ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ ମାମଲାର ତନାଘନା ଚଳାଇଛନ୍ତି। କୁଆଖିଆ ପୋଲିସ ଏହି ଘଟଣାରେ ଗିରଫ ପ୍ରେମିକ ରାକେଶ ସ୍ବାଇଁଙ୍କୁ ୩ଦନିଆ ରିମାଣ୍ଡରେ ଆଣିଛି। ବୁଧବାର ରିମାଣ୍ଡର ଦ୍ୱିତୀୟ ଦିନରେ ରାକେଶଙ୍କୁ ଭୁବନେଶ୍ୱର ଆଣି ସିନ୍‌ ରିକ୍ରିଏଶନ କରାଇଛି। ବୁଧବାର ପୋଲିସ ପ୍ରଥମେ ଅଭିଯୁକ୍ତ ରାକେଶଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ପରେ ତାଙ୍କୁ ତଦନ୍ତ ଅଧିକାରୀ ଏସଡିପିଓ ଚିନ୍ମୟ କୁମାର ନାୟକ ଯାଜପୁର ରୋଡସ୍ଥିତ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ କିଛି ସମୟ ଜେରା କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଭୁବନେଶ୍ୱରରେ ରାକେଶ ମୃତା ଛାତ୍ରୀ ଝରାଫୁଲଙ୍କୁ ଭେଟିଥିବା ଛକ, ବିରିୟାନି ଦୋକାନ, ଅଭିଯୁକ୍ତଙ୍କ ସୁନ୍ଦରପଦା ଘର, ଖଣ୍ଡଗିରି ଥାନା ଅଞ୍ଚଳର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସ ଆଦି ସ୍ଥାନକୁ ବୁଲାଇ ଥିଲେ। ବାଣୀବିହାର ବସ୍‌ଷ୍ଟାଣ୍ଡରୁ ଝରାଫୁଲ ଓହ୍ଲାଇବା ପରଠାରୁ ରାକେଶ ତାଙ୍କୁ କେଉଁଠିକୁ ସବୁ ନେଇଥିଲେ, ଏପରି କି ରାତି କିପରି କଟାଇଥିଲେ, ଝରାଫୁଲ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲ କାହିଁକି ନିଆଗଲା ନାହିଁ, ଛାତ୍ରୀଙ୍କ ମୃତଦେହ ବୋହିବାରେ ବ୍ୟବହାର ସ୍କୁଟି କେଉଁଠି ରହିଛି, ସ୍କୁଟିରେ ମୃତଦେହ ନେବାରେ ସହଯୋଗୀ କେଉଁଠି ଅଛନ୍ତି ସେନେଇ ପୋଲିସ ଟିକିନିଖି ଜେରା କରିଥିଲେ ସୁଦ୍ଧା ସହଯୋଗୀଙ୍କୁ ଠାବ କରିବାରେ ବିଫଳ ହୋଇଛି। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ଛାତ୍ରୀ ମୃତ୍ୟୁ ସନ୍ଦେହଜନକ ବୋଲି କୁହାଯାଉଥିବାବେଳେ ଏହା କ୍ରମଶଃ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଘଟଣା ଦିନ ରାତିରେ ଘଟିଥିବା ଅନେକ ନୂଆ ତଥ୍ୟ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ନିଶା ସହ ବଳାକତ୍ାର ହୋଇଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଥିବା ତଦନ୍ତ ଟିମ୍‌ରେ ସାମିଲ ଥିବା ଜଣେ ପୋଲିସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଗୁରୁବାର ରିମାଣ୍ଡର ଶେଷଦିନ। ଏହାରି ଭିତରେ ତଦନ୍ତ ଅଧିକାରୀଙ୍କ ହାତରେ ମୃତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଲାଗିଛି ବୋଲି କୁହାଯାଉଥିବାଙ୍‌ବେଳେ ଭିସାରା ରିପୋର୍ଟ ଆସିବାକୁ ଆଉ ୨ରୁ ୩ ଦିନି ଲାଗି ପାରେ ବୋଲି ଜଣାପଡିଛି। ତେବେ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତ ଓ ରିପୋର୍ଟରୁ ସବୁ କିଛି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?