Posted inଫୁରସତ

କୁନି ଝିଅର କୁମ୍ଭୀର ସାଥୀ

ପୋଷା ଜୀବଜନ୍ତୁ ରଖିବାକୁ ଅନେକେ ଭଲ ପାଆନ୍ତି। କିଏ କୁକୁର, ବିଲେଇ ତ କିଏ ଶୁଆ, ସାରୀ ପରି ଚଢେଇ ରଖନ୍ତି। ହେଲେ ନିକଟରେ ଏକ କୁନି ଝିଅ ନିଜ ପେଟ୍‌ର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର୍‌ ଧରିଛି। କାରଣ କୁନି ଝିଅଟି ନିଜର ପୋଷା କୁମ୍ଭୀର ସହ ଫଟୋ ପୋଷ୍ଟ କରିଛି। ସେପୁଣି ଗୋଟେ କି ଦୁଇଟି ନୁହେଁ, ବରଂ ୬ଟି କୁମ୍ଭୀରକୁ ଏହି ଝିଅଟି ଘରେ ପୋଷିଛନ୍ତି। ଆଉ ଏହି କୁମ୍ଭୀରଗୁଡିକୁ ସେ କୁକୁର ପରି ବ୍ୟବହାର କରନ୍ତି। ଏହି ସାହସୀ ଝିଅଟିର ନାଁ ହେଉଛି ସାଶିମି। ତାଇଓ୍ବାନରେ ରହୁଥିବା ସାଶିମିଙ୍କ ଘରେ କୁମ୍ଭୀର ଗୁଡିକ ଖୋଲାରେ ବୁଲନ୍ତି। ପ୍ରଥମ କୁମ୍ଭୀରକୁ ସେ ତାଇଓ୍ବାନର ଏକ ବ୍ରିଡରଠାରୁ କିଣିଥିଲେ। ଏହାପରେ ତାଙ୍କର କୁମ୍ଭୀରଙ୍କ ପ୍ରତି ଭଲ ପାଇବା ବଢିଗଲା। ତେଣୁ ଆଉ ୫ଟି କୁମ୍ଭୀର ଆଣିଲେ। ଆଜି ପର୍ଯ୍ୟନ୍ତ କୌଣସି କୁମ୍ଭୀର ତାଙ୍କର କିଛି କ୍ଷତି କରି ନାହାନ୍ତି। ତାଙ୍କର ଫିଲ ନାମକ ଏକ କୁମ୍ଭୀର ତ ସାଶିମିଙ୍କର ଜିନିଷ ସବୁବେଳେ ଲୁଚାଇ ନେଇଯାଏ। ଆଉ ସେ ଧରାପଡିଗଲେ କୁକୁରଙ୍କ ଭଳି ଦୌଡି ଦୌଡି ପଳାଏ ଓ ଲୁଚିଯାଏ। ସାଶିମି କୁମ୍ଭୀରଙ୍କ ପାଇଁ ଏକ ବେଡରୁମ୍‌ କରି ଗଦି, ତକିଆ ରଖିଛନ୍ତି, ଯାହା ଉପରେ କୁମ୍ଭୀରମାନେ ଶୋଇଥାନ୍ତି। ସାଶିମି ଏଇ କୁମ୍ଭୀରଙ୍କ ସହ ଖେଳନ୍ତି ଓ ତାଙ୍କୁ ଗେଲ ବି କରନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଋତୁସ୍ରାବ ସମୟରେ ମହାକୁମ୍ଭରେ କେମିତି ସ୍ନାନ କରନ୍ତି ମହିଳା ନାଗାସାଧୁ, ପୁରୁଷ ନାଗାସାଧୁଙ୍କ…

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ମହାକୁମ୍ଭ ଯୋଗୁ, ମକର ସଂକ୍ରାନ୍ତିରେ ୩.୫ କୋଟି ଭକ୍ତ ପବିତ୍ର ବୁଡ଼ ପକାଇ ରାଜକୀୟ ସ୍ନାନ କରିଛନ୍ତି। ଏହି ସମୟରେ, ୧୩ଟି ଆଖଡ଼ାର ନାଗା...

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri