ସୃଜନ କଳା ମୁରୁଜ

ଅଭୟ କୁମାର ଦାସ

ବହୁ ବର୍ଷ ପୂର୍ବେ ଚିତ୍ରଲକ୍ଷଣ ନାମରେ ଜଣେ ରାଜା ଥିଲେ। ତାଙ୍କ ସମୟରେ ସେ ଥିଲେ ଜଣେ ପ୍ରସିଦ୍ଧ ଚିତ୍ରକର। ଏକଦା ରାଜା ଚିତ୍ରଲକ୍ଷଣଙ୍କ ଦରବାରର ମହାପଣ୍ଡିତଙ୍କ ପୁତ୍ରର ଅକାଳ ମୃତ୍ୟୁ ଘଟିବାରୁ ମହାପଣ୍ଡିତଙ୍କ ସମେତ ସାରା ରାଜ୍ୟବାସୀ ଏହି ଘଟଣାରେ ଦୁଃଖିତ ହୋଇପଡ଼ିଲେ। ପଣ୍ଡିତଙ୍କ ପୁତ୍ରକୁ ଜୀବନଦାନ ଦେବା ପାଇଁ ସମସ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ, ମୃତ ପଣ୍ଡିତ ପୁତ୍ରଙ୍କର ଚିତ୍ର ମୁରୁଜରେ ଆଙ୍କିଲେ ସେ ସେହି ଚିତ୍ରକୁ ଜୀବନଦାନ କରିବେ। ବ୍ରହ୍ମାଙ୍କ ଏପରି ନିର୍ଦ୍ଦେଶରେ ରାଜା ଚିତ୍ରଲକ୍ଷଣ ନିଜେ ମୁରୁଜରେ ପିଲାଟିର ଚିତ୍ର ଆଙ୍କିଲା ପରେ ବ୍ରହ୍ମା ସେହି ଚିତ୍ର ପ୍ରତିମାଟିକୁ ଜୀବନଦାନ ଦେଇଥିଲେ। ସେହି ଦିନଠାରୁ ମୁରୁଜକୁ ସାରା ରାଜ୍ୟବାସୀ ଶୁଭ ବୋଲି ମାନିଲେ ଏବଂ ପ୍ରତ୍ୟେକ ଦିନ ଘର ଅଗଣାରେ ମୁରୁଜରେ ଚିତ୍ର ଆଙ୍କିବାକୁ ଲାଗିଲେ। ବହୁବର୍ଷ ପୂର୍ବେ ଅଣ୍ଡଲ୍‌ ନାମକ ଜଣେ ଯୁବତୀ ଥୀରୁମଲ ନାମକ ଦେବତାଙ୍କୁ ପୂଜା କରିବା ସହ ପ୍ରତିଦିନ ମୁରୁଜ ଆଙ୍କୁଥିଲା। ପୂଜା କରିବାର କିଛିଦିନ ମଧ୍ୟରେ ତା’ର ବିବାହ ହୋଇଯାଇଥିଲା। ଅଣ୍ଡଲ୍‌ ମାରଖାଜୀ ମାସ (୧୫ ଡିସେମ୍ବରଠାରୁ ୧୫ ଜାନୁୟାରୀ)ରେ ବିବାହ କରିଥିବାରୁ ଏହି ମାସରେ ଅବିବାହିତ ତାମିଲ ଝିଅମାନେ ସକାଳୁ ଉଠି ମୁରୁଜ ପକାଇ ଥୀରୁମଲଙ୍କୁ ପୂଜା କରିଥାନ୍ତି। ଏପରି କରିବା ଦ୍ୱାରା ଅବିବାହିତ ଝିଅମାନଙ୍କର ବିବାହ ଶୀଘ୍ର ହୋଇଯାଇଥାଏ ବୋଲି ବିଶ୍ୱାସ କରାଯାଏ।
ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦେବଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ। ମିଳିଥିବା ପ୍ରମାଣ ଅନୁସାରେ ମହେଞ୍ଜୋଦାରୋ ଏବଂ ହରପ୍ପା ସଭ୍ୟତା ସମୟରେ ମୁରୁଜ ଅଙ୍କାଯାଉଥିଲା। ସେତେବେଳେ ମୁରୁଜକୁ ‘ଆଲ୍ପନା’ କୁହାଯାଉଥିଲା, ଯାହା ସଂସ୍କୃତ ଶବ୍ଦ ‘ଓଲାନପିନ’ରୁ ଉଦ୍ଧୃତ, ଯାହାର ଅର୍ଥ ଚିତ୍ର ଆଙ୍କିବା। ମୁରୁଜର ବ୍ୟବହାର ସପ୍ତମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ତନ୍ତ୍ରଶକ୍ତିର ଆଗମନ ସହିତ ହିନ୍ଦୁ ପୂଜା ପଦ୍ଧତିରେ ପ୍ରବେଶ ହୋଇଥିଲା ବୋଲି ଅନୁମାନ କରାଯାଏ। ମୁରୁଜରେ କୁଣ୍ଡଳୀ, ଚକ୍ର କ୍ଷେତ୍ର, ପଦ୍ମ କ୍ଷେତ୍ର, ଷଡ଼କ୍ଷେତ୍ର ଆଦି ଆକୃତିଗୁଡ଼ିକୁ ଅଙ୍କାଯାଇ ଉପାସ୍ୟ ବା ଇଷ୍ଟ ଦେବତାଙ୍କୁ ପୂଜା କରାଯାଉଥିଲା। ପୂର୍ବେ ହିନ୍ଦୁଧର୍ମରେ ପ୍ରକୃତି ପୂଜା କରାଯାଉଥିଲା। ଏହି ପ୍ରକୃତିକୁ ପ୍ରତିମା ରୂପ ଦେଇ ପୂଜା କଲାବେଳେ ତାଙ୍କର ଆସ୍ଥାନ ପାଇଁ ମୁରୁଜର ବ୍ୟବହାର କରାଗଲା। ୧୨ଶ ଓ ୧୩ଶ ଶତାବ୍ଦୀ ବେଳକୁ ମୁରୁଜ ସଂସ୍କୃତି ଶ୍ରୀମନ୍ଦିରରେ ପ୍ରବେଶ କଲା। ଶ୍ରୀମନ୍ଦିରର ରୋଷେଇ ଶାଳରେ ମୁରୁଜ ଆଙ୍କି ଅବଢ଼ା ହାଣ୍ଡି ରଖାଗଲା। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ଲକ୍ଷ୍ମୀଙ୍କୁ ମୁରୁଜରେ ଚିତ୍ର ଆଙ୍କି ପୂଜା କରାଗଲା। ମୁରୁଜ ଗୁଣ୍ଡରଙ୍ଗ ହୋଇଥିବାରୁ ଏହା ଶୀଘ୍ର ନଷ୍ଟ ହୋଇଯାଉଥିଲା, ତେଣୁ ଝୋଟି ଚିତା ଆଙ୍କିବା ପ୍ରଥା ଆରମ୍ଭ ହେଲା। ଶ୍ରୀମନ୍ଦିରରେ ମୁରୁଜର ବ୍ୟବହାର ପରେ ଓଡ଼ିଆ ସଂସ୍କୃତିରେ ଏହାର ବହୁଳ ବ୍ୟବହାର କରାଗଲା।
ମରାଠାମାନଙ୍କ ଆଗମନରେ ମୁରୁଜ ସହ ଅବିର ରଙ୍ଗ ବ୍ୟବହାର କରାଗଲା। ପରେ ଶୈବ ଓ ଶାକ୍ତ ଧର୍ମର ବହୁଳ ବ୍ୟବହାର ଘଟିବାରୁ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଆଙ୍କି ପୂଜା କରିବା ଆରମ୍ଭ ହେଲା। ପୌରାଣିକ କିମ୍ବଦନ୍ତୀ ଅନୁସାରେ ପତ୍ନୀ ବ୍ୟଭିଚାରୀ ହେଲେ ଯାଇ ତାଙ୍କ ମୃତ୍ୟୁ ହେବ ଅନ୍ୟଥା ସେ ଅମର ବୋଲି ଜଳନ୍ଧରଙ୍କୁ ବର ମିଳିଥିଲା। ବର ପାଇଥିବା ଜଳନ୍ଧରଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ଜଳନ୍ଧରଙ୍କ ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କରିଥିଲେ। ସ୍ବାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରକ୍ଷା କରିଥିବାରୁ ବୃନ୍ଦାବତୀଙ୍କ ସତୀତ୍ୱ ଉପରେ ପ୍ରଶ୍ନ ହେବାରୁ ତାଙ୍କୁ ପଞ୍ଚପବନୀ ରସ ବା ଅମୃତ ରସରେ ପବିତ୍ର କରାଯାଇଥିଲା। ଏହି ପଞ୍ଚବନୀ ଶବ୍ଦରୁ ପଞ୍ଚକ ଜାତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚକ ଭାବେ ପାଳନ କରାଯାଏ। ଏହି ସମୟରେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ। ଅରୁଆ ଚାଉଳ ଗୁଣ୍ଡକୁ ମୁରୁଜ ଭାବେ ବ୍ୟବହାର କରାଯାଏ। ଅଧିକ ଆକର୍ଷଣୀୟ କରିବା ପାଇଁ ମୁରୁଜରେ ବିଭିନ୍ନ ରଙ୍ଗ ମିଶାଯାଇଥାଏ। ପୂର୍ବେ ଗଛର ପତ୍ର, ଫୁଲ ପାଖୁଡ଼ା ଆଦିକୁ ଗୁଣ୍ଡ କରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଉଥିଲା। ଧଳା ରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦୀଗୁଣ୍ଡ ସହ ଚୂନପଥର ଗୁଣ୍ଡର ମିଶ୍ରଣ, ମାଟିଆ ରଙ୍ଗ ପାଇଁ ଗଛର ଶୁଖିଲା ବକଳ ଓ କଳା ରଙ୍ଗ ପାଇଁ ନଡ଼ିଆ ଶଢ଼େଇ, ଘଷି କିମ୍ବା କାଠ ଅଙ୍ଗାରରୁ ପ୍ରସ୍ତୁତ ଅଙ୍ଗାର ବ୍ୟବହାର କରାଯାଉଥିଲା। ଏବେ ଅରୁଆ ଚାଉଳ ଗୁଣ୍ଡ ଛଡ଼ା ଏକପ୍ରକାର ପଥରର ଗୁଣ୍ଡକୁ ବ୍ୟବହାର କରାଯାଉଛି ଓ ବିଭିନ୍ନ ରଙ୍ଗର ଅବିର ମିଶାଇ ରଙ୍ଗିନ ମୁରୁଜ ପ୍ରସ୍ତୁତ କରାଯାଉଛି । ଜଗନ୍ନାଥଙ୍କ ପାଇଁ ହଳଦିଆ, ବଳଭଦ୍ରଙ୍କ ପାଇଁ ସବୁଜ, ସୁଭଦ୍ରାଙ୍କ ପାଇଁ ହଳଦିଆ, ଶିବଙ୍କ ପାଇଁ କଳା ଓ ଧଳା, ସୂର୍ଯ୍ୟ, ଗଣେଶ ଓ ସୁଦର୍ଶନଙ୍କ ପାଇଁ ନାଲି ରଙ୍ଗ ବ୍ୟବହାର କରାଯାଏ ।
ଗୋତରା, ମାହାଙ୍ଗା, କଟକ
ମୋ : ୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri