କାର୍ଯ୍ୟରେ ଲାଗୁନି କ୍ରେଚ୍‌

ବଅଁରପାଳ, ୮।୪ : ଅନୁଗୋଳ ଜିଲା ନାଲ୍‌କୋରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମହିଳାମାନେ ଯେପରି ସେମାନଙ୍କ ଶିଶୁଙ୍କ ଠାରୁ ଅଧିକ ସମୟ ଦୂରେଇ ନ ରହିବେ ସେଥିପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଶିଶୁପାଳନ ଗୃହ (କ୍ରେଚ୍‌) ନିର୍ମାଣ କରିଥିଲେ। ହେଲେ ଯେଉଁ ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଥିଲା ତାହା ପୂରଣ ହେଉନାହିଁ। ଗୃହକାର୍ଯ୍ୟ ସରିବା ପରଠାରୁ ସେଥିରେ ତାଲା ପକାଯାଇଥିବା ଅଭିଯୋଗ ହେଉଛି। ଫଳରେ ମହିଳା ଶ୍ରମିକମାନେ ଶିଶୁମାନଙ୍କୁ ଘରେ ଛାଡ଼ି ଆସିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
ଫ୍ୟାକ୍ଟ୍ରି ଆକ୍ଟ ୧୯୪୮ ଅନୁଯାୟୀ ଯେଉଁ କାରଖାନାରେ ମହିଳା ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି, ସେଠାରେ ସେମାନଙ୍କ ଶିଶୁଙ୍କ ଲାଳନପାଳନ ପାଇଁ କାରଖାନା ପକ୍ଷରୁ ଶିଶୁ ପାଳନ ଗୃହ ନିର୍ମାଣ କରାଯିବ। ମହିଳା ଶ୍ରମିକମାନେ ପ୍ଲାଣ୍ଟରେ କାମ ଆରମ୍ଭ କରିବା ପୂର୍ବରୁ ଉକ୍ତ ଗୃହରେ ସେମାନଙ୍କ ଶିଶୁଙ୍କୁ ଛାଡ଼ି ଯିବେ। ମଝିରେ ମଝିରେ ଆସି ଯତ୍ନ ନେବେ। ସେହିପରି ଶିଶୁମାନଙ୍କ ଜଗାରଖା ପାଇଁ ଜଣେ ଧାୟୀ ରହିବେ। ଶିଶୁମାନଙ୍କ ଖେଳିବା ପାଇଁ ଉକ୍ତ କ୍ରେଚ୍‌ରେ ଖେଳନା ସାମଗ୍ରୀ ରହିବ। ମାତ୍ର ନାଲ୍‌କୋରେ ଏହି ଆଇନ ପାଳନରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। କେତେଜଣ ଶ୍ରମିକଙ୍କ କହିବା ଅନୁଯାୟୀ, ନାଲ୍‌କୋ ସ୍ମେଲଟର ଓ ସିପିପିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ବହୁ ଠିକା ଶ୍ରମିକ ଥିବାବେଳେ ମହିଳା ଶ୍ରମିକଙ୍କ ସଂଖ୍ୟା ୨ ହଜାରରୁ ଅଧିକ। କିନ୍ତୁ ଏଠାରେ କେବଳ ନାମକୁ ମାତ୍ର ଦେଖାଣିଆ ଭାବେ କ୍ରେଚ୍‌ ନିର୍ମାଣ କରାଯାଇଛି। ମହିଳା ଶ୍ରମିକମାନଙ୍କ ସୁବିଧା ପାଇଁ ଏହି ଗୃହ ନିର୍ମାଣ ହୋଇଥିଲେ ସେଥିରେ ତାଲା ପକାଯାଇ ନ ଥାନ୍ତା। ଦୀର୍ଘବର୍ଷ ଧରି କର୍ତ୍ତୃପକ୍ଷ କ୍ରେଚ୍‌ରୁ ତାଲା ଖୋଲୁ ନ ଥିବାରୁ ମହିଳା ଶ୍ରମିକମାନେ ପିଲାମାନଙ୍କୁ ସାଙ୍ଗରେ ନ ଆଣି ଘରେ ଛାଡ଼ି ଆସୁଛନ୍ତି। ଏଥିଯୋଗୁ ସେମାନଙ୍କ ପିଲାମାନଙ୍କ ଲାଳନପାଳନ ଠିକ୍‌ ଭାବେ ହୋଇପାରୁ ନାହିଁ। ନାଲ୍‌କୋ ଇଡି ଅମ୍ବିକା ପ୍ରସାଦ ପଣ୍ଡାଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ। ଜିଲା କାରଖାନା ଓ ବାଷ୍ପିତ୍ର ବିଭାଗ ସହ ନିର୍ଦ୍ଦେଶକ ଅର୍ଚ୍ଚନା ଦାସ କୁହନ୍ତି, ନିୟମ ଅନୁଯାୟୀ କାରଖାନାରେ ନିର୍ମିତ କ୍ରେଚ୍‌ ସବୁବେଳେ ଖୋଲା ରହିବା କଥା। ତାଲା ପଡିବା ଠିକ୍‌ ନୁହେଁ। ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିୟମ କାର୍ଯ୍ୟକାରୀ କରାଯାଉନି
ନାଲ୍‌କୋ ପକ୍ଷରୁ ମହିଳା ଶ୍ରମିକମାନଙ୍କୁ ଅଣଦେଖା କରାଯାଉଛି। ସେଥିପାଇଁ କ୍ରେଚ୍‌ ଖୋଲା ନ ଯାଇ ସେଠାରେ ତାଲା ଝୁଲାଇ ଦିଆଯାଇଛି। ଏହାକୁ ସଂଘ ନିନ୍ଦା କରିବା ସହ ତୁରନ୍ତ ଏ ଦିଗରେ ନାଲ୍‌କୋ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି କରାଯାଉଛି।
-ନିର୍ମଳ ଶତପଥୀ,
କାର୍ଯ୍ୟକାରୀ ସଭାପତି, ଏନ୍‌ଏନ୍‌ଇୟୁ

ଆରମ୍ଭରୁ କ୍ରେଚ୍‌ରେ ତାଲା
ନାଲ୍‌କୋ ସ୍ମେଲଟର ଓ ସିପିପିରେ କେବଳ ଲୋକଦେଖାଣିଆ ଭାବେ ଏହି କ୍ରେଚ୍‌ ନିର୍ମାଣ ହୋଇଛି। ଆରମ୍ଭରୁ ଏହି ଗୃହରେ ତାଲା ଝୁଲୁଥିବାରୁ ମହିଳା ଶ୍ରମିକ ମହଲରେ ଅସନ୍ତୋଷ ଦେଖାଦେଇଛି। ସେମାନେ ବାଧ୍ୟହୋଇ ଶିଶୁମାନଙ୍କୁ ଅସୁକ୍ଷିତ ଅବସ୍ଥାରେ ଛାଡି ଆସୁଛନ୍ତି।

-ମାଙ୍ଗିଲାଲ ସାମଲ,
କାର୍ଯ୍ୟକାରୀ ସଭାପତି, ନେପୁ

ସାମାଜିକ ସୁରକ୍ଷା ପ୍ରତି ଧ୍ୟାନ ନାହିଁ
ନାଲ୍‌କୋରେ ଠିକା ଶ୍ରମିକମାନଙ୍କୁ ଅବହେଳା କରାଯାଉଛି। ଅନେକ ସମୟରେ ପିଏଫ୍‌ ଓ ଇଏସ୍‌ଆଇ କ୍ଷେତ୍ରରେ ହଇରାଣ କରାଯାଉଛି। ସୁରକ୍ଷା ସରଞ୍ଜମ ପ୍ରତି ପ୍ରାଧାନ୍ୟ ଦିଆଯାଉ ନାହିଁ। କ୍ରେଚ ନିର୍ମାଣ ହୋଇଥିଲେ ମଧ୍ୟ କେବେ ଗୃହ ଖୋଲା ହେଉନାହିଁ।

-ବାବୁଲି ସେଠୀ,
ସିପିପି ଶ୍ରମିକ ନେତା

ମହିଳା ଶ୍ରମିକଙ୍କୁ ଅଣଦେଖା
ନାଲ୍‌କୋ ପ୍ଲାଣ୍ଟରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ବିଶେଷକରି ଯେଉଁ ଉଦ୍ଦେଶ୍ୟରେ ଏହି କ୍ରେଚ୍‌ ନିର୍ମାଣ କରାଯାଇଥିଲା ତାହା ସାଧିତ ହୋଇପାରି ନାହିଁ। ଆରମ୍ଭରୁ ତାଲା ଝୁଲୁଥିବାରୁ ସମସ୍ୟା ବଢ଼ିଚାଲିଛି।

-ବିଭବ ଜେନା, କାର୍ଯ୍ୟକାରୀ ସଭାପତି, ନାଲ୍‌କୋ ଶ୍ରମିକ କଂଗ୍ରେସ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri