ପାଗଳ ପ୍ରେମିକ ଦଳ

ଆମ ସମୟର ଜଣେ ପ୍ରଥିତଯଶା ମାନବବାଦୀ କବି ସୂର୍ଯ୍ୟ ମିଶ୍ରଙ୍କର ଏକ କାବ୍ୟଗ୍ରନ୍ଥର ନାମ ‘ପାଗଳ ପ୍ରେମିକ ଦଳ’। ପ୍ରାୟ ୨୦ ବର୍ଷ ପୂର୍ବରୁ ପ୍ରକାଶିତ ଏହି କବିତା ସଂକଳନର ଶୀର୍ଷକ କବିତାର କେତୋଟି ପଂକ୍ତି ଥିଲା ପ୍ରେମୀମାନଙ୍କ ଚରିତ୍ର ଚିତ୍ରଣର ଏକ ଉଦ୍ଦାମ ପରିଭାଷା। ସେ ପୁରୁଷ ହୁଅନ୍ତୁ କି ନାରୀ, ସେମାନଙ୍କ ଉଛୁଳା ପ୍ରେମ ପ୍ରବାହର ଏକ ମନୋରମ ଚିତ୍ର ଆଙ୍କି କବି ଲେଖିଥିଲେ, ”ସେମାନେ ନିଆଁରେ ଚାଲିବେ, ପବନକୁ ହାତମୁଠାରେ ରଖିବେ, ଲହୁଣିର କଣ୍ଢେଇକୁ ଶିଖାଇବେ ଦୁଃସାହସ। ମାନ ସମ୍ମାନ, ଭୟଭ୍ରାନ୍ତି ଓ ଲାଜ ସରମକୁ ତୁଚ୍ଛ କରି ସେମାନେ ଲେଖିବେ ଭଲପାଇବାର ଅକ୍ଷର; ଝଲସିବ ଯେଉଁଥିରେ ତ୍ରିକାଳ କପାଳ, ସେମାନେ ପାଗଳ ପ୍ରେମିକ ଦଳ“। ପ୍ରେମିକଙ୍କ ପ୍ରେମ ପ୍ରବଣତାର ଏକ ପ୍ରକାର କାବି୍ୟକ ପରିଭାଷା ମଧ୍ୟରେ ପ୍ରତିଫଳିତ ହେଉଥିଲା ପ୍ରାଚୀନ କାଳର ରାଧାକୃଷ୍ଣ ପ୍ରେମ। କୃଷ୍ଣଙ୍କ ପ୍ରେମରେ ମତୁଆଲା ହୋଇ ନିଜ ସଂଭ୍ରାନ୍ତ ଆଭିଜାତ୍ୟକୁ ପାସୋରି ପକାଇଥିବା ମୀରାଙ୍କ ପାଗଳ ପ୍ରେମ ମଧ୍ୟ ଏହି ପର୍ଯ୍ୟାୟର। ଆମ ଲୋକକଥାରେ ବର୍ଣ୍ଣିତ ନିଜ ନାୟିକା ସହ ମିଳନର ଇଚ୍ଛା ନେଇ ଭୟଙ୍କର ବର୍ଷଣମୁଖର ରାତିରେ ବିଷଧର ସାପ ପିଠିରେ ନଦୀ ପାର ହୋଇଥିବା ପାଗଳ ପ୍ରେମିକ ବିଲ୍ବମଙ୍ଗଳଙ୍କ ପାଗଳାମିର ପଟାନ୍ତର ନାହିଁ ା କବିଙ୍କ କଳନାରେ ଏଇମାନେ ହିଁ ପାଗଳ ପ୍ରେମିକ ଦଳ, ଦୃଷ୍ଟାନ୍ତନୀୟ ଓ ଆଦର୍ଶସ୍ଥାନୀୟ।
ଅଥଚ କଥିତ କବିତାର ଆଉ କେଇପାଦ ଆଗକୁ ପଢ଼ିଲେ ଏମିତି ଥୋକେ ପାଗଳ ପ୍ରେମିକଙ୍କୁ ସାମ୍‌ନା କରିବାକୁ ପଡ଼େ, ଯେଉଁମାନେ ସମ୍ପୂର୍ଣ୍ଣ ଭିନ୍ନ ସମ୍ପ୍ରଦାୟର। ଏମାନଙ୍କ ପ୍ରେମ -ପାଗଳାମିରେ ନା ଥାଏ ଦିବ୍ୟ ପ୍ରେମର ଅନୁଭବ, ନା ଥାଏ ସାନ୍ନିଧ୍ୟ ଓ ସମର୍ପଣର ଆଦର୍ଶବୋଧ। ନା ଥାଏ ଆମ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନବୋଧ ନା ଥାଏ ସାମାଜିକ ସଂସ୍କାର ପାଇଁ ନିମ୍ନତମ ସମ୍ଭ୍ରମବୋଧ। ବାସ୍‌, କେବଳ କୁତ୍ସିତ ଦେହଭୋଗର ଉତ୍କଟ ଉଦ୍ଦାମତା, ଆଉ ଉଦ୍ଦଣ୍ଡ ଯୌବନର ଉଲଗ୍ନ ଅସଭ୍ୟତା। ସାମ୍ପ୍ରତିକ କାଳରେ ବାରମ୍ବାର ଆଖିରେ ପଡ଼ୁଥିବା ଏଇ ପାଗଳ ପ୍ରେମୀଙ୍କ ଚିତ୍ର ଓ ଚରିତ୍ର କୋଡ଼ିଏ ବର୍ଷ ତଳେ କ୍ରାନ୍ତିଦ୍ରଷ୍ଟା କବିଙ୍କ ଚେତନାରେ କେମିତି ପ୍ରତିବିମ୍ବିତ ହୋଇଥିଲା କେଜାଣି, ତାଙ୍କ କବିତାରେ ଚିତ୍ରିତ ହୋଇଥିଲା ଏକ ଭୟଙ୍କର ଚେତାବନୀ। ସେ ଆଙ୍କିଥିଲେ ଆସ୍ତେ ଆସ୍ତେ ଅସୁସ୍ଥ ହୋଇ ପଡ଼ୁଥିବା ଗୋଟିଏ ଅସହାୟ ସମାଜର କରୁଣ ଚିତ୍ରପଟ। କବି ଲେଖିଥିଲେ- ”ବର୍ଷ କେଇଟାରେ ବଦଳିଗଲା ପ୍ରେମର ପରିଭାଷା ା ଉଲଙ୍ଗ ନାଚ ଆରମ୍ଭ କଲା ତା’ର ରୁଦ୍ଧ ଅହଂକାର, ଆଦର୍ଶ ଲୁଚାଇ ରଖିଲା ଆପଣାର ଅର୍ଥ, ପ୍ରେମର ଅନନ୍ତ ଶୋଷ ପିଇଲା ଗରଳ ା ପ୍ରେମର ମଞ୍ଚ ଉପରେ ଅଶ୍ଳୀଳ ଅଭିନୟ ଲାଗି ସେଇ ପ୍ରେମିକ ଦଳ ଅତ୍ୟନ୍ତ ପାଗଳ।“
ଅଳ୍ପଦିନ ତଳେ ଆମ ରାଜ୍ୟର ପଟ୍ଟାମୁଣ୍ଡାଇ ଅଞ୍ଚଳର କଲେଜ ଛାତ୍ରୀ ଜଣେ ନିଜ ଦେହରେ ନିଆଁ ଲଗାଇ ମରିବା ମୂଳରେ ହେଲା ପ୍ରେମର ଏହି ପାଗଳପଣ ା
ପୁଣି କେଇ ମାସ ତଳେ ରାଜଧାନୀର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ଦୁଇଜଣ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ଥିଲା ଏଇ ପ୍ରେମର ବିଷମ ପରିଣାମ ା ପ୍ରେମ ନାମରେ କାମନାବାସନା ରାଜ୍ୟରେ ବିଚରଣ କରୁଥିବା ଏଇ ତରୁଣ ବିଦ୍ୟାର୍ଥୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି ା ପାଠ ପଢ଼ିବା ପାଇଁ କଲେଜକୁ ଆସିଥିବା ଛାତ୍ରୀ ବା ଛାତ୍ରଟିଏ ଶିକ୍ଷାୟତନରେ ଆଧୁନିକତା ନାମରେ ଅଙ୍କୁଶବିହୀନ ସମ୍ପର୍କ, ସମ୍ପର୍କରୁ ପ୍ରେମ, ପ୍ରଣୟ ଓ ଆଜୀବନ ସଙ୍ଗୀ ହୋଇ ରହିବାର ପ୍ରତିଶ୍ରୁତି ଓ ପରେ ମୋବାଇଲରେ ଅନ୍ତରଙ୍ଗ ମୁହୂର୍ତ୍ତର ଚିତ୍ରକୁ ସର୍ବଜନବିଦିତ କରିବାର ଧମକ ଦେଇ ଏକ ଅମୂଲ୍ୟ ଜୀବନର ଅକାଳ ଅବସାଦ। ଆଉ ଦିବ୍ୟ ଯୌବନର କି ଦୁର୍ଭାଗ୍ୟପୂର୍ଣ୍ଣ ଯବନିକା ପତନ!
କେଇ ଦିନ ତଳେ ସୋସିଆଲ ମିଡିଆରେ ଖେଳି ବୁଲୁଥିବା ଦୃଶ୍ୟଟି ଦେଖି ଦଶବର୍ଷ ତଳୁ ଅବସର ନେଇ ସାରିଥିବା ଏଇ ଅଧ୍ୟାପକ ଜଣକ ଲାଜରେ ମୁହଁ ଲୁଚାଇବାକୁ ଜାଗା ପାଉ ନ ଥିଲା ା କୌଣସି କଲେଜର ୟୁନିଫର୍ମପିନ୍ଧା ଛାତ୍ରୀଛାତ୍ର ଦୁହିଁଙ୍କୁ ସହରର ଏକ ନିକାଞ୍ଚନ ସ୍ଥାନରେ ଆପତ୍ତିଜନକ ମୁଦ୍ରାରେ ଆବିଷ୍କାର କରିଥିଲେ କେଇଜଣ ସ୍ଥାନୀୟ ଯୁବକ। ଅସଂଯତ ଅବସ୍ଥାରେ ଥିବା ଛାତ୍ରୀଟି ବିକଳରେ ତା’ ଫଟୋ ନ ଉଠାଇବାକୁ ଅନୁନୟ ହେଉଥିବାର ଦୃଶ୍ୟ ଏ ଲେଖକ ମନରେ ଭାବାନ୍ତର ସୃଷ୍ଟି କରୁଥିଲା। କଲେଜକୁ ପାଠ ପଢ଼ିବାକୁ ଯାଉଛି କହି ଘର ଛାଡ଼ିଥିବା ନିଜ କନ୍ୟାର କୁତ୍ସିତ ରୂପ ଓ କଳଙ୍କିତ କାହାଣୀ ହୁଏତ ପ୍ରତ୍ୟକ୍ଷ କରୁଥିବେ ସମାଜରେ ସଂସ୍କାରସମ୍ପନ୍ନ ଭାବେ ପରିଚିତ ହେଉଥିବା ତା’ର ମାତାପିତା। ଚରମ ଅସ୍ବସ୍ତି ଓ ଅପମାନରେ ମନ୍ଥି ହୋଇ ଯାଇଥିବ ସେମାନଙ୍କ ହୃଦୟ। ସମପକାର ବିଘଟନର ସମ୍ଭାବନାରେ ଆତଙ୍କିତ ହୋଇ ଉଠିଥିବେ କଲେଜପଡୁଆ କନ୍ୟାମାନଙ୍କର ଅବଶିଷ୍ଟ ମାତାପିତାମାନେ। ନିଜ ପିଲାମାନଙ୍କୁ ଦେଇଥିବା ଶିକ୍ଷା, ଦୀକ୍ଷା ଓ ସଂସ୍କାରର ସମୀକ୍ଷା କରିଥିବେ ସେମାନେ ଏବଂ ନୀରବରେ ନିନ୍ଦୁଥିବେ ନିଜ ଦୁର୍ଭାଗ୍ୟକୁ।
ମାତ୍ର ବିଡ଼ମ୍ବନାର ବିଷୟ, ଝିଅପୁଅମାନେ କିନ୍ତୁ ସେମାନଙ୍କ ମା’ବାପା ଦେଇଥିବା ସଂସ୍କାର କେବେ ସମୀକ୍ଷା କରନ୍ତି ନାହିଁ। ସେମାନଙ୍କ ପାଇଁ ମାତାପିତାଙ୍କ ତ୍ୟାଗ ଓ ତପସ୍ୟାକୁ ମନେପକାନ୍ତି ନାହିଁ। ସେମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ବା ସେମାନଙ୍କୁ ନେଇ ଦେଖୁଥିବା ସ୍ବପ୍ନ ସମ୍ପର୍କରେ ଚିନ୍ତା କରିବାକୁ ସେମାନଙ୍କର ନା ଥାଏ ସ୍ପୃହା ନା ସମୟ! ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇ ସେମାନେ ଅମଡ଼ାବାଟରେ ପାଦ ଥାପନ୍ତି। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। କେଉଁଠି ଆଦିମ କ୍ରୀଡ଼ାର ସେଇ ଗୋପନୀୟ ଦୃଶ୍ୟ ସର୍ବଜନବ୍ୟାପ୍ତ ହୁଏ ତ ଅନ୍ୟ କେଉଁଠି ଅବାଞ୍ଛିତ ଗର୍ଭଧାରଣର ଜ୍ୱଳନ ନିଜ ସହିତ ନିଜ ମା’ବାପାଙ୍କୁ ଦଗ୍ଧିଭୂତ କରେ। କେଉଁଠି ଅନୂଢ଼ା କିଶୋରୀଟିଏ ଆତ୍ମହତ୍ୟା କରେ ଅବା ଲୋକଲଜ୍ଜା ସହି ନ ପାରି ତାକୁ ହତ୍ୟା କରନ୍ତି ତା’ର ମାତାପିତା! ନବ୍ୟ ଆଧୁନିକତାର ଉତ୍ତାଳ ତରଙ୍ଗରେ ଭାସିଯାଇ ନିଜ ସତ୍ତା ହରାଇ ବସେ ଏକ ସ୍ବପ୍ନମୟ ସମ୍ଭାବନା।
ପ୍ରେମ ପ୍ରବାହର ମାରାତ୍ମକ ସ୍ରୋତରେ ଭାସିଯାଇ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାର କରିଥିବା ବୟସ୍କ ଦମ୍ପତିମାନେ ମଧ୍ୟ ପରକୀୟା ପ୍ରେମରେ ନିଜର ଦିଗ ହରାଇବସନ୍ତି। ନିଜ ସଂସ୍କାର ଓ ସଂସ୍କୃତିକୁ ବିସ୍ମରି ଯାଇ ପତିପତ୍ନୀ ସମ୍ପର୍କରୁ ପବିତ୍ରତାକୁ ପିଠି କରି ପରକୀୟା ସମ୍ପର୍କରେ ପାଗଳ ହୋଇଯା’ନ୍ତି ଏମାନେ।
ଏକାଧିକ ସମ୍ପର୍କ ସହ ଦେହଭୋଗର ଲାଳସାକୁ ଚରିତାର୍ଥ କରିବାକୁ ଏମାନେ ଅପରାଧ କରିବାକୁ ପଛାଇ ଯାଆନ୍ତି ନାହିଁ। ପଥହୁଡ଼ା ତାରୁଣ୍ୟର ପାଗଳାମିଠାରୁ ଏମାନଙ୍କ ପାଗଳାମି ଅଧିକ ଉତ୍କଟ। ଏମାନେ ଅନ୍ୟର ଜୀବନ ନେବାକୁ ପଛାନ୍ତି ନାହିଁ। ନିଜ ପ୍ରେମିକାକୁ ପାଇବା ପାଇଁ ପତ୍ନୀକୁ ହତ୍ୟା କରିବା ଅବା ପ୍ରେମିକ ସହ ମିଶି ନିଜ ପତିର ଜୀବନ ନେବା ଭଳି ପାଗଳାମିର ଦୃଷ୍ଟାନ୍ତ ଏବେକାର ସମାଜରେ ଆଦୌ ବିରଳ ନୁହେଁ।
ଏଇ କିଛିଦିନ ତଳେ ନବବିବାହିତ ଦମ୍ପତି ଦୁହେଁ ବିବାହର ସପ୍ତାହେ ନ ପୂରୁଣୁ ନିଜ ଦାମ୍ପତ୍ୟକୁ ସ୍ମରଣୀୟ କରିବାକୁ ମଧୁଚନ୍ଦ୍ରିକା ମନାଇବା ପାଇଁ ମଧ୍ୟପ୍ରଦେଶରୁ ଯାଇଥିଲେ ସୁଦୂର ମେଘାଳୟ। ସେଠାରୁ ଏକା ଫେରି ପତ୍ନୀ ଅଭିଯୋଗ କଲେ କି ତାଙ୍କ ପତି କୁଆଡ଼େ ହଜିଗଲେ ଯେ ସେ ଖୋଜି ଖୋଜି ନିରାଶ ହୋଇ ଏକା ଫେରି ଆସିଲେ। ପରେ ଜଣାପଡ଼ିଲା, ତାଙ୍କ ପ୍ରେମିକକୁ ପାଇବା ପାଇଁ ସେ କେଇ ଲକ୍ଷ ଟଙ୍କା ସୁପାରି ଦେଇ ନିଜ ପତିଙ୍କୁ ହତ୍ୟା କରାଇ ସେଠାକାର ଏକ ଜଳାଶୟରେ ଫିଙ୍ଗିଦେଇ ଆସିଛନ୍ତି। ପ୍ରେମରେ ପାଗଳ ନ ହେଲେ ଜଣେ ତରୁଣୀ କ’ଣ ଏମିତି ନିଷ୍ଠୁର ହୁଅନ୍ତା!
ଆଉ ଟିକେ ପରିଣତ ବୟସର ପ୍ରେମ ପାଗଳାମି ତ ଆହୁରି ଭୟଙ୍କର। ଦୁଇବର୍ଷ ତଳେ ଫେସ୍‌ବୁକ୍‌ ମାଧ୍ୟମରେ ସ୍ଥାପିତ ହୋଇଥିବା ପ୍ରେମ ସମ୍ପର୍କର ନାୟକଙ୍କ ସହ ମିଳିତ ହେବାକୁ ଜଣେ ମଧ୍ୟବୟସ୍କା ଭାରତୀୟ ମହିଳା ପାକିସ୍ତାନ ଚାଲିଯାଇଥିଲେ। ଜଣେ ଅଜଣା ବିଧର୍ମୀ, ବିଦେଶୀ ଯୁବକଙ୍କୁ ପାଇବା ପାଇଁ ନିଜ ଦଶବର୍ଷର ବୈବାହିକ ଜୀବନକୁ ପିଠି କରି, ନିଜ ପତି, ଦୁଇଟି ପିଲା, ଏପରିକି ନିଜ ଦେଶକୁ ତୁଚ୍ଛ କରି ଅମଡ଼ା ବାଟରେ ମାଡ଼ିଯିବାର ପାଗଳାମିକୁ କି ନାମ ଦିଆଯାଇପାରେ! ୟେ ତ ପିଲା, ପରିବାର ଓ ଦେଶ ଛାଡ଼ିବାର କୁତ୍ସିତ ଦୃଷ୍ଟାନ୍ତ। ଆମ ରାଜ୍ୟର ଏକ ଗ୍ରାମ୍ୟମଣ୍ଡଳରେ ଜଣକର ପତ୍ନୀ ଅନ୍ୟ ଜଣଙ୍କର ପତିଙ୍କ ପ୍ରେମରେ ଏମିତି ପରକୀୟାରେ ମାତିଲେ ଯେ କଥା ଚାରିଆଡ଼େ ରାଷ୍ଟ୍ର ହୋଇଗଲା। ଦୁଇଟି ପରିବାରର ସମ୍ମାନ ଭୂଲୁଣ୍ଠିତ ହେଲା। ସମସ୍ତେ ଛି ଛାକର କଲେ। ମାତ୍ର ସେମାନଙ୍କ ପରକୀୟା ପ୍ରୀତି ଏତେ ଉତ୍କଟ ଥିଲା ଯେ, କେହି କାହାରିକୁ ଛାଡ଼ିପାରିଲେନି। ସାମାଜିକ ସଂସ୍କାରର ବାଧାବିଘ୍ନ, ଦୁର୍ଗତି ଦୁର୍ନାମକୁ ପାଦରେ ଆଡ଼େଇ ଦୁହେଁଯାକ ଗୋଟିଏ ଗଛଡାଳରେ ଫାଶୀଦେଇ ଆତ୍ମହତ୍ୟା କଲେ। ପାଗଳାମି ଆଉ କାହାକୁ କହନ୍ତି କି!

ଅଧ୍ୟାପକ ନିରଞ୍ଜନ ପାଢୀ
ପ୍ରଜ୍ଞା ନିଳୟ, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri