Posted inରାଜ୍ୟ

ଆଜିଠୁ ଓସିଏସ୍‌ ମେନ୍‌ ପରୀକ୍ଷା

କଟକ ଅଫିସ,୨୦ା୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍‌ (ଓସିଏସ୍‌) ମେନ୍‌ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଛି। ଚଳିତଥର ପ୍ରାୟ ୪,୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୫ଟି ଜୋନ୍‌ର ୧୬ଟି ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ କଟକଣା ଅନୁଯାୟୀ ଏହି ପରୀକ୍ଷା କରାଯିବ। ଏଥିପାଇଁ ଓପିଏସ୍‌ସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ପ୍ରଥମ ଦିନର ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ ଇଂଲିଶ ବିଷୟରେ ପରୀକ୍ଷା ହେବ। ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍‌ସି ସଦସ୍ୟମାନେ ସ୍କ୍ବାଡ୍‌ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ ବୋଲି ସଚିବ ଅଶୋକ କୁମାର ଦାଶ ବୁଧବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଚାଲିବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି ଉଠିଥିଲା। କରୋନା ଆକ୍ରାନ୍ତ ହେବା ସମ୍ଭାବନା ରହିଛି ବୋଲି ପରୀକ୍ଷାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। ଅନ୍ୟପକ୍ଷରେ ଓପିଏସ୍‌ସି ପକ୍ଷରୁ ଅଧ୍ୟକ୍ଷ ଓ ସଚିବଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ନେଇ ଆଲୋଚନା ହୋଇଥିଲା। ଏହାପରେ ପରୀକ୍ଷାକୁ ସ୍ଥଗିତ ରଖାଯିବ ନାହିଁ ବୋଲି ଗତ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଓ ପରିସରରେ ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି। ସମସ୍ତ ପରୀକ୍ଷାର୍ଥୀ ଏନ୍‌-୯୫ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧି ନ ଥିଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ। ଓପିଏସ୍‌ସି ପକ୍ଷରୁ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ କେନ୍ଦ୍ରରେ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ମଧ୍ୟ ନିଜ ସାଙ୍ଗରେ ସାନିଟାଇଜର ନେଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ଖଟିରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ: କର୍ମୀଙ୍କ ସହ ପିଇଲେ ଚା’

ଭୁବନେଶ୍ୱର,୧୯।୩: ଓଡ଼ିଶାରେ ପହଞ୍ଚିଛନ୍ତି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସେ ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି। ବିଜୟ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

ବିଜେଡି -ଭାଜପା ମେଣ୍ଟ ପ୍ରସଙ୍ଗ ଉପରେ ଏଭଳି ବୟାନ ଦେଲେ ପ୍ରଦୀପ୍ତ ନାଏକ, ବଢୁଛି…

ଭୁବନେଶ୍ୱର,୧୯।୩: ବିଜେଡି -ଭାଜପା ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଉନାହିଁ। ଯାହାକୁ ନେଇ ଦ୍ୱନ୍ଦ ଜାରି ରହିଛି। ଏହି ସମୟରେ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ଭାଜପା...

ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୯।୩: ଦିଲ୍ଲୀରେ ମଙ୍ଗଳବାର ପୁଣି ବୈଠକ ବସିବ। ଏ ନେଇ ଫୋକସ୍‌ରେ ରହିଛି ଓଡ଼ିଶା ।  ଓଡ଼ିଶା ସମେତ ୮ଟି  ରାଜ୍ୟରେ ଲୋକସଭା ପ୍ରାର୍ଥୀ  ଚୟନ...

ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ନିୟମରେ ପରିବର୍ତ୍ତନ… 

ଭୁବନେଶ୍ୱର,୧୯।୩: ଆଗମୀ ଦିନରେ ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ବଢ଼ିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏବେଠୁ ପ୍ରସ୍ତୁତ ହୁଅ ।...

ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ: ରେଡ୍‌ ସିଗ୍‌ନାଲ ଭାଙ୍ଗିଲେ…

ଭୁବନେଶ୍ୱର,୧୯।୩: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri