Posted inଖେଳ

ମେସିଙ୍କ ସ୍ବପ୍ନ ଭାଙ୍ଗିବା ଲକ୍ଷ୍ୟରେ କ୍ରୋଏସିଆ

ଅଲ ଖୋର,୧୩ା୧୨: କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସୁପର ଷ୍ଟାର ନେମାରଙ୍କ ବିଶ୍ୱକପ୍‌ ସ୍ବପ୍ନକୁ ଶେଷ କରିବା ପରେ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି କ୍ରୋଏସିଆ। ଚଳିତ ବିଶ୍ୱକପ୍‌ରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମେ ନେମାର ଓ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଖିରୁ ପରାଜୟ ପରେ ଲୁହ ଝରିଛି। ଲିଓନେଲ ମେସିଙ୍କର ଏହା ଶେଷ ବିଶ୍ୱକପ୍‌ ହୋଇଥିବା ବେଳେ ତାଙ୍କ ସ୍ବପ୍ନ ଭାଙ୍ଗିବା ଲକ୍ଷ୍ୟରେ ରହିଛି ୨୦୧୮ ସଂସ୍କରଣର ରନର୍ସ ଅପ୍‌ ଦଳ। ମେସି ଓ ବିଶ୍ୱକପ୍‌ ମଧ୍ୟରେ ରହିଥିବା ରାସ୍ତାରେ ପ୍ରତିବନ୍ଧକ ସାଜିବାକୁ ଯାଉଛି ଦଳ। ଏହାସହିତ ୨୦୧୮ ପରେ ଦ୍ୱିତୀୟ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି କ୍ରୋଏସିଆ। ଆମେ କୌଣସି ଦଳକୁ ଭୟ ନ କରି ଆମ ଖେଳ ଉପରେ ଧ୍ୟାନକେନ୍ଦ୍ରିତ କରିବା ଉଚିତ ବୋଲି କ୍ରୋଏସିଆ ଡିଫେଣ୍ଡର ଜୋସିପ୍‌ ଜୁରାନୋଭିକ୍‌ ସୂଚନା ଦେଇଛନ୍ତି। ଏକତ୍ରିତ ହୋଇ ଖେଳିବା ଆମର ଶକ୍ତି। ଦଳ ଭାବରେ ନୁହେଁ ବରଂ ପରିବାର ଭାବେ ଖେଳି ଆମେ ଏହି ସଫଳତା ହାସଲ କରିଛୁ ବୋଲି ସେ କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ମେସି ନିଜ ପ୍ରଦର୍ଶନ ଜରିଆରେ ଉଦାହରଣ ସୃଷ୍ଟି କରିଛନ୍ତି। ୫ ମ୍ୟାଚ୍‌ରୁ ୪ ଗୋଲ ସ୍କୋର କରିଥିବା ବେଳେ କ୍ୱାର୍ଟର ଫାଇନାଲରେ ନାହୁଏଲ ମୋଲିନାଙ୍କୁ କରିଥିବା ଆସିଷ୍ଟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳ ରହିଥିଲା। ୭ଥର ବାଲନ୍‌ ଡି’ଅର ହାସଲ କରିଥିବା ମେସି ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ମେସିଙ୍କ ଫର୍ମ କାରଣରୁ ଆର୍ଜେଣ୍ଟିନା ୧୯୮୬ ପରେ ପ୍ରଥମ ଟାଇଟଲ ହାସଲ କରିବାକୁ ଚାହୁଁଛି। ଶେଷଥର ପାଇଁ ୨୦୧୪ରେ ଦଳ ଫାଇନାଲ ପ୍ରବେଶ କରିଥିଲେ ହେଁ ଜର୍ମାନୀ ନିକଟରୁ ୧-୦ରେ ପରାଜିତ ହୋଇଥିଲା। ଲୁସେଲ ଷ୍ଟାଡିୟମରେ ହେବାକୁଥିବା ମ୍ୟାଚ୍‌ ପୂର୍ବରୁ କ୍ରୋଏସିଆ ଦଳ ବେଶ୍‌ ଶାନ୍ତ ଜଣାପଡୁଛି। ମେସିଙ୍କୁ ରୋକିବା ପାଇଁ ଦଳ କୌଣସି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ନ ଥିବା କହିଛନ୍ତି ଷ୍ଟ୍ରାଇକର ବ୍ରୁନୋ ପେଟକୋଭିକ୍‌। କୌଣସି ଖେଳାଳିଙ୍କୁ ରୋକିବା ଅପେକ୍ଷା ଦଳକୁ ରୋକିବା ଉପରେ ଆମେ ଧ୍ୟାନ ଦେଉ ବୋଲି ସେ କହିଛନ୍ତି। ଆର୍ଜେଣ୍ଟିନା କେବଳ ମେସି ନୁହନ୍ତି, ତେଣୁ ଜଣେ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରିବା ଅସମ୍ଭବ। ମିଡ୍‌ଫିଲ୍ଡର ଲୁକା ମୋଡ୍ରିକ୍‌ କ୍ରୋଏସିଆର ଅନ୍ୟତମ ଶ୍ରେଷ୍ଠ ଖେଳାଳି। କ୍ରୋଏସିଆ କୋଚ୍‌ ଜ୍ଲାଟିକୋ ଡାଲିକ ବ୍ରାଜିଲ ବିପକ୍ଷ ବିଜୟ ପରେ ଦଳର ମିଡ୍‌ଫିଲ୍ଡକୁ ବିଶ୍ୱର ଶ୍ରେଷ୍ଠ ବୋଲି କହିଛନ୍ତି। ମାଟେଓ କୋଭାସିକ୍‌, ଲୁକା ମୋଡ୍ରିକ୍‌ ଏବଂ ମାର୍ସେଲୋ ବ୍ରୋଜୋଭିକ୍‌ଙ୍କ ଯୋଡ଼ି ବିଶ୍ୱର ଶ୍ରେଷ୍ଠ। ଏହି ଖେଳାଳିଙ୍କ ପାଖରେ ବଲ୍‌ ରହିଲେ ତାହା ବ୍ୟାଙ୍କରେ ଥିବା ପଇସାଠାରୁ ମଧ୍ୟ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି।
ମେସି ବନାମ ମୋଡ୍ରିକ୍‌: ଉଭୟ ଦଳର ଦୁଇ ଭେଟେରାନ ଖେଳାଳି ଲିଓନେଲ ମେସି ଓ ଲୁକା ମୋଡ୍ରିକ୍‌ଙ୍କ ପାଇଁ ଏହା ଶେଷ ବିଶ୍ୱକପ୍‌। ଉଭୟ ଖେଳାଳି ବିଶ୍ୱକପ୍‌ ଟ୍ରଫି ସହିତ ନିଜ କ୍ୟାରିୟର ଶେଷ କରିବାକୁ ଚାହିଁବେ। ଡିଏଗୋ ମାରାଡୋନାଙ୍କ ପରେ ମେସି ନିଜ ପ୍ରଦର୍ଶନ ବଳରେ ହିଁ ଆର୍ଜେଣ୍ଟିନାକୁ ସେମି ଫାଇନାଲରେ ପହଞ୍ଚାଇଛନ୍ତି। ତେବେ ମାତ୍ର ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର କ୍ରୋଏସିଆ ଏହାର ରାସ୍ତାରେ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଦଳ ପାଖରେ ବିଶ୍ୱ ଫୁଟ୍‌ବଲର ଶ୍ରେଷ୍ଠ ମିଡ୍‌ଫିଲ୍ଡର ଲୁକା ମୋଡ୍ରିକ୍‌ ରହିଛନ୍ତି। ଆର୍ଜେଣ୍ଟିନା ୨୦୧୪ ଓ କ୍ରୋଏସିଆ ୨୦୧୮ରେ ରନର୍ସଅପ୍‌ ରହିଥିଲେ। ଚଳିତ ବିଶ୍ୱକପ୍‌ ପୂର୍ବରୁ ଆର୍ଜେଣ୍ଟିନାକୁ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ଭାବରେ ବିବେଚନା କରାଯାଉଥିଲା। କୋପା ଆମେରିକା ଚାମ୍ପିୟନ ଆର୍ଜେଣ୍ଟିନା କ୍ରମାଗତ ୩୬ ବିଜୟ ସହ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ ମଧ୍ୟ ସାଉଦି ଆରବ ବିପକ୍ଷ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଏହି ପରାଜୟ ପରେ ଦଳ ମେସିଙ୍କ ନେତୃତ୍ୱରେ ନିୟମିତ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପକ୍ଷରେ ମେସି ମଧ୍ୟ ବ୍ୟକ୍ତିଗତ ଭାବେ ଖୁବ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ପିଏସ୍‌ଜି ଷ୍ଟ୍ରାଇକର ମେସି ବର୍ତ୍ତମାନ ସୁଦ୍ଧା ୪ ଗୋଲ କରିଥିବା ବେଳେ କେବଳ ଏମ୍‌ବାପେଙ୍କ ପଛକୁ ରହିଛନ୍ତି। ମେସିଙ୍କ ପରି କ୍ରୋଏସିଆର ଲୁକା ମୋଡ୍ରିକ୍‌ ମଧ୍ୟ ନିଜର ଶେଷ ବିଶ୍ୱକପ୍‌ ଖେଳୁଛନ୍ତି। ଗୋଟିଏ ବି ଗୋଲ କିମ୍ବା ଆସିଷ୍ଟ କରି ନ ଥିଲେ ମଧ୍ୟ ମିଡ୍‌ଫିଲ୍ଡରେ ମୋଡ୍ରିକ୍‌ଙ୍କ ଯାଦୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦିଏ। ରାଉଣ୍ଡ ଅଫ୍‌ ୧୬ରେ ଜାପାନ ଓ କ୍ୱାର୍ଟରରେ ବ୍ରାଜିଲକୁ ଏକ୍ସଟ୍ରା ଟାଇମରେ ପରାସ୍ତ କରିଥିଲା ଦଳ। ତେବେ ଜାପାନ ଅପେକ୍ଷା ବ୍ରାଜିଲ ବିପକ୍ଷରେ ବିଜୟ ବେଶ୍‌ ଚମତ୍କାର ରହିଥିଲା। ୨୦୧୮ରେ କ୍ରୋଏସିଆର ସମସ୍ତ ନକ୍‌ଆଉଟ୍‌ ମ୍ୟାଚ୍‌ ଏକ୍ସଟ୍ରା ଟାଇମ୍‌କୁ ଯାଇଥିଲା। ମିଡ୍‌ଫିଲ୍ଡରେ ମୋଡ୍ରିକ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri