Posted inଜାତୀୟ

ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ

ନୂଆଦିଲ୍ଲୀ,୬ା୪: ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍‌ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ଶୀର୍ଷ ଅଦାଲତ ନିନ୍ଦା କରିଛନ୍ତି। ସମାଲୋଚନାକୁ ସରକାର ବିରୋଧୀ ଅଭିହିତ କରାଯାଇପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି।
ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଏହି ଖଣ୍ଡପୀଠ ମିଡିଆଓ୍ବାନ୍‌ ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣ ଉପରେ କଟକଣା ବିରୋଧରେ ଦାଖଲ ଆବେଦନର ଶୁଣାଣି କରିଛନ୍ତି। ଏହି ଅବସରରେ କେନ୍ଦ୍ରର ନିଷ୍ପତ୍ତିକୁ ବଳବତ୍ତର ରଖିଥିବା କେରଳ ହାଇକୋର୍ଟଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାରୀ ନୀତିଗୁଡ଼ିକ ବିପକ୍ଷରେ ଚ୍ୟାନେଲରେ ପ୍ରକାଶ ପାଉଥିବା ସମାଲୋଚନାକୁ ପ୍ରତିଷ୍ଠିତ କର୍ତ୍ତୃପକ୍ଷ ବା ସରକାର ବିରୋଧୀ ବୋଲି କୁହାଯାଇପାରିବ ନାହିଁ। କାରଣ ମଜଭୁତ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ପ୍ରେସ୍‌ ଅପରିହାର୍ଯ୍ୟ। କ୍ଷମତାରେ ଥିବା ଲୋକଙ୍କୁ ସତ କହିବା ଏବଂ ନାଗରିକମାନଙ୍କ ବାସ୍ତବତାକୁ ଉପସ୍ଥାପନ କରିବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଏପରି କରିବା ଦ୍ୱାରା ଗଣତନ୍ତ୍ର ଉଚିତ ଦିଗରେ ଗତିଶୀଳ ହେଉଛି ବୋଲି ଧରାଯାଇଥାଏ। ଅନ୍ୟପକ୍ଷେ ଗଣମାଧ୍ୟମର ସ୍ବାଧୀନତା ଉପରେ କଟକଣା ଲଗାଇବା ଦ୍ୱାରା ନାଗରିକମାନଙ୍କ ଚିନ୍ତାଧାରା ମଧ୍ୟ ଅନୁରୂପ ଭାବେ ସୀମିତ ହୋଇଯାଇଥାଏ। ସାମାଜିକ, ଅର୍ଥନୈତିକ, ରାଜନୈତିକ ସହଜାତୀୟ ମତାମତ ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଏକ ଚ୍ୟାନେଲର ଲାଇସେନ୍ସ ନବୀକରଣ ନ କରିବା ହେଉଛି ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ସଦୃଶ। ମିଡିଆଓ୍ବାନ୍‌ର ଶେୟାରହୋଲ୍ଡର୍ସଙ୍କ ସମ୍ପର୍କ ଜମାତ୍‌-ଇ-ଇସ୍‌ଲାମି ସହ ରହିଥିବା ଦର୍ଶାଇ ଚ୍ୟାନେଲର ଅଧିକାରକୁ ସଙ୍କୁଚିତ କରିଦେବା ଅବୈଧ। ନାଗରିକମାନଙ୍କୁ ଆଇନ ପ୍ରଦତ୍ତ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ଜାତୀୟ ସୁରକ୍ଷାକୁ ରାଷ୍ଟ୍ର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ସୁରକ୍ଷା କାରଣ ପ୍ରଘଟ ନ କରିବା ଏବଂ ସେନେଇ କେବଳ ବନ୍ଦ ଲଫାପାରେ କୋର୍ଟଙ୍କୁ ଜଣାଇବା ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଉଲ୍ଲଂଘନ କରିଛି ବୋଲି ଜଷ୍ଟିସ୍‌ କୋହଲି କହିଛନ୍ତି। ପ୍ରକାଶ ଯେ, ଗତ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ରାୟ ଦେଇ ମିଡିଆଓ୍ବାନ୍‌ କଟକଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri