ଗ୍ରାମର ୨୦୦ ଜଣଙ୍କୁ ୬ ଦିନ ହେଲା ଅସ୍ଥାୟୀ ଶିବିରରେ ରଖାଯାଇଥିବା ସରପଞ୍ଚ ସିଦ୍ଧାର୍ଥ ଖେତୀ ପ୍ରକାଶ କରିଛନ୍ତି। ଗ୍ରାମର କିଛି ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଥିବା ଜଣାପଡିଛି। ଅଏଡା ପଞ୍ଚାୟତର ଦ୍ୱାରି ବାରିକ, ନିରଞ୍ଜନ ବେହେରା, ଛବି ମହାନନ୍ଦିଆ, ମେଘୁ ବେହେରା, କୁମୁଦିନୀ ତରିଆ, ଲୁହାସିଙ୍ଗା ପଞ୍ଚାୟତର ଲଳିତ ମଲ୍ଲିକ, ଜାମୁଡୋଲୀ ପଞ୍ଚାୟତର ସୁରେଶ ପ୍ରଧାନଙ୍କ ବାସଗୃହ ଭାଙ୍ଗି ଯାଇଛି। ପୂର୍ବରୁ ଘର ଭାଙ୍ଗିଥିବା ୧୦ ଜଣ କ୍ଷତିଗ୍ରସ୍ତଙ୍କୁ ପାଲ ଯୋଗାଇ ଦିଆଯାଇଛି। ବନ୍ୟା ଛାଡିଲା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ରାଜସ୍ବ ନିରୀକ୍ଷକ ଅମର ଦେହୁରୀ ସୂଚନା ଦେଇଛନ୍ତି। ସେହିପରି କୁଦଙ୍ଗା ପଞ୍ଚାୟତର ନୀଳକଣ୍ଠପଡା ଗ୍ରାମର ଶମ୍ଭୁନାଥ କୁମ୍ଭାରଙ୍କ ଘର ଭାଙ୍ଗିଯାଇଛି। ଆଠମଲ୍ଲିକ ତହସିଲଦାର ସଫି ସଇନିକା ପଇଁଞ୍ଚକୁଳ ଅଞ୍ଚଳକୁ ଯାଇ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri