Posted inଖେଳ

ବିରାଟ କୋହଲିଙ୍କ ପରେ ବାପା ହେଲେ ଏହି ଖେଳାଳି: ସାମ୍ନାକୁ ଆସିଲା ପୁଅର ଫଟୋ

ମହାମାରୀ କରୋନା ସମୟରେ ଅନେକ କ୍ରିକେଟରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜର ଅଲ୍‌ରାଉଣ୍ଡର ଏବଂ କେକେଆର୍‌ ଖେଳାଳି ସୁନୀଲ ନାରିନେ ପିତା ହେବାର ଆନନ୍ଦ ପାଇଛନ୍ତି। ସୋମବାର ତାଙ୍କ ସ୍ତ୍ରୀ ଆଞ୍ଜେଲିଆ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସୁନୀଲ ନିଜର ଏହି ଖୁସିକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଏଥିସହ ସେ ପୁଅର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।
ଫଟୋରେ ପୁଅର ମୁହଁ ସ୍ପଷ୍ଟ ଦେଖାଯାଉ ନାହିଁ। ଏହାକୁ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ତୁମେ ଆମ ହୃଦୟର ଏମିତି ଏକ ଖାଲି ସ୍ଥାନ ପୂରଣ କରିଛ, ଯାହା ଖାଲି ଥିଲା ବୋଲି ଆମେ କେବେ ଜାଣି ନ ଥିଲୁ। ତୁମର ଏହି ଛୋଟ ମୁହଁରେ ଆମେ ଭଗବାନଙ୍କ କୃପା ଦେଖିପାରୁଛୁ। ଆମେ ତୁମକୁ ବହୁତ ଭଲ ପାଉଛୁ ବୋଲି ସେ ଲେଖିଛନ୍ତି। ଏହା ଜଣାପଡ଼ିବା ପରେ ସୁନୀଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।
ସୁନୀଲ ବାପା ହେବାକୁ ଯାଉଥିବା ନେଇ ଗତ ଅକ୍ଟୋବରରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନାରେ ଆଖିବୁଜିଲେ ତେନ୍ଦୁଲକରଙ୍କ ବନ୍ଧୁ: ୮୦ ଦଶକରେ ଖେଳୁଥିଲେ ଏକାଠି

ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କର ବନ୍ଧୁ ବିଜୟ ଶିର୍କେଙ୍କୁ ହରାଇଛନ୍ତି। ମହାମାରୀ କରୋନାରେ ଅକ୍ରାନ୍ତ ହୋଇ ବିଜୟ ଥାନେ ହସ୍ପିଟାଲରେ...

ପେସାଦାର ପ୍ରଦର୍ଶନ ନ କରିବାରୁ ସୁଆରେଜ ଦଣ୍ଡିତ

ନ୍ୟୁୟର୍କ,୩୦।୮: ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ କାର୍ଲା ସୁଆରେଜ ନାଭାରୋଙ୍କୁ ଗୁରୁବାର ଦଣ୍ଡିତ କରାଯାଇଛି। ସେ ପ୍ରଥମ ରାଉଣ୍ଡ ପରଫର୍ମାନ୍ସ ନିୟମ ଭଙ୍ଗ କରିଛନ୍ତି। ୩୦...

ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌: ଭାରତର ଏହି ସହରରେ ହେବ ନିର୍ମାଣ

ଜୟପୁର, ୪।୭: ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌ ଭାରତରେ ନିର୍ମାଣ ହେବ। ଷ୍ଟାଡ଼ିୟମ୍‌ଟି ରାଜସ୍ଥାନର ଜୟପୁରରେ ନିର୍ମିତ ହେବ। ଏଥିଲାଗି ୩୫୦ କୋଟି ଟଙ୍କାର ବ୍ୟୟ...

ଇଣ୍ଡିଆନ ସୁପର ଲିଗ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇନ ଏଫ୍‌ସି

ଚେନ୍ନାଇ,୩୦।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସଂସ୍କରଣରେ ଚେନ୍ନାଇନ୍‌ ଏଫ୍‌ସି ବୁଧବାର ଏଟିକେକୁ ଭେଟିବ। ସ୍ଥାନୀୟ ମାରିନା ଏରିନାରେ ଖେଳାଯିବାକୁ ଥିବା ଏହି...

ଆଇସିସି ଚେୟାରମ୍ୟାନ ଦୌଡ଼ରେ କାମେରନ

କିଙ୍ଗଷ୍ଟନ, ୨୯ା୬ (ପି.ଟି.)- ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚେୟାରମ୍ୟାନ ପଦବୀ ଦୌଡ଼ରେ ସାମିଲ ହୋଇଛନ୍ତି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର...

ରାଉରକେଲାରେ ଭବ୍ୟ ସ୍ବାଗତ

ରାଉରକେଲା ଅଫିସ,୨୮ା୧୨: ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଝାରସୁଗୁଡା...

ସଚିନଙ୍କୁ ଜାଣିଶୁଣି ଆହତ କରିବାକୁ ଚାହୁଁଥିଲେ ଏହି ପାକିସ୍ତାନ ବୋଲର୍‌: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୬: ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପ୍ରାୟ ୨୪ ବର୍ଷ ଧରି କ୍ରିକେଟ୍‌ରେ ରାଜୁତି କରିଥିଲେ। ନିଜ କ୍ୟାରିୟରରେ ସଚିନ ଅନେକ କିମ୍ବଦନ୍ତୀ...

ବହୁତ ଯନ୍ତ୍ରଣା ହେଉଛି, ଆପଣମାନଙ୍କ ଆଶୀର୍ବାଦ ଲୋଡ଼ା: ଅଖ୍‌ତର

ନୂଆଦିଲ୍ଲୀ,୯।୮: ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର୍‌ ଶୋଏବ ଅଖତର୍‌ ଏବେ ହସ୍ପିଟାଲ୍‌ରେ। ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି। ଦୀର୍ଘଦିନଧରି ଆଣ୍ଠୁରେ ସମସ୍ୟା ଲାଗି ରହିଥିବା...

Advertisement
Archives

Model This Week