Posted inଜାତୀୟ

ଆତିଶୀଙ୍କ ଘରେ କ୍ରାଇମ ବ୍ରାଞ୍ଚ ଟିମ: ଘୋଡ଼ାବେପାର ଅଭିଯୋଗ ନେଇ ନୋଟିସ…

ନୂଆଦିଲ୍ଲୀ,୪।୨ : ରବିବାର ସକାଳେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଘରେ ପହଞ୍ଚିଛନ୍ତି। ବାସ୍ତବରେ, ଆତିଷୀ ମାର୍ଲେନା ଏବଂ ସିଏମ ଅରବିନ୍ଦ କେଜରିୱାଲ ନିକଟରେ କିଛି ଆଦମ ପାର୍ଟି (ଏଏପି) ବିଧାୟକଙ୍କୁ ଭାଜପା ପକ୍ଷରୁ ଘୋଡ଼ାବେପାର କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଏହା ଅନ୍ତର୍ଗତ କ୍ରାଇମ ବ୍ରାଞ୍ଚର ଏସିପି ରବିବାର ସକାଳେ ଆତିଶୀଙ୍କ ଘରେ ପହଞ୍ଚି ନୋଟିସ ଜାରି କରିଛନ୍ତି। ତେବେ ସେ ତାଙ୍କ ବାସଭବନରେ ନ ଥିଲେ। ଏଭଳି ପରିସ୍ଥିତିରେ କ୍ରାଇମ ବ୍ରାଞ୍ଚ ଦଳ ତାଙ୍କ ଓଏସଡିଙ୍କୁ ଏକ ନୋଟିସ ଦେଇ ସେଠାରୁ ଚାଲି ଯାଇଛନ୍ତି।

ଏହାପୂର୍ବରୁ ଏହି ମାମଲାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ମଧ୍ୟ ସିଏମ କେଜରିୱାଲ ଏବଂ ଆତିଶୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଯଦିଓ ସେତେବେଳେ ମଧ୍ୟ ଟିମଙ୍କୁ ସଫଳତା ମିଳି ନ ଥିଲା। ସୂତ୍ରରୁ ପ୍ରକାଶ ଦିଲ୍ଲୀ ପୋଲିସ ଉଭୟ ଏଏପି ନେତାଙ୍କୁ ନୋଟିସ ଦେଇପାରି ନ ଥିଲେ।

ଗତ ସପ୍ତାହରେ ସିଏମ କେଜରିୱାଲ ଅଭିଯୋଗ କରିଥିଲେ ଦିଲ୍ଲୀରେ ତାଙ୍କ ସରକାରକୁ ହଟାଇବା ପାଇଁ ଭାଜପା ପକ୍ଷରୁ ସାତଜଣ ଏଏପି ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଟଙ୍କା ପ୍ରଦାନ କରିବାକୁ କହିଥିଲେ। ଭାଜପା ଦିଲ୍ଲୀରେ ‘ଅପରେଶନ ଲୋଟସ ୨.୦ ଆରମ୍ଭ କରିଥିବା ଆତିଶୀ ଅଭିଯୋଗ କରିଥିଲେ। ସେ କହିଥିଲେ ଭାଜପା ପକ୍ଷରୁ ଏଏପି ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ସେମାନଙ୍କୁ ନିଜ ପଟକୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲା।

ଏହି ଅଭିଯୋଗ ପରେ ଜାନୁଆରୀ ୩୦ ରେ ଭାଜପାର ଦିଲ୍ଲୀ ୟୁନିଟ ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ନଗର ପୋଲିସ ମୁଖ୍ୟଙ୍କୁ ଭେଟି ଏହି ଘଟଣାର ତଦନ୍ତ ଦାବି କରିଥିଲେ।

ଅପରପକ୍ଷରେ ଆମ ଆଦମୀ ପାର୍ଟି ଏହି ଦାବିକୁ ଖଣ୍ଡନ କରି କହିଛି କ୍ରାଇମ ବ୍ରାଞ୍ଚ ଦଳ କୌଣସି ସୂଚନା ନ ଦେଇ ଚାଲିଯାଇଛନ୍ତି। ଏଏପି ସୂତ୍ରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏହି ନୋଟିସ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଦିଲ୍ଲୀ ପୋଲିସ କିଛି ନ ଦେଇ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?