Posted inଖେଳ

ଚାପ ବିନା କ୍ରିକେଟ ରୋମାଞ୍ଚହୀନ: ମୋରିସ

ଦୁବାଇ,୨୪।୧୦(ପି.ଟି.): ଚାପ ନ ଥିଲେ କ୍ରିକେଟର ମାନେ କିଛି ନାହିଁ। ଚାପ ନ ଥିଲେ କ୍ରିକେଟରେ ରୋମାଞ୍ଚ ନାହିଁ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ କହିଛନ୍ତି। ଜଣେ ଅଲରାଉଣ୍ଡର ଭାବେ ବାଙ୍ଗାଲୋର ଦଳରେ ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ଏହାଦ୍ୱାରା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ତାଙ୍କର ପ୍ରଦର୍ଶନରେ ଯଥେଷ୍ଟ ସ୍ଥିରତା ଆସିଛି। ଆଇପିଏଲ୍‌ରେ ମୋରିସ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି। ପୂର୍ବରୁ ଦିଲ୍ଲୀ ଦଳ ପାଇଁ ସେ ୪ଟି ସଂସ୍କରଣରେ ଖେଳିଥିଲେ। ଏବେ ସେ ବାଙ୍ଗାଲୋର ପାଇଁ ଖେଳିବାର ସୁଯୋଗ ହାସଲ କରିଛନ୍ତି। ମୋରିସଙ୍କ ଯୋଗୁ ବାଙ୍ଗାଲୋର ଦଳରେ ସନ୍ତୁଳନ ଆସିଛି। ସେ ଅଧିନାୟକ ବିରାଟ କୋହଲିଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି।
ଚଳିତ ଆଇପିଏଲ୍‌ର ପ୍ରଥମ ୪ଟି ମ୍ୟାଚ୍‌ ସେ ସାଇଡ୍‌ ଷ୍ଟ୍ରେନ୍‌ ଇଞ୍ଜୁରି କାରଣରୁ ଖେଳିପାରି ନ ଥିଲେ। ତେବେ ଏହାପରେ ଏହି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୫ଟି ମ୍ୟାଚ୍‌ ଖେଳି ୯ଟି ଉଇକେଟ ହାସଲ କରିଛନ୍ତି। କଞ୍ଜୁସ ବୋଲିଂ କରି ସେ ଓଭରପିଛା ମାତ୍ର ୫ ରନ ବ୍ୟୟ କରିଛନ୍ତି। ଡେଥ୍‌ ଓଭରରେ ନବୀଦପ ସଇନିଙ୍କ ସମେତ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ।
କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ ତାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ସେ ଶାରୀରିକ ଓ ମାନସିକ ଭାବେ ବିଶ୍ରାମ ପାଇଛନ୍ତି ଓ ବେଶ୍‌ ତାଜା ଅନୁଭବ କରିଛନ୍ତି ବୋଲି ୩୩ ବର୍ଷୀୟ ମୋରିସ ଶୁକ୍ରବାର ଏକ ଅନ୍‌ଲାଇନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଆମେ ଯଥେଷ୍ଟ ହୋମ୍‌ଓ୍ବାର୍କ କରିଛୁ। ମ୍ୟାଚ୍‌ ପୂର୍ବରୁ ଆମେ ସ୍ପଷ୍ଟ ଯୋଜନା କରିଥାଉ। ଯଦି ଗୋଟିଏ ଯୋଜନା ଫେଲ୍‌ ମାରିଲା ତେବେ ପ୍ଲାନ୍‌- ବି’କୁ କାର୍ଯ୍ୟକାରୀ କରୁ। ଏହା ଫେଲ୍‌ ମାରିଲେ ଆମେ ପ୍ଲାନ୍‌-ସି’କୁ କାର୍ଯ୍ୟକାରୀ କରୁ। ଇଞ୍ଜୁରି ସମୟରେ ରିହାବିଲିଟେଶନ ପିରିୟଡ୍‌ରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ତେବେ ସପୋର୍ଟ ଷ୍ଟାଫ୍‌ ସବୁ କାମ ସହଜ କରିଥିଲେ। ଆରମ୍ଭ ଓ ଡେଥ୍‌ ଓଭରରେ ବୋଲିଂ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ। ତେବେ ଚାପ ବିନା କ୍ରିକେଟ ରୋମାଞ୍ଚକ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସାଥୀ ଖେଳାଳିମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଯୁବ ଓପନର କିଛିମାତ୍ରାରେ ମାଥ୍ୟୁ ହେଡେନଙ୍କ ଭଳି ଖେଳୁଛନ୍ତି ଓ ସେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ମୋରିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri