୨୪% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ କର ସଂଗ୍ରହ

ନୂଆଦିଲ୍ଲୀ,୧୩।୧୨: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଶେଷ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୪% ବୃଦ୍ଧି ଘଟି ୮.୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ବାର୍ଷିକ ବଜେଟ ଅନୁମାନଠାରୁ ପ୍ରାୟ ୬୨% (୬୧.୭୯%) ଅଧିକ ବୋଲି ଜଣାପଡିଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ନଭେମ୍ବର ୩୦ ମଧ୍ୟରେ ଟ୍ୟାକ୍ସ କଲେକ୍ସନ ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୨୪% ( ୨୪.୨୬%) ରୁ ଅଧିକ ରହିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧୪.୨୦ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଇ ଅନୁମାନ କରିଥିଲେ। ଏହି ଲକ୍ଷ୍ୟ ପୂର୍ବ ବର୍ଷର ୧୪.୧୦ ଲକ୍ଷ କୋଟି ଟଙ୍କାଠାରୁ ଅଧିକ ରହିଥିଲା। ହେଲେ କର୍ପୋରେଟ୍‌ ଟ୍ୟାକ୍ସ, ପର୍ସନାଲ ଇନ୍‌କମ ଟ୍ୟାକ୍ସକୁ ମିଶାଇ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ହୋଇଥାଏ। ଏପରିକି ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୨୨ ଏପ୍ରିଲ ୧ରୁ ନଭେମ୍ବର ୨୦ ମଧ୍ୟରେ ୨.୧୫ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ମଧ୍ୟ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ଆସେସମେଣ୍ଟ ବର୍ଷ ପାଇଁ ନଭେମ୍ବର ୨୦ସୁଦ୍ଧା ୬.୭୯ କୋଟି କରଦାତା ଆୟକର ରିଟର୍ନ ଦାଖଲ କରିଛନ୍ତି। ସେହିଭଳି ମନ୍ତ୍ରଣାଳୟର କହିବା ଅନୁସାରେ ୨୦୨୨-୨୩ ରେ ଗୋଟିଏ ଦିନରେ ୨.୪୨ କୋଟି ଆଇଟିଆର ଦାଖଲ କରିଛନ୍ତି,ଯାହା ଏକ ରେକର୍ଡ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ପୋରେଟ ଟିକସକୁ ଧୀରେ ଧୀରେ କମାଯିବ: ସୀତାରାମନ୍‌

ନୂଆଦିଲ୍ଲୀ,୨୦-୮: କର୍ପୋରେଟ ଟିକସକୁ ଧୀରେ ଧୀରେ ୨୫%କୁ ହ୍ରାସ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି। ଦେଶ ପାଇଁ ସମ୍ପତ୍ତି ସୃଷ୍ଟି...

ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୨୮।୮: ରୋନୋ ଇଣ୍ଡିଆ ପକ୍ଷରୁ ବଜାରକୁ ନୂଆ ଟ୍ରାଇବର ମଡେଲର ପ୍ରବେଶ କରିଛି। ଯାନଟିର ବଜାର ଦର ୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।...

ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି

ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍‌ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ।...

ରେକର୍ଡ ସ୍ତର ଛୁଇଁଲା ପୁଞ୍ଜିବଜାର

ନୂଆଦିଲ୍ଲୀ: ଦେଶର ପୁଞ୍ଜିବଜାର କାରବାର ସୋମବାର ରେକର୍ଡ ସ୍ତରରେ ରହିଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଉଚ୍ଚ ରେକର୍ଡ ସ୍ତରରେ...

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ...

ଓଡ଼ିଶାରେ ଇ-ଯାନ ମାନୁଫାକ୍‌ଚରିଂ କରିବ ଓମ୍‌ ଜୟ ଇଭି

ଭୁବନେଶ୍ୱର, ୨୧-୭(ବ୍ୟୁରୋ): ଓମ୍‌ ଜୟ ଇଭି ଲିମିଟେଡ ରାଜ୍ୟରେ ବ୍ୟାଟେରି ଚାଳିବ ସ୍କୁଟର ନିର୍ମାଣ କରିବ। ଯାଜପୁର ଜିଲାର ବଡଚଣାଠାରେ ୧୦ ଏକର ପରିମିତ ସ୍ଥାନରେ...

ବନ୍ଦ ହେଲା ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’

ନୂଆଦିଲ୍ଲୀ,୧୯।୧: ହାଇକ୍‌ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’କୁ ବନ୍ଦ କରିଦିଆଯାଇଛି। ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍‌ କରି ଏହା ନିଶ୍ଚିତ...

Advertisement
Archives

Model This Week