Posted inଫୁରସତ

ନିଆରା ଆକୃତିର ହୋଟେଲ

କେଉଁଆଡ଼େ ବୁଲିବାକୁ ଗଲେ ସାଧାରଣତଃ ରହିବା, ଖାଇବାର ଭଲ ସୁବିଧା ଥିବା ବିଳାସପୂର୍ଣ୍ଣ ହୋଟେଲ ସମସ୍ତେ ପସନ୍ଦ କରନ୍ତି। ହେଲେ ପୃଥିବୀରେ ଏମିତି କିଛି ହୋଟେଲ ରହିଛି, ଯାହାରା ନିଆରା ଆକୃତି ବା ନିର୍ମାଣଶୈଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ଜାଣିବା ସେଭଳି କେତେକ ହୋଟେଲ ସମ୍ପର୍କରେ…

ମଣିଷ ଆକୃତିର ହୋଟେଲ: ଚାଇନାର ହେବେଇ ପ୍ରୋଭିନ୍ସରେ ରହିଛି ମଣିଷ ଆକୃତିର ଏକ ହୋଟେଲ, ଯାହାର ନାମ ଟିଆଞ୍ଜି ହୋଟେଲ। ଏଠାରେ ତିନିଜଣ ବୃଦ୍ଧଙ୍କ ଆକୃତି କରାଯାଇଛି ଏବଂ ଏହାର ନାମ ଫୁ, ଲୁ ଏବଂ ଶୁ ରଖାଯାଇଛି। ଯାହାର ଅର୍ଥ ଭାଗ୍ୟ, ସମୃଦ୍ଧି, ଦୀର୍ଘଜୀବନ। ତେବେ ଏହା ପୃଥିବୀର ବୃହତ୍ତମ ଇମେଜ୍‌ ବିଲ୍ଡିଂ ଭାବେ ଗିନିଜ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।
ଶିପ୍‌ ହୋଟେଲ୍‌ ବା ପାଣିଜାହାଜ ଆକୃତିର ହୋଟେଲ: ସାଉଥ୍‌ କୋରିଆରେ ରହିଛି ସନ୍‌ କ୍ରୁଇଜ୍‌ ନାମକ ଏକ ରିସର୍ଟ। ହୋଟେଲଟି ପାଣିଜାହାଜ ଆକୃତିରେ ତିଆରି ହୋଇଛି, ଯାହା ସେଠାରେ ଥିବା ପାହାଡ଼ ଉପରେ ଅବସ୍ଥିତ। ସୂର୍ଯ୍ୟକିରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ସ୍ଥାନଟି ବେଶ୍‌ ପ୍ରସିଦ୍ଧ। ତେଣୁ ସୂର୍ଯ୍ୟଙ୍କ ପ୍ରଥମ କିରଣ ହୋଟେଲ ଉପରେ ପଡ଼ୁଥିବାରୁ ଏହାର ସୌନ୍ଦର୍ଯ୍ୟ ଖୁବ୍‌ ନିଆରା। ହୋଟେଲଟିରେ ୨୧୧ଟି ରୁମ୍‌, କ୍ଲବ୍‌, ଓ୍ବାଟର ପୁଲ୍‌ ଆଦି ରହିଛି।
ଏରୋପ୍ଲେନ୍‌ ହୋଟେଲ: ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ କୋଷ୍ଟାଲ୍‌ ରେନ୍‌ ଫରେଷ୍ଟରେ ରହିଛି କୋଷ୍ଟା ଭର୍‌ଡେ ହୋଟେଲ। ଏହା ଦେଖିବାକୁ ଉଡ଼ାଜାହାଜ ବା ଏରୋପ୍ଲେନ୍‌ ପରି। ୧୯୬୫ ମସିହାରେ ତିଆରି ହୋଇଥିବା ‘ବୋଇଂ-୭୨୭’ ଉଡ଼ାଜାହାଜ ଆକୃତି ଅନୁଯାୟୀ ଏହା ତିଆରି ହୋଇଛି। ଏହା ମଧ୍ୟରେ ଥାଇ ଜଣେ ‘କାନୋପି’ ଜଙ୍ଗଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri