Odisha Elections 2024
Posted inଫୁରସତ

ବାଣ ଓ ଚନ୍ଦ୍ରୟାନ

ଦୀପାବଳିରେ ଦୀପ ଜାଳି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଦିବସ ପାଳନ କରାଯାଏ। କିନ୍ତୁ ଅଧିକାଂଶ ବିଶେଷକରି ଆଜିର ଯୁବପିଢ଼ି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କାରଣ, ବାଣର ଶବ୍ଦ ଓ ଆଲୋକ ସେମାନଙ୍କୁ ଆନନ୍ଦ ଦିଏ।
କିନ୍ତୁ ଦୁଃଖର କଥା, ବାରୁଦ ତିଆରିଠାରୁ ବାଣ ଫୁଟିଲା ପର୍ଯ୍ୟନ୍ତ ଜୀବନ ପ୍ରତି ବିପଦ ରହିଥାଏ ଏବଂ ଫୁଟିଲା ପରେ ପରିବେଶ ଖରାପ ହୁଏ। ବାରୁଦରୁ ବାହାରୁଥିବା ରାସାୟନିକ ଧୂଆଁ ବାୟୁମଣ୍ଡଳରେ ବିଷ ଭରିଦିଏ। ବାରୁଦ ଆଖିରେ ପଡ଼ିଲେ କିମ୍ବା ପେଟ ଭିତରକୁ ଗଲେ ରୋଗ ସୃଷ୍ଟି କରେ।
ଅଧିକାଂଶ ରାସାୟନିକ ବାଣର ଧ୍ୱନିସ୍ତର ୧୪୦ ଡେସିବେଲରୁ ଅଧିକ। ତେଣୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା କ୍ଷେତ୍ରରେ ରାସାୟନିକ ବାଣର ଅନେକ ଭୂମିକା ରହିଛି। ଅତଏବ, ବାଣ ବାବଦରେ ଆମେ ଖର୍ଚ୍ଚ କରୁଥିବା ଟଙ୍କା ଆମ ପାଇଁ ସମସ୍ୟା ସୃଷ୍ଟି କରେ।
ପ୍ରତିବର୍ଷ ଭାରତରେ ବାଣ ଫୁଟେଇବାରେ ପାଖାପାଖି ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ଗୋଟିଏ ଭାରତୀୟ ପରିବାର ବାଣ ବାବଦରେ ହାରାହାରି ୫୦୦୦ ରୁ ୧୦୦୦୦ ଟଙ୍କା ଖର୍ଚ୍ଚ କରିଥାଏ । କୋଟି କୋଟି ଟଙ୍କାର ବାଣ ଫୁଟିବା କଥା କହିଲେ, ଆମର ଚନ୍ଦ୍ରୟାନ କଥା ମନେପଡେ। ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସହାୟତାରେ ଭାରତ ୩ ଥର ଚନ୍ଦ୍ରକୁ ମହାକାଶଯାନ ପଠେଇ ସାରିଛି। ଆମର ବୈଜ୍ଞାନିକମାନେ ପ୍ରଥମ ଅଭିଯାନରୁ ସଫଳତାର ସ୍ବାଦ ଚାଖିଥିଲେ ଓ ଦେଶର ଗୌରବ ବଢେଇଥିଲେ। ଏବେ ତୃତୀୟ ଅଭିଯାନର ସଫଳତା ଭାରତକୁ ଶ୍ରେଷ୍ଠ ଆସନରେ ବସେଇଛି । କିନ୍ତୁ, ଦିନେ ଭାରତକୁ ଗରିବ ବୋଲି କହି ଚନ୍ଦ୍ରଯାତ୍ରାକୁ ବିଭିନ୍ନ ମହଲରେ ଅଗ୍ରାହ୍ୟ କରାଯାଉଥିଲା ।
ହେଲେ ସେଇ ଦେଶରେ ଗୋଟିଏ ରାତିରେ ବାଣ ପୋଡିବାର ବଜେଟ ଚନ୍ଦ୍ରଯାନ ପଠେଇବା ଖର୍ଚ୍ଚଠାରୁ ବି ଅଧିକ।
୨୦୦୮ ମସିହାରେ ପ୍ରଥମ ଚନ୍ଦ୍ରଯାନ ସକାଶେ ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା। ଏହା ଥିଲା ମୁଣ୍ଡପିଛା ୩ ଟଙ୍କା ୨୦ ପଇସା। ୨୦୧୯ ମସିହାରେ ଦ୍ୱିତୀୟ ଚନ୍ଦ୍ରୟାନ ପାଇଁ ଖର୍ଚ୍ଚ ଥିଲା ୯୭୮ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୭ ଟଙ୍କା ୧୦ ପଇସା। ୨୦୨୩ ମସିହାରେ ତୃତୀୟ ଚନ୍ଦ୍ରୟାନ ପାଇଁ ଖର୍ଚ୍ଚ ଥିଲା ୬୧୫ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୪ ଟଙ୍କା ୩୦ ପଇସା। ଏତେ କମ୍‌ ଟଙ୍କାରେ ବି ଭାରତର ଚନ୍ଦ୍ରଯାତ୍ରା ମହାକାଶ ଗବେଷଣାରେ ବିପ୍ଳବ ସୃଷ୍ଟି କରିପାରିଛି। ଆଜି ଦେଶର ଅର୍ଥନୈତିକ ବିକାଶରେ ମହାକାଶ ଗବେଷଣା ସହାୟତା କରୁଛି। ଆମେ ମହାକାଶ ବିଜ୍ଞାନୀଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ କେଇଟା ମାତ୍ର କାରଣ ଥାଇପାରେ, କିନ୍ତୁ ସେମାନଙ୍କର ଦକ୍ଷତା ଉପରେ ପୂରା ଭରସା କରିବା ପାଇଁ ଯଥେଷ୍ଟ କାରଣ ରହିଛି ା ଯଦି ଆମେମାନେ ବାଣ ନ ଫୁଟେଇ ପରିବେଶକୁ ଦୂଷିତ ନକରି ସେଇ ଟଙ୍କାରେ ବର୍ଷକୁ ୨ ଥର ମହାକାଶଯାନ ପଠେଇବା କାମରେ ସହାୟତା କରନ୍ତେ, ତେବେ ଆମ ଦେଶ ମହାକାଶ ଗବେଷଣାରେ ସାରା ପୃଥିବୀରେ ଅଧିକରୁ ଅଧିକ ଗୌରବ ଅର୍ଜନ କରିପାରନ୍ତା। ଏବେ ସମସ୍ତେ ଭାବନ୍ତୁ, ହାବେଳି ବାଣରେ ନିଆଁ ଲଗେଇ ପରିବେଶକୁ ନଷ୍ଟ କରିବେ ନା ଚନ୍ଦ୍ରକୁ ମହାକାଶଯାନ ପଠେଇବା ପାଇଁ ଅଗ୍ନି ସଂଯୋଗ କରିବେ ।
– ଡ. କମଳାକାନ୍ତ ଜେନା, ଓ.ଇ.ଏସ୍‌-୧, ବିଜ୍ଞାନ ଏକାଡେମୀ ସଦସ୍ୟ, ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ,
ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri