Posted inଖେଳ

IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା…

ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅକ୍ସନରେ ମୋଟ ୧୦ ଟିମ୍‌ ଭାଗ ନେଉଥିବା ବେଳେ ଖର୍ଚ୍ଚ କରିବାକୁ ୬୪୧ କୋଟି ଟଙ୍କା ରହିଛି।

ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ନଭେମ୍ବର ୨୪ରୁ ନଭେମ୍ବର ୨୫ ଯାଏ ଚାଲିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୩.୩୦ ରୁ ରାତି ସାଢ଼େ ୧୦ ଟା ଯାଏ ଏହା ଚାଲିବ।

ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌:

-5.25PM- କେ ଏଲ୍‌ ରାହୁଲଙ୍କ ଉପରେ ଜୋରଦାର ନିଲାମ ଡକାଯାଇଛି। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୪ କୋଟିରେ କିଣିଛି।

-5.17PM-ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଲିୟମ ଲିଭିଂଷ୍ଟନଙ୍କୁ ନୂଆ ଟିମ୍‌ ମିଳିଛି। ଆର୍‌ସିବି ତାଙ୍କୁ ୮.୭୫ କୋଟି ଟଙ୍କାରେ କିଣିଛି।

-5.11PM- ମହମ୍ମଦ ସିରାଜଙ୍କୁ ନୂଆ ଟିମ୍‌ ମିଳିଛି। ୧୨.୨୫ କୋଟି ଟଙ୍କା ଦେଇ ଗୁଜରାଟ ଟାଇଟନ୍ସ ତାଙ୍କୁ କିଣିଛି।

-5.08PM- ଟିମ୍‌ ଇଣ୍ଡିଆର ଅନୁଭବୀ ସ୍ପିନର ଯୁଜବେନ୍ଦ୍ର ଚହଲ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି। ୧୮ କୋଟି ଦେଇ ଦଳ ତାଙ୍କୁ ସାମିଲ କରିଛି।

-4.57PM-ଦକ୍ଷିଣ ଆଫ୍ରିକାର ଭେଟେରାନ କ୍ରିକେଟର ଡେଭିଡ୍‌ ମିଲର୍‌ଙ୍କୁ ନୂଆ ଟିମ୍‌ ମିଳିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୭.୫୦ କୋଟି ଟଙ୍କାରେ କିଣିଛି।

-4.53PM- ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ୧୦ କୋଟି ଦାମ୍‌ ଦେଇ ଶାମିଙ୍କୁ ଦଳ ନିଜ ଟିମ୍‌ରେ ସାମିଲ କରିଛି।

-4.38 PM-ଋଷଭ ପନ୍ତ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ଭାବେ ସେ ଶ୍ରେୟାସଙ୍କ ରେକର୍ଡ ଭାଙ୍ଗିଛନ୍ତି। କିଛି ସମୟ ପୂର୍ବରୁ ପଞ୍ଜାବ ତାଙ୍କୁ ୨୬.୭୫ କୋଟିରେ କିଣିଥିଲା।

ଅଷ୍ଟ୍ରେଲିଆର ମାଇକେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଛି।

ଇଂଲଣ୍ଡର ଟି୨୦ ଦିନିକିଆ ଅଧିନାୟକ ଜୋସ ବଟଲରଙ୍କୁ ଗୁଜରାଟ ଟାଇଟନ୍ସ ୧୫.୭୫ କୋଟି ଟଙ୍କାରେ କିଣିଛି।

୨ କୋଟି ବେସ୍‌ ପ୍ରାଇସ୍‌ ଥିବା ଶ୍ରେୟାସ ଆୟର ଅକ୍ସନ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ପଞ୍ଜାବ କିଙ୍ଗ୍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଛି। ସେ ମାଇକେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ଅକ୍ସନରେ ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଥିଲା।

ଦକ୍ଷିଣ ଆଫ୍ରିକାର ବୋଲର୍‌ କାଗିସୋ ରବାଡ଼ାଙ୍କୁ ଗୁଜରାଟ ଟାଇଟନ୍ସ କିଣିଛି। ଏଥିପାଇଁ ସେ ୧୦.୭୫ କୋଟି ଟଙ୍କାର ନିଲାମ ଡାକିଛି।

ପ୍ରଥମେ ଅର୍ଶଦୀପଙ୍କ ଉପରେ ନିଲାମ ଡକା ଯାଇଛି। ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ ଏହି ଖେଳାଳିଙ୍କୁ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri