Posted inଖେଳ

୩ ମ୍ୟାଚ୍‌ରେ ମାତ୍ର ୧ ରନ୍‌ କରିଛନ୍ତି ଏହି ଖେଳାଳି: ଭାଙ୍ଗିଲେ ଏହି ଖରାପ ରେକର୍ଡ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୮ ଉଇକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ବ୍ୟାଟିଂ କରି ୧୫୬ ରନ୍‌ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଓପନର କେ. ଏଲ୍‌ ରାହୁଲ ପୁଣିଥରେ ଫ୍ଲପ୍‌ ହୋଇଛନ୍ତି। ଦଳ ତାଙ୍କ ଉପରେ ଭରସା କରି ୩ ଥର ଓପନିଂ କରିବାର ସୁଯୋଗ ଦେଇଥିଲା। ମାତ୍ର ଏଥର ମଧ୍ୟ ସେ ଶୂନରେ ଆଉଟ୍‌ ହୋଇଥିଲେ। ରାହୁଲଙ୍କ ଖରାପ ପ୍ରଦର୍ଶନ ଦେଖି ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।
ରାହୁଲ ଶେଷ ୩ ଇନିଂସରେ ସେ ୧ ରନ୍‌ କରିପାରିଛନ୍ତି। ଏଥିସହ ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଛି। ରାହୁଲ ଗତ ୩ ଇନିଂସରେ ଇଂଲଣ୍ଡ ବିପକ୍ଷରେ ୦,୧, ୦ ରନ୍‌ କରିଛନ୍ତି। ଏହି ମାମଲାରେ ରାହୁଲ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ବ୍ୟାଟ୍ସମ୍ୟାନ୍‌ ଅମ୍ବତି ରାୟୁଡୁଙ୍କ ସମକକ୍ଷ ହୋଇଛନ୍ତି।
୨୦୨୦ ଆଇସିସି ବିଶ୍ୱକପ୍‌ ଟି-୨୦ରେ ନେହେରା ୨ ଥର ଶୂନରେ ଆଉଟ୍‌ ହୋଇଥିଲେ। ସେହିପରି ୨୦୧୫ରେ ସାଉଥ୍‌ ଆଫ୍ରିକା ବିପକ୍ଷରେ ଅମ୍ବତି ୨ ଥର ଶୂନରେ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାକ୍ଷୀଙ୍କ ପୂର୍ବରୁ ଏସବୁ ବଲିଉଡ୍‌ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ ଧୋନୀ: ହେଲେ…

ନୂଆଦିଲ୍ଲୀ,୧୮।୮: ୨୦୧୦ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ଅଛି। ହେଲେ...

ତ୍ୟାଗୀଙ୍କ ବାଉନ୍ସରରେ ପୁକୋଭସ୍କି ଆହତ: ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚରୁ ଓହରିଲେ

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ ପାଇଁ ହଟ୍‌ ଫେଭରାଇଟ୍‌ ଥିବା ଅଷ୍ଟ୍ରେଲିଆର ଓ୍ବିଲ୍‌ ପୁକୋଭସ୍କି କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସରରେ ଆହତ ହୋଇଛନ୍ତି। ଭାରତ...

୧୩ ଦଳର ୪୫୫ ବୋଲର୍‌ ଯାହା କରିପାରି ନ ଥିଲେ, ଜନ୍ମଦିନରେ ତାହା କରି ଦେଖାଇଲେ ଏହି କ୍ରିକେଟର୍‌

କଲମ୍ବୋ,୨୦।୭: ତୃତୀୟ ଟି -୨୦ ମ୍ୟାଚରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତର ନୂଆ ଜର୍ସି ଲଞ୍ଚ୍‌

ନୂଆଦିଲ୍ଲୀ,୧୩।୧୦: ଆଇସିସି ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କ୍ରିକେଟ ବୋର୍ଡ ଅଫ କ୍ରିକେଟ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ଏହି ଜର୍ସି...

ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି

ସିଡନୀ,୨୨।୧୦: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି। ଅଷ୍ଟ୍ରେଲିଆ...

ବାର୍ସିଲୋନାକୁ ମେସିଙ୍କ ସମାଲୋଚନା

ବାର୍ସିଲୋନା, ୨୬ା୯ (ଏପି): ଲୁଇସ୍‌ ସୁଆରେଜଙ୍କୁ ଆଟ୍‌ଲେଟିକୋ ମାଡ୍ରିଡ୍‌କୁ ବଦଳି କରାଯିବା ନିଷ୍ପତ୍ତିରେ ଆର୍ଜେଣ୍ଟିନାର ଷ୍ଟାର ଫୁଟ୍‌ବଲର ତାଙ୍କ କ୍ଲବ ବାର୍ସିଲୋନାକୁ ସମାଲୋଚନା କରିଛନ୍ତି। ଉରୁଗୁଏ...

‘ମୁଁ ହାରିବାର ମୁଖ୍ୟ ଦୋଷୀ’

ନୂଆଦିଲ୍ଲୀ,୯।୧୧: ମହେନ୍ଦ୍ର ସିଂ ଧୋନୀ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ। ସେ ପ୍ରାୟ ଏକ ଦଶନ୍ଧି ଧରି ଟିମ ଇଣ୍ଡିଆର ଅଧିନାୟକ ହୋଇଥିଲେ।...

Advertisement
Archives

Model This Week