Posted inଖେଳ

ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

ନୂଆଦିଲ୍ଲୀ,୨୯।୧୧: ଟି୨୦ କ୍ରିକେଟ ବେଶ ରୋମାଞ୍ଚକର। କାରଣ ଏଥିରେ ବ୍ୟାଟିଂ, ବୋଲିଂ ସହ ଫିଲ୍ଡିରେ ଏକାଧିକ ରେକର୍ଡ ହୁଏ। ହେଲେ ଏବେ ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ବିଶ୍ୱ ରେକର୍ଡ ହୋଇଛି। ମଣିପୁର ବିପକ୍ଷ ମୁକାବିଲାରେ ଦିଲ୍ଲୀର ଟିମ୍‌ ୧୧ଜଣ ଖେଳାଳିଙ୍କୁ ବୋଲିଂ କରାଇ ରେକର୍ଡ ନିଜ ନାମରେ କରିଛି। ଟି୨୦ ଇତିହାସରେ ପ୍ରଥମ ଥର ଲାଗି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାପୂର୍ବରୁ ଟି୨୦ର ଗୋଟିଏ ଇନିଂସରେ ସର୍ବାଧିକ ୯ ବୋଲର୍‌ ବ୍ୟବହାର ହେବାର ରେକର୍ଡ ଥିଲା। ହେଲେ ଏବେ ଦିଲ୍ଲୀ ସମସ୍ତଙ୍କୁ ଚକିତ କରି ବିଶ୍ୱ ରେକର୍ଡ ନିଜ ନାମରେ କରିଛି।

ଏହି ମୁକାବିଲାରେ ମଣିପୁର ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ଚୟନ କରିଥିଲା। ଆରମ୍ଭରୁ ଉଇକେଟ ପଡ଼ିବା ପରେ ଦିଲ୍ଲୀ ଅଧିନାୟକ ଚକିତ କଲା ଭଳି ରଣନୀତି ଆପଣାଇଥିଲେ। ସେ ଦଳର ସବୁ ଖେଳାଳିଙ୍କ ଦ୍ୱାରା ବୋଲିଂ କରାଇଥିଲେ। ଆୟୁଷ ସିଂ, ଅଖିଳ ଚୌଧୁରୀଙ୍କ ବ୍ୟତିତ ହର୍ଷ ତ୍ୟାଗି, ଦିଗ୍‌ବେଶ ରାଠି, ମୟଙ୍କ ରାଓ୍ବତ ବୋଲିଂ କରିଥିଲେ। ଏହାପରେ ଆୟୁଷ ବଢ଼ୋନୀ ଉଇକେଟକିପିଂ ଛାଡ଼ି ବୋଲିଂ କରିବାକୁ ଆସିଥିଲେ। ଏହାଛଡ଼ା ଆର୍ୟନ ରାଣା, ହିମ୍ମତ ସିଂ, ପ୍ରିୟାଂଶ ଆର଼୍ୟା, ୟଶ ଢୁଲ ଏବଂ ଅନୁଜ ରାଓ୍ବତ ବୋଲିଂ କରିଥିଲେ।

ଦିଲ୍ଲୀ ଟିମ୍‌ର ସମସ୍ତ ଖେଳାଳି ବୋଲିଂ କରିବା ସତ୍ତ୍ୱେ ମଣିପୁର କେବଳ ୧୨୦ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଦେବେଶ ରାଠୀ ଭଲ ବୋଲିଂ କରିଥିଲେ। ସେ ୮ ରନ ଦେଇ ୨ ଉଇକେଟ ନେଇଥିଲେ। ଉଇକେଟକିପର ତଥା ଅଧିନାୟକ ଆୟୁଷଙ୍କୁ ୧ ଉଇକେଟ ମିଳିଥିଲା।

ଏହି ମ୍ୟାଚ୍‌ରେ ଦିଲ୍ଲୀ ବିଜେତା ହୋଇଥିଲେ ହେଁ ମଣିପୁର ଟିମ୍‌ କଡ଼ା ଟକ୍କର ଦେଇଥିଲା। ଫଳରେ ଦିଲ୍ଲୀ ମାତ୍ର ୯ ବଲରେ ବିଜେତା ହୋଇଛି। ଦଳ ପକ୍ଷରୁ ୟଶ ଅପରାଜିତ ୫୯ ରନ୍‌ କରିଥିଲେ। ବାକି ଅନ୍ୟ କ୍ରିକେଟର ସଂଘର୍ଷ କରୁଥିବା ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri