Posted inUncategorized

ଦିନେ ଯାହା ବଲ୍‌କୁ ଖେଳିବାକୁ ଡରୁଥିଲେ କୋହଲି, ଏବେ ସେ ରୋନାଲ୍ଡୋଙ୍କ ସହ କଲେ କୋହଲିଙ୍କ ତୁଳନା; ଚମକାଇଲା…

ନୂଆଦିଲ୍ଲୀ,୨୭।୨: କ୍ରିକେଟରେ ବିରାଟ କୋହଲିଙ୍କୁ ‘କିଙ୍ଗ୍‌’ ଆଖ୍ୟା ଦିଆଯାଇଛି। ସେ ଦିନିକିଆରେ ସର୍ବାଧିକ ଶତକ ଲଗାଇଥିବା ଖେଳାଳି। ଏହାଛଡ଼ା ଅନେକ ରେକର୍ଡ ତାଙ୍କ ନାମରେ ରହିଛି। କୌଣସି ବଡ଼ ଟୁର୍ନାମେଣ୍ଟରେ ଦଳର ଆବଶ୍ୟକତା ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ଏହି କାରଣରୁ କୋହଲି ଯାହା ବଲ୍‌କୁ ଖେଳିବାକୁ ଡରନ୍ତି, ସେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏପରିକି ସେ କୋହଲିଙ୍କ ତୁଳନା ଲୋକପ୍ରିୟ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ କରିବା ସହ ପାକିସ୍ତାନରେ ସବୁଠାରୁ ବଡ଼ ରୋଲ୍‌ ମଡେଲ୍‌ ବୋଲି କହିଛନ୍ତି।

ଆମେ କହୁଛୁ ମହମ୍ମଦ ଆମିରଙ୍କ ବିଷୟରେ। ସେ କହିଛନ୍ତି, କୋହଲି କଠିନ ପରିଶ୍ରମ, ଅନୁଶାସନ ଏବଂ ପ୍ରଦର୍ଶନ ବଳରେ କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ନାମ କମାଇଛନ୍ତି। ସେ ସବୁଥିରେ ଶ୍ରେଷ୍ଠ, ଏଥିଲାଗି ଯୁବ କ୍ରିକେଟରଙ୍କ ରୋଲ୍‌ ମଡେଲ। ଲୋକେ ରୋନାଲ୍ଡୋଙ୍କୁ କାହିଁକି ଭଲ ପାଆନ୍ତି? ମେସିଙ୍କୁ କାହିଁକି ପସନ୍ଦ କରନ୍ତି? ଯଦି ରୋନାଲ୍ଡୋଙ୍କ ବିଷୟରେ କହିବି ତେବେ ତାଙ୍କର ଜୀବନଚର୍ଯ୍ୟାକୁ ଦେଖନ୍ତୁ। ତାଙ୍କର ସମାଜସେବା, କାମ କରିବାର ଶୈଳୀ, ଫିଟନେସ୍‌ ଦେଖନ୍ତୁ। ସେ ପୁରା ପ୍ୟାକେଜ୍‌। ସେହିଭଳି କୋହଳି ମଧ୍ୟ ପୁରା ପ୍ୟାକେଜ୍‌। ସେ ପାକିସ୍ତାନରେ ମଧ୍ୟ ରୋଲ ମଡେଲ। କେଉଁ ଦେଶର ଖେଳାଳି ତାହା ଗୁରୁତ୍ୱ ରଖେନା, ଜଣେ ରୋଲ୍‌ ମଡେଲ୍‌ ଯେକୌଣସି ଦେଶର ହୋଇପାରେ। ଏହି ପୀଢ଼ି ଲାଗି କୋହଲି ଜଣେ ପ୍ରେରଣା।

କେବଳ ସେତିକି ନୁହେଁ ଆମିର କହିଛନ୍ତି, କୋହଲି ଏଭଳି ଜଣେ ଖେଳାଳି ଯାହାଙ୍କ ବୟସ ଗୁରୁତ୍ୱ ରଖେନା। ତାଙ୍କ କାମ କରିବାର ନିୟମ ତାଙ୍କ ଫର୍ମ ଆଧାରରେ ପରିବର୍ତ୍ତିତ ହୁଏ ନାହିଁ। ସେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ୯୦ ମିନିଟ୍‌ ଆଗୁଆ ଅଭ୍ୟାସ ଲାଗି ଆସିଥିଲେ। ଯିଏ ବି କ୍ରିକେଟର ହେବାକୁ ଚାହୁଁଛନ୍ତି, ବ୍ୟାଟିଂ କରିବାକୁ ଇଚ୍ଛୁକ ସେ କୋହଲିଙ୍କଠାରୁ ଶିଖିବା ଉଚିତ।

କହିରଖୁଛୁ, ଏକଦା ବିରାଟ ଏକ ସାକ୍ଷାତକାରରେ କହିଥିଲେ ଯେ ଅନ୍ତର୍ଜାତୀୟ କ୍ରିକେଟରେ ଆମିରଙ୍କୁ ସାମ୍ନା କରିବା କଷ୍ଟକର ବୋଲି କହିଥିଲେ। ହେଲେ ଏବେ ସେ ନିଜେ କୋହଲିଙ୍କ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?