ମହମରେ ୧ ଇଞ୍ଚର ଜଗନ୍ନାଥ

କଟକ ଅଫିସ,୨୦ା୧: ଅଦରକାରୀ ସାମଗ୍ରୀରେ ଭିନ୍ନ କଳାକୃତି ଅଙ୍କନ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି କଟକ ରାଜାବଗିଚା ସର୍ବୋଦୟପୁର ଅଞ୍ଚଳର ଜଣେ ଯୁବକ। ସୁବାସ ମହାନ୍ତି ଓ ଅଳକା ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ମହାନ୍ତି ମହମରେ ୧ ଇଞ୍ଚର ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ଇଣ୍ଡିଆ ବୁକ୍‌ ଓ ଏସିଆ ବୁକ୍‌ରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ଅଦରକାରୀ କାର୍ଡ ବୋର୍ଡ, ଦିଆସିଲି କାଠି, ଟିସୁ ପେପର ଓ ସୋଲ ବ୍ୟବହାର କରି ୨୭ ସେଣ୍ଟିମିଟରର କେଦାରନାଥ ମନ୍ଦିରର କଳାକୃତି ନିର୍ମାଣ କରିଛନ୍ତି। ଦିଆସିଲ କାଠିରେ ୨ଇଞ୍ଚର ରଥ, ରବରରେ ୨ ସେମିର ଜଗନ୍ନାଥ ମୂର୍ତ୍ତି ଓ ସୋଲରେ ଦଶାବତାର ତିଆରି କରିଛନ୍ତି। କଟକସ୍ଥିତ ଜାତୀୟକବି ବୀରକିଶୋର ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଯୁକ୍ତ ୨ର ଦ୍ୱିତୀୟ ବର୍ଷର ଛାତ୍ର ସ୍ମୃତି। ପିଲାଟି ଦିନରୁ ତାଙ୍କର ଚିତ୍ରକଳା ପ୍ରତି ବେଶ୍‌ ଆଗ୍ରହ ଥିଲା। ଏଥିପ୍ରତି ତାଙ୍କୁ ପରିବାର ଲୋକେ ସହଯୋଗ କରିଥିଲେ। ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ଅଦରକାରୀ ସାମଗ୍ରୀରେ କଳାକୃତି ତିଆରି କରି ପୁରସ୍କୃତ ହୋଇଥିଲେ। ଏହାପରେ କଳାକୃତି ଅଙ୍କନ ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ଏନେଇ ସ୍ମୃତି କହିଛନ୍ତି, ଆମେ ଅଦରକାରୀ ସାମଗ୍ରୀକୁ ଫିଙ୍ଗି ଦେଇଥାଉ। ହେଲେ ସେହି ସାମଗ୍ରୀକୁ ବ୍ୟବହାର କରି କିପରି ନୂତନ କଳାକୃତି ପ୍ରସ୍ତୁତ କରାଯାଇପାରିବ ତାହାହିଁ ମୋର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri