Posted inଜାତୀୟ

ଦେଶର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ୪୪ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣରୁ ଏହି ଆକଳନଗୁଡ଼ିକ ପ୍ରକାଶ ପାଇଛି ।

ବାସ୍ତବରେ, ଏଡିଆର ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ ଦ୍ୱାରା ହୋଇଥିବା ବିଶ୍ଳେଷଣରେ ସାରା ଦେଶରେ ରାଜ୍ୟ ସଭା ତଥା ୟୁନିଅନ ଅଞ୍ଚଳରେ ଥିବାକ ସିଟିଂ ବିଧାୟକଙ୍କ ଆଫିଡେଭିଟ ଯାଞ୍ଚ କରାଯାଇଥିଲା। ସମ୍ପ୍ରତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକମାନେ ଦାଖଲ କରିଥିବା ଆଫିଡେଭିଟରୁ ଏହି ତଥ୍ୟ ବାହାର କରାଯାଇଥିଲା। ୨୮ ଟି ରାଜ୍ୟ ବିଧାନସଭା ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪,୦୩୩ ସିଟିଂ ବିଧାୟକଙ୍କ ମଧ୍ୟରୁ ମୋଟ ୪,୦୦୧ଙ୍କର ସତ୍ୟପାଠ ବିଶ୍ଳେଷଣରେ ଅନ୍ତର୍ଭୁକ୍ତ ହୋଇଥିଲା।

ବିଶ୍ଳେଷଣ କରାଯାଇଥିବା ବିଧାୟକଙ୍କ ମଧ୍ୟରୁ ୧,୧୩୬ ଅର୍ଥାତ୍‌ ୨୮ ପ୍ରତିଶତ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ଗୁରୁତର ଅଭିଯୋଗ ରହିଛି।

କେରଳର ସର୍ବାଧିକ ୧୩୫ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ଅର୍ଥାତ ୭୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେହିଭଳି ବିହାରରେ ୨୪୨ ବିଧାୟକଙ୍କ ମଧ୍ୟରୁ ୧୬୧ ଜଣ (୬୭ ପ୍ରତିଶତ), ଦିଲ୍ଲୀରେ ୭୦ ଜଣ ବିଧାୟକଙ୍କ ମଧ୍ୟରୁ ୪୪ ଜଣ (୬୩ ପ୍ରତିଶତ), ମହାରାଷ୍ଟ୍ରରେ ୨୮୪ ଜଣ ବିଧାୟକଙ୍କ ମଧ୍ୟରୁ ୧୭୫ ଜଣ (୬୨ ପ୍ରତିଶତ), ତେଲେଙ୍ଗାନାରେ ୧୧୮ଜଣ ବିଧାୟକଙ୍କ ମଧ୍ୟରୁ ୭୨ ଜଣ (୬୧ ପ୍ରତିଶତ) ଏବଂ ତାମିଲନାଡୁରେ,୨୨୪ ଜଣ ବିଧାୟକଙ୍କ ମଧ୍ୟରୁ ୧୩୪ ଜଣ (୬୦ ପ୍ରତିଶତ) ବିଧାୟକ ସତ୍ୟପାଠରେ ନିଜ ବିରୋଧରେ ମାମଲା ଘୋଷଣା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?