ପୂର୍ବ ୨ ବିବାହ ବାର୍ଷିକୀରେ ଅନୁଷ୍କାଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଥିଲେ କୋହଲି: ଏଥର…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଅର୍ଥାତ୍‌ ଡିସେମ୍ବର ୧୧ ହେଉଛି ୩ୟ ବିବାହ ବାର୍ଷିକୀ। ଚଳିତ ବର୍ଷ ତାଙ୍କର ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କୁ ସବୁଠାରୁ ବଡ଼ ଖୁସି ଦେଇଛନ୍ତି, ତାହା ହେଲା ବିରାଟ ଆଗାମୀ ଜାନୁୟାରୀରେ ବାପା ହେବାକୁ ଯାଉଛନ୍ତି। କିନ୍ତୁ ଏଥର ବିରାଟ-ଅନୁଷ୍କା ଏକାଠି ଏହି ଖାସ୍‌ ଦିନକୁ ପାଳନ କରିପାରିବେ ନାହିଁ। କାରଣ ଏବେ ସେ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ମୁମ୍ବାଇରେ ଅଛନ୍ତି। ହେଲେ ଏହା ପ୍ରଥମ ଥର ନୁହେଁ, ଗତ ବର୍ଷ ମଧ୍ୟ ବିରାଟ ଅନୁଷ୍କାଙ୍କ ଠାରୁ ଦୂରରେ ରହି ଦେଶ ପାଇଁ କ୍ରିକେଟ ଖେଳୁଥିଲେ। ମାତ୍ର ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ବିରାଟ ଅନୁଷ୍କାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଥିଲେ।
ବିରାଟ ଓ୍ବେଷ୍ଟଇଣ୍ଡିଜ୍‌ ବିରୋଧରେ ଟି-୨୦ ମ୍ୟାଚ୍‌ରେ ୨୯ ବଲ୍‌ରେ ୭୦ ରନ୍‌ କରିଥିଲେ। ଏହା ତାଙ୍କର ସବୁଠୁ ଭଲ ପ୍ରଦର୍ଶନ ମଧ୍ୟରେ ଅନ୍ୟତମ। ଏହି ମ୍ୟାଚ୍‌ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ଅବସରରେ ବିରାଟ ୭ଟି ଛକା ଏବଂ ୪ ଚୌକା ମାରିଥିଲେ। ବିରାଟଙ୍କ ଭଲ ଇନିଂସ ଯୋଗୁ ଭାରତ ୨୪୧ ରନ୍‌ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୧୭୩ ରନ୍‌ କରି ପରାସ୍ତ ହୋଇଥିଲା। ଏହି ଚମତ୍କାର ବିଜୟକୁ କୋହଲି ଅନୁଷ୍କାଙ୍କୁ ବିବାହ ବାର୍ଷିକୀ ଉପହାର ରୂପେ ଦେଇଥିଲେ।
ଏହା ପୂର୍ବରୁ ଅର୍ଥାତ୍‌ ପ୍ରଥମ ବିବାହ ବାର୍ଷିକୀ ଅବସରରେରେ ବିରାଟ ଅନୁଷ୍କାଙ୍କୁ ଯେଉଁ ଉପହାର ଦେଇଥିଲେ ତାହା ମଧ୍ୟ ବହୁତ ସ୍ବତନ୍ତ୍ର ଥିଲା। ପ୍ରଥମ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଆଡିଲେଡରେ ଭାରତ ଏକ ଐତିହାସର ବିଜୟ ହାସଲ କରିଥିଲା।
ବିରୁଷ୍କା ଡିସେମ୍ବର ୨୦୧୭ରେ ଇଟାଲିର ଟସ୍କନୀରେ ବିବାହ କରିଥିଲେ। ଏହି ବିବାହ ବଲିଉଡ୍‌ ଏବଂ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ବିବାହ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri