ଯାହାଙ୍କୁ ଜୀବନ ବୋଲି କହୁଥିଲେ, ତାଙ୍କୁ ଛଟପଟ କରି ମାରିଦେଲେ…ବିଷ ଦେଇଥିବା ପ୍ରେମିକାଙ୍କ ଭୟଙ୍କର ଷଡଯନ୍ତ୍ରର କାହାଣୀ

ତିରୁବନନ୍ତପୁରମ,୨୩।୧:କେହି କ’ଣ କାହାକୁ ଏତେ ଭଲ ପାଇପାରେ ଯେ ସେ ତାକୁ ମାରିପାରେ? ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଧୂମ-୨”ରେ ହ୍ରିତିକ ରୋଶନ ଏହି ଡାଏଲଗ୍‌ ଐଶ୍ୱର୍ଯ୍ୟା ରାୟଙ୍କୁ କହିଥିଲେ, ଯାହା ପରେ ଐଶ୍ୱର୍ଯ୍ୟା ହ୍ରିତିକଙ୍କୁ ଗୁଳି କରିଥିଲେ। ଏବେ କେରଳର ତିରୁବନନ୍ତପୁରମର ଶାରୋନ ହତ୍ୟା ମାମଲାରେ ସମାନ କିଛି ଦେଖିବାକୁ ମିଳିଛି। ଜଣେ ପ୍ରେମିକା ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ଭୟ କରି ତାଙ୍କ ପ୍ରେମିକଙ୍କୁ ଆୟୁର୍ବେଦିକ ପାନୀୟରେ ବିଷ ମିଶାଇ ହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଗୁଗୁଲରେ କିଭଳି ହତ୍ୟା କଲେ ଧରାପଡ଼ିବେ ନାହିଁ ତାର ରିସର୍ଚ୍ଚ କରିଥିଲେ। ପରେ ସେ ତାଙ୍କ ମାମୁଁଙ୍କ ସହିତ ମିଶି ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ।

ମାତ୍ର ୨୨ ବର୍ଷ ବୟସର ଜଣେ ଝିଅ ଏପରି ଏକ ହତ୍ୟା କାହାଣୀ ଲେଖିଛନ୍ତି ଯେ କେହି ବି ତାହାକୁ ବିଶ୍ୱାସ କରିବା କଷ୍ଟକର। କାରଣ ହତ୍ୟାର କେହି ସାକ୍ଷୀ ନ ଥିଲେ। ପ୍ରଥମେ ଯୁବକଙ୍କ ମୃତ୍ୟୁ ସ୍ବାଭାବିକ ମନେ ହେଉଥିଲା। କିନ୍ତୁ ମରିବା ପୂର୍ବର ଶାରୋନ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ତାଙ୍କୁ ପ୍ରେମିକା ଗ୍ରୀଷ୍ମା ଏସ୍‌ଏସ୍‌ ବିଷ ଦେଇ ହତ୍ୟା କରିଥିଲେ। କେବଳ ଗୋଟିଏ ବୟାନରୁ ଆରମ୍ଭ ହୋଇଥିବା ତଦନ୍ତ ଶେଷରେ ଗ୍ରୀଷ୍ମାଙ୍କୁ ଜେଲ୍‌କୁ ପଠାଇଥିଲା। ଏବେ ତାଙ୍କୁ ନେୟତ୍ତିନକାରା ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟ ଏହି ହତ୍ୟାକାଣ୍ଡକୁ ବିରଳ ବୋଲି କହିିଛନ୍ତି।

ଗ୍ରୀଷ୍ମା ଜଣେ ପିଜି ଛାତ୍ର ଥିଲେ ଏବଂ ଶାରୋନ ତାଙ୍କ ସ୍ନାତକର ଶେଷ ବର୍ଷରେ ଥିଲେ। ସେହି ସମୟରେ, ଉଭୟ କନ୍ୟାକୁମାରୀର ଏକ ଘରୋଇ କଲେଜରେ ଭେଟ ହୋଇଥିଲେ। ଏହିଠାରୁ ସେମାନଙ୍କ ହୃଦୟ ମିଶିଥିଲା ଏବଂ ସେମାନେ ପରସ୍ପରର ନିକଟତର ହେବା ଆରମ୍ଭ କରିଥିଲେ। ପାରସ୍ପରିକ ସହମତିରେ ଉଭୟଙ୍କ ମଧ୍ୟରେ ଏକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ଉଭୟ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହିତ ଖୁସିରେ ସମ୍ପର୍କରେ ରହିଥିଲେ। କିନ୍ତୁ ଗ୍ରୀଷ୍ମାଙ୍କ ପରିବାର ତାଙ୍କ ବିବାହ ଅନ୍ୟତ୍ର ସ୍ଥିର କରିଥିଲେ। ବିବାହ ସ୍ଥିର ହେବା ପରେ ଗ୍ରୀଷ୍ମା ଶାରୋନଙ୍କୁ ଦୂରେଇ ଦେବାକୁ ଚାହୁଁଥିଲେ। ସେ ଏ ବିଷୟରେ ଶାରୋନଙ୍କ ସହ କଥା ମଧ୍ୟ ହୋଇଥିଲେ। କିନ୍ତୁ ଗ୍ରୀଷ୍ମାଙ୍କ ସହ ସମ୍ପର୍କ ଶେଷ କରିବାକୁ ଶାରୋନ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଏହା ପରେ, ଗ୍ରୀଷ୍ମା ଯେକୌଣସି ମୂଲ୍ୟରେ ଶାରୋନଙ୍କୁ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପାଇଁ ସେ ଏକ ଭୟଙ୍କର ଯୋଜନା କରିଥିଲେ।

ଗ୍ରୀଷ୍ମାଙ୍କ ପରିବାରର ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ତାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ହେବ। ଏହି କାରଣରୁ ଗ୍ରୀଷ୍ମା ବହୁତ ଭୟଭୀତ ହୋଇଯାଇଥିଲେ ଏବଂ ଶାରୋନଙ୍କୁ ଛାଡ଼ି ପୁଣି ଥରେ ବିବାହ କରିବାକୁ ଚାହୁଁଥିଲେ। ଗ୍ରୀଷ୍ମାଙ୍କୁ ଏହା ମଧ୍ୟ ଭୟ ଥିଲା ଯେ ଯଦି ସେ ଶାରୋନଙ୍କ ସହ ତାଙ୍କ ସମ୍ପର୍କ ଶେଷ କରି ଅନ୍ୟ କାହାକୁ ବିବାହ କରନ୍ତି, ତେବେ ଶାରୋନ ତାଙ୍କର ଆପତ୍ତିଜନକ ଫଟୋ ତାଙ୍କ ସ୍ବାମୀଙ୍କୁ ପଠାଇପାରନ୍ତି। ଏହା ତାଙ୍କ ବିବାହକୁ ମଧ୍ୟ ବିପଦରେ ପକାଇପାରେ। ତେଣୁ ସେ ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ।

୧୪ ଅକ୍ଟୋବର, ୨୦୨୨ରେ ଗ୍ରୀଷ୍ମା ଶାରୋନଙ୍କୁ ଘରକୁ ଡାକି ଆୟୁର୍ବେଦିକ ଔଷଧ ସହିତ ବିଷ ମିଶାଇ ପିଇବାକୁ ଦେଇଥିଲେ। ଶାରୋନଙ୍କୁ ଔଷଧଟି ବହୁତ କଡ଼ା ଲାଗିଥିଲା। କିନ୍ତୁ ପ୍ରେମିକାଙ୍କ ମୁଁହକୁ ଚାହିଁ ସେ ତାକୁ ପିଇଦେଇଥିଲେ। ଏହା ପରେ ଶାରୋନ ଘରକୁ ଚାଲିଯାଇଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା।

ଶାରୋନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ପରେ ଜଣାପଡିଲା ଯେ ତାଙ୍କର ଅନେକ ଅଙ୍ଗ ଅକାମୀ ହୋଇଯାଇଛି। ୧୧ ଦିନର ଚିକିତ୍ସା ପରେ ଶାରୋନ ଯନ୍ତ୍ରଣାଦାୟକ ଭାବେ ମୃତ୍ୟୁବରଣ କରିଥିଲେ। ଅକ୍ଟୋବର ୨୫ ତାରିଖରେ ଶାରୋନଙ୍କ ମୃତ୍ୟୁ ପରେ, ପରିବାରଲୋକେ ଗ୍ରୀଷ୍ମାଙ୍କ ବିଷୟରେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅକ୍ଟୋବର ୩୧ ତାରିଖରେ ଗ୍ରୀଷ୍ମାଙ୍କୁ ଗିରଫ କରିଥିଲା। ପ୍ରାୟ ଗୋଟିଏ ବର୍ଷ ପରେ, ସେପ୍ଟେମ୍ବର ୨୦୨୩ ରେ, ଗ୍ରୀଷ୍ମାଙ୍କୁ ଜାମିନ ମିଳିଥିଲା। ତଥାପି, ପୋଲିସ ତଦନ୍ତ ଏତେ ସଠିକ ଥିଲା ଯେ ଗ୍ରୀଷ୍ମାଙ୍କ ଯୋଜନା ମଧ୍ୟ ସାମ୍ନାକୁ ଆସିଗଲା।

ନେୟତ୍ତିଂକାରା ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟରେ ଶାରୋନ ହତ୍ୟା ମାମଲାର ଶୁଣାଣି ଜାରି ରହିଥିଲା। ପ୍ରାୟ ଦୁଇ ବର୍ଷ ପରେ, କୋର୍ଟରେ ରାୟ ଦେବା ସମୟରେ ବିଚାରପତି ଏଏମ ବଶୀର ସମ୍ପୂର୍ଣ୍ଣ ମାମଲାକୁ ବିରଳରୁ ବିରଳ ବର୍ଗରେ ରଖିଥିଲେ ଏବଂ ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟ ଗ୍ରୀଷ୍ମାଙ୍କ ଉପରେ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଯଦିଓ ଗ୍ରୀଷ୍ମା ତାଙ୍କର ଶିକ୍ଷାଗତ ସଫଳତା ଏବଂ କୌଣସି ଅପରାଧିକ ରେକର୍ଡ ନ ଥିବା ଦର୍ଶାଇ ମାମଲାରୁ ଖସିଯିବାକୁ ଚେଷ୍ଟା କରିଥିଲେ, କୋର୍ଟ ଏହାକୁ ଏକ ଜଘନ୍ୟ ଅପରାଧ ଭାବରେ ବର୍ଗୀକୃତ କରିଥିଲେ। କୋର୍ଟ ଜାଣିପାରିଲେ ଯେ ଗ୍ରୀଷ୍ମା ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଶାରୋନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଗିରଫ ହେବା ପରେ, ସେ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେଣୁ କୋର୍ଟ ଗ୍ରୀଷ୍ମାଙ୍କୁ ଦିଆଯାଇଥିବା ଦଣ୍ଡରେ କୌଣସି ଅନୁକମ୍ପା ଦେଖାଇ ନାହାନ୍ତି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?