କେନାଲରେ ଫାଟ, ଚାଷ ଜମିକୁ ମାଡ଼ି ପାରୁ ନାହିଁ ପାଣି

କୋକସରା,୨।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଅଧୀନରେ ଥିବା ବେହେରା ଡ୍ୟାମ୍‌ ଏବଂ ବିଭିନ୍ନ ଚେକ୍‌ ଡ୍ୟାମ୍‌ରୁ ବାହାରି ଥିବା କେନାଲ ଏବେ ଚାଷ କାମରେ ଲାଗୁନାହିଁ ା ଆବଶ୍ୟକ ରକ୍ଷାଣାବେକ୍ଷଣ, ମରାମତି ଅଭାବରୁ ସେଥିରେ ଏକାଧିକ ଫାଟ ସୃଷ୍ଟି ହୋଇଛି। ବୁଦୁବୁଦିଆ ଗଛଲତାରେ କେନାଲ ପୋତି ହୋଇଯାଇଛି। ଫଳରେ ଜମିକୁ କେନାଲ ପାଣି ମାଡ଼ି ପାରୁନାହିଁ । ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବେହେରା ଡ୍ୟାମ୍‌ରୁ କୋକସରା ବ୍ଲକର ଡୁଡୁକାଠେଙ୍ଗା, ଟେମରା, କାଉଡୋଳା ଓ ମହିମା ପଞ୍ଚାୟତର ୨ ହଜାର ହେକ୍ଟର ଚାଷଜମିକୁ ଖରିଫ ଋତୁ ଓ ୫ ଶହ ହେକ୍ଟର ଚାଷଜମିକୁ ରବି ଋତୁରେ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ରହିଛି। ହେଲେ ମରାମତି ଓ କେନାଲ ସଫା କରାଯାଉ ନ ଥିବା ଯୋଗୁ ଜମିକୁ ପାଣି ଆସୁପାରୁନାହିଁ ବୋଲି ଟେମରା,କାଉଡୋଳା ପଞ୍ଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି । ବଡ଼ପୋଡ଼ାଗୁଡା ପଞ୍ଚାୟତ ବାବେକୋହରାଠାରେ ଥିବା ଚେକ୍‌ ଡ୍ୟାମର ଅବସ୍ଥା ମଧ୍ୟ ତଦ୍ରୂପ । କେନାଲ ସଫା କରିବା ପାଇଁ ପାଣିପଞ୍ଚାୟତ କମିଟି ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରିନାହିଁ । କେନାଲରେ ପାଣି ପରିଚାଳନାକୁ ବିଭାଗ ଆଦୌ ଦୃଷ୍ଟି ଦେଉନାହିଁ। ଏଣୁ ତାହା ଚାଷୀଙ୍କ କାମରେ ଲାଗୁ ନାହିଁ ବୋଲି କୋକସରା ବ୍ଲକର ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ କହିଛନ୍ତି । ଏ ନେଇ କୋକସରା ବ୍ଲକ ଯନ୍ତ୍ରୀ ବିନ୍ଦୁ ସାଗର ପଣ୍ଡାଙ୍କୁ ପଚାରିବାରୁ କେନାଲ ମରାମତି କିମ୍ବା ସଫା କରିବାକୁ ବିଭାଗୀୟ ଅନୁଦାନ ଆସିନାହିଁ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିବାକୁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା ମିଳିନାହିଁ। ଫଳରେ କାମ ଆଗେଇ ପାରୁନାହିଁ। ଆମେ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

କଳାହାଣ୍ଡିର ପ୍ରାଚୀନ ପରମ୍ପରା: ଥୁଆମୂଳ ରାମପୁର ପୀଠରେ ବସିଲା “କଣ୍ଟା ଗାଦିଆ”, ଶ୍ରଦ୍ଧାଳୁଙ୍କ ଭିଡ

ଥୁଆମୂଳ ରାମପୁର,୨୮ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ପୀଠରେ ଦୀର୍ଘ ବର୍ଷର ପାରମ୍ପରିକ ରୀତିନୀତି…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?