Posted inଖେଳ

କ୍ରିକେଟର୍‌ ସବୁଠୁ ନିଆରା ପ୍ରଶଂସକ: ପାଖରେ ରଖିଛନ୍ତି ଏମିତି ସବୁ ଜିନିଷ

ରାଞ୍ଚି,୧।୭: ଭାରତରେ କ୍ରିକେଟ ପ୍ରଶଂସକଙ୍କ ଅଭାବ ନାହିଁ। କେହି କେହି କ୍ରିକେଟ ମ୍ୟାଚ ଦେଖି ନିଜର ଉତ୍ସାହ ପ୍ରକାଶ କରୁଥିବାବେଳେ କେତେକ କ୍ରିକେଟ ସମ୍ବନ୍ଧୀୟ ଜିନିଷ ସଂଗ୍ରହ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ରାଞ୍ଚିର ମେନ ରୋଡରେ ରହୁଥିବା ରିଷି ଛାବ୍ରା କ୍ରିକେଟସ୍ର ଜଣେ ଜବରଦସ୍ତ ପ୍ରଶଂସକ ଅଟନ୍ତି। ସେ କ୍ରିକେଟ ସମ୍ବନ୍ଧୀୟ ଜିନିଷ ପାଞ୍ଚଶହରୁ ଅଧିକ ସଂଗ୍ରହ ଅଛି। ସେଥିମଧ୍ୟରୁ ଟିମ ଇଣ୍ଡିଆର ଅନେକ ଖେଳାଳିଙ୍କ ଜର୍ସି, ବ୍ୟାଟ୍ସ, ଟସ ମୁଦ୍ରା, ପୁସ୍ତକ, ଖେଳାଳିଙ୍କ କ୍ୟାପ ଏବଂ ମ୍ୟାଚ ପୂର୍ବରୁ ୧୦୦ରୁ ଅଧିକ ମ୍ୟାଚ ପାଇଁ ଟିକେଟ ରହିଛି। ଏହାସହ ରିଷି ଦେଶ ବାହାରକୁ କ୍ରିକେଟ୍‌ ଦେଖିବାକୁ ଯାନ୍ତି। ରିଷିଙ୍କ ସ୍ତ୍ରୀ ରାଧିକା ମଧ୍ୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଏବଂ ସ୍ବାମୀ-ସ୍ତ୍ରୀ କ୍ରିକେଟ ମ୍ୟାଚ ଉପଭୋଗ କରିବା ପାଇଁ ଦେଶ ତଥା ବିଦେଶ ଭ୍ରମଣ କରନ୍ତି।
ଟିମ ଇଣ୍ଡିଆ ସମେତ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ପାକିସ୍ଥାନ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ ଭଳି ଅନେକ ଦେଶର ଖେଳାଳିଙ୍କ ୧୪୦ରୁ ଊର୍ଦ୍ଧ୍ୱ ଜର୍ସି ରିଷି ରଖିଛନ୍ତି। ଏହା ବ୍ୟତୀତ ୧୯୮୫ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବେସେଜ୍‌ ଏବଂ ହେଜେସ କପର ଅନ୍ତିମ ମ୍ୟାଚ ସହିତ ଜଡିତ ଏକ ବ୍ୟାଟ ମଧ୍ୟ ଅଛି। ଯାହା ସେହି ଟୁର୍ନାମେଣ୍ଟରେ ଜଡିତ ଥିବା ୭ ଟି ଦେଶର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଛି। ସେହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚସ୍‌ରେ ରବି ଶାସ୍ତ୍ରୀ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟ ପ୍ରଦାନ କରିଥିଲେ ଏବଂ ସେ ମ୍ୟାନ ଅଫ ଦି ମ୍ୟାଚ ଭାବରେ ଏକ କାର ପାଇଥିଲେ। ଯେଉଁଥିରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ବସି ଷ୍ଟାଡିୟମ ଚାରିପାଖ ବୁଲିଥିଲେ।
ସଚିନ ତେନ୍ଦୁଲକରଙ୍କ ସହିତ ରିଷିଙ୍କର ଦୁଇଟି ଜର୍ସି ରହିଛି। ଯେଉଁଥିରେ ସଚିନ ନିଜେ ରିଷିଙ୍କୁ ଏକ ଅଟୋଗ୍ରାଫ ଦେଇଥିଲେ। ଦ୍ୱିତୀୟ ଜର୍ସି ୨୦୧୩ରେ ସଚିନଙ୍କ ଶେଷ ୨୦୦ ତମ ଟେଷ୍ଟରେ ପିନ୍ଧିଥିଲେ। ସେହି ଟେଷ୍ଟକୁ ଧ୍ୟାନରେ ରଖି ସଚିନ ପାଇଁ ବିସିସିଆଇ ଦ୍ୱାରା ସେହି ଜର୍ସି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା ।ଏହା ବ୍ୟତୀତ ତାଙ୍କ ପାଖରେ ବୀରେନ୍ଦ୍ର ସେହ୍ବାଗ, ଧୋନୀ, ଶ୍ରୀସନ୍ତଙ୍କ ସମେତ ଅନେକ ବଡ ଖେଳାଳିଙ୍କ ଜର୍ସି ଅଛି। ଏହା ବ୍ୟତୀତ ରିଷି ଛାବ୍ରାଙ୍କର ୩ଟି ଟସ ମୁଦ୍ରା ମଧ୍ୟ ଅଛି । ଯାହା ଅନ୍ତର୍ଜାତୀୟ ଏକ ଦିନିକିଆ ମ୍ୟାଚରେ ଟସ କରାଯାଇଥିଲା। ଏକ ସଂପୂର୍ଣ୍ଣ କ୍ରିକେଟ ବୁକର ଏକ ଗ୍ୟାଲେରୀ ମଧ୍ୟ ଅଛି। ରିଷି କହିଛନ୍ତି ଯେ, ପ୍ରତ୍ୟେକ ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ଏକ ପୁସ୍ତକ ପ୍ରକାଶ ପାଇଥାଏ। ଯେଉଁଥିରେ ସେହି ମ୍ୟାଚ ସହିତ ଜଡିତ ସମସ୍ତ ଜିନିଷ ସେଥିରେ ଲେଖାଥାଏ। ଏହା ବ୍ୟତୀତ ରିଷିଙ୍କ ପାଖରେ ୧୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ ମଧ୍ୟ ରହିଛି। ରିଷି ଏପର୍ଯ୍ୟନ୍ତ ୮୯ଟି ଆନ୍ତର୍ଜାତୀୟ ମ୍ୟାଚର ସାକ୍ଷୀ ହୋଇପାରିଛନ୍ତି। ସେ ମ୍ୟାଚ ଦେଖିବା ପାଇଁ ସାରା ଦେଶ ତଥା ବିଦେଶ ଭ୍ରମଣ କରନ୍ତି। କିନ୍ତୁ ୨୦୧୯ରେ ବିବାହ ପରେ ରିଷି ତାଙ୍କ ସ୍ତ୍ରୀ ରାଧିକା ଛାବ୍ରାଙ୍କ ସହ ମ୍ୟାଚ ଦେଖିବାକୁ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

ବିନାଶ କରିଦେବୁ…ଟ୍ରମ୍ପଙ୍କୁ ସିଧା ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ,୧୬।୭: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି। ଇରାନର…

ପ୍ରବଳ ବର୍ଷା ସତ୍ତ୍ୱେ କେଏସୟୁବି କଲେଜରେ ଚାରାରୋପଣ: ସହଯୋଗ କଲେ…

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ପ୍ରବଳ ବର୍ଷା ସତ୍ତ୍ୱେ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଗଗନ ବିହାରୀ…

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

ଜାରି ରହିଛି ଲଗାଣ ବର୍ଷା: କୁଲାଡ ରଥଯାତ୍ରା ବର୍ଷା ପାଇଁ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବୁଧବାର ରାତିରୁ ଗୁରୁବାର ଖବର ଲେଖା ହେବା ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗି ରହିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri