ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ସବୁ କାମ କରାଯାଉଛି। ଏଣୁ ନୂତନ ରାସ୍ତା ନିର୍ମାଣ ହେଉ କି, ପୁରଣା ରାସ୍ତା ମରାମତି କିମ୍ବା କୋଠାବାଡି କାମରେ ବ୍ୟାପକ ଅନିୟମିତତା ହେଉଛି। ଏଥିଯୋଗୁ ପ୍ରକଳ୍ପଗୁଡିକର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଫେବୃୟାରୀ ମାସ ମଧ୍ୟଭାଗରେ ଲୋଇସିଂହା ବ୍ଲକର ବୁର୍ଡା-ପନେସରା ରାସ୍ତା ମରାମତି କରାଯାଇଥିଲା। ୨ ମାସ ନ ପୂରୁଣୁ ମେଟାଲ ଉଠି ରାସ୍ତା ସାରା ବିଛାଡି ହୋଇ ପଡିଛି। ଫଳରେ ଏ ବାବଦରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ସାର ହୋଇଛି। ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକେ ହଟହଟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଗତ ଫେବୃଆରୀ ମାସରେ ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ଲକ ଅଧୀନ ବିଭିନ୍ନ ଆରଡି ରାସ୍ତାକୁ ମରାମତି କରାଯାଇଛି। ଏହି କ୍ରମରେ ବୁର୍ଡା-ପନେସରା ରାସ୍ତା ମଧ୍ୟ ମରାମତି ହୋଇଛି। ବୁର୍ଡା ରେଳ ଫାଟକ ପରେ ପ୍ରାୟ ୩ ଶହ ମିଟର ସମ୍ପୂର୍ଣ୍ଣ ରାସ୍ତା କାମ ହୋଇଛି। ଏହାପରେ ମଝିରେ ମଝିରେ ରାସ୍ତା ମରାମତି କରାଯାଇଛି। ତେବେ କାମ ଠିକ୍‌ ଭାବରେ ହୋଇ ନ ଥିବାରୁ ରାସ୍ତାରୁ ମେଟାଲ ଉଠିଯାଇ ଯାତାୟତ ଅନୁପଯୋଗୀ ହୋଇପଡିଛି। ହୀରାପୁର ସରପଞ୍ଚ ଏବଂ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ ା ଏହାଛଡା ଯୋଗୀସର୍ଡା -ନେଗିପାଲି ରାସ୍ତା ମଧ୍ୟ ମରାମତି ହୋଇଛି। ଏହି ରାସ୍ତାର ୩ ଶହ ମିଟର ଯାଏ ଭଲ କାମ ହୋଇଥିବା ବେଳେ ବାକି କାମ ଠିକ ଭାବରେ ହୋଇନାହିଁ ା ଫଳରେ ବାଇକ୍‌ରେ ଯିବା ଆସିବା କଷ୍ଟକର ହେଉଛି। ଅପରପକ୍ଷେ ବ୍ଲକ ଅଧୀନ ଗୁିର୍ଜିଭଟା-ବାଦିବାହାଲ ରାସ୍ତା ପ୍ରଶସ୍ତି ଓ ଉନ୍ନତୀକରଣ କାମ ହୋଇଛି। ବିଳମ୍ବରେ ଏହି କାମ ସରିଛି। ପ୍ରାୟ ୧ମାସ ହେବ ରାସ୍ତା କାମ ସରିଯାଇଛି। କିନ୍ତୁ ରାସ୍ତା ପାର୍ଶ୍ୱରେ ମୋରମ ପକାଇ ଡ୍ରେସିଂ କରାଯାଇନାହିଁ। ଏଣୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାବାଦ ଉକ୍ତ ରାସ୍ତାର ଗୁର୍ଜିଭଟା ଆଡେନ କଟାଁ ନିକଟରେ ଏକ କଲର୍ଭଟ ନିର୍ମାଣ ହେବାର ଥିଲା। ସେଠାକାର ଏକ ଚାଷ ଜମିରେ ୪ଟି ହୋମ ପକାଇ ଏବେ ବି ପଡିଛି। କିନ୍ତୁ ଠିକଦାର କ୍ୟାମ୍ପ ଉଠାଇ ନେଇଥିବାରୁ କଲର୍ଭଟ ନିର୍ମାଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜିଲା ପ୍ରଶାସନ ପକ୍ଷରୁ କାମଗୁଡିକର ତଦାରଖ କରାଯାଉ ନ ଥିବରୁ ଏସବୁ ଉନ୍ନୟନ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ମୁକୁନ୍ଦ କିଷାନଙ୍କୁ ଯୋଗାଯୋଗ କରିବାରେ ମରାମତି ହୋଇଥିବା ବୁର୍ଡା-ପ ନେସରା ରାସ୍ତା ଯଦି ଖରାପ ହୋଇଯାଇଛି , ତେବେ ପୁଣି ପ୍ରସ୍ତାବ ଦେଇ କାମ କରାଯିବ ବୋଲି କହିଥିଲେ। ଲୋଇସିଂହା ଆରଡି ବିଭାଗ ଅଧୀନରେ ହେଉଥିବା କାମର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

ପ୍ରତିଦିନ ୮ ଘଣ୍ଟାର ଅଧ୍ୟବସାୟ: ଦ୍ୱିତୀୟ ପ୍ରୟାସରେ ନିଟ୍‌ରେ ସଫଳ ହେଲେ ଚିନ୍ମୟନନ୍ଦ

ଅମରପାଲି, ୧୮।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତର ତିକୁଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଚିନ୍ମୟନନ୍ଦ ମିଶ୍ର ଚଳିତ ବର୍ଷର ନିଟ୍…

ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା

ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ପ୍ରେରଣାର ଉତ୍ସ ଯୁବ ସ୍ୱେଚ୍ଛାସେବୀ: ଜନ୍ମଦିନରେ ମୃତ୍ୟୁଞ୍ଜୟଙ୍କ ରକ୍ତଦାନ ଓ ବୃକ୍ଷରୋପଣ

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ହାଟଡିହୀ ବ୍ଲକର ଗୌରବ: ନିଟ୍ ପରୀକ୍ଷାରେ ଚନ୍ଦନ, ଅଭିଜିତ ଓ ଆଶୁତୋଷଙ୍କ ବାଜିମାତ୍

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩ ଜଣ ମେଧାବୀ ଛାତ୍ର ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (UG)’ରେ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri