କାର୍ଯ୍ୟକ୍ଷମ ହୋଇନି, କାନ୍ଥରେ ଫାଟ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ବିରାଟ ଫାଟ ସୃଷ୍ଟି ହୋଇଛି ା ନବନିର୍ମିତ କୋଠାର ଏପରି ଦୂରାବସ୍ଥା ଦେଖିଲେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ନିକଟରେ ମିଶନ ଶକ୍ତି ଭବନ ଲୋକାର୍ପଣ ହୋଇଥିଲେ ହେଁ ଏହି କୋଠାରେ କାର୍ଯ୍ୟ କରିବାକୁ ବିଭାଗୀୟ କର୍ମଚାରୀ ସୁରକ୍ଷିତ ମଣୁନାହାନ୍ତି। ଅପରପକ୍ଷେ ବ୍ଲକ ପ୍ରଶାସନ ଓ କୋଠା ନିର୍ମାଣ କରିଥିବା ପିଡବ୍ଲ୍ୟୁଡି ବିଭାଗ ଏଥିପ୍ରତି ନିର୍ବିକାର ରହି ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ କରୁଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ (ଡୁଡୁକା) ପରିସରରେ ମିଶନ ଶକ୍ତି ଭବନ ନିର୍ମାଣ ହୋଇଛି ା ୨୦୨୨-୨୩ ଅର୍ଥିକ ବର୍ଷରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରି ଉକ୍ତ କୋଠା ନିର୍ମାଣ ହୋଇଛି। ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କୋଠାକୁ ବରଗଡ ଜିଲା ଗାଇସିଲାଟ ଅଞ୍ଚଳର ଜଣେ ଠିକାଦାର କରିଛନ୍ତି। ଗତ ଜୁଲାଇ ୭ ତାରିଖରେ ନବ ନିର୍ମିତ ମିଶନ ଶକ୍ତି ଭବନକୁ ଜିଲା ପରିଷଦ ଅଧ୍ୟକ୍ଷା ଦେବାକୀ ସାହୁ ଲୋକାର୍ପଣ କରିଥିଲେ। ଲୋକାର୍ପଣର ଅଳ୍ପଦିନ ମଧ୍ୟରେ କୋଠାର ଅବସ୍ଥାକୁ ନେଇ ବ୍ଲକ ଭାଜପା ଅଙ୍ଗୁଳି ଉଠାଇ ଏଠି ୫-ଟି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଜିଲା ପରିଷଦ ସଭ୍ୟା ବୀଣାପାଣି ଦାଶ କୋଠାରେ ଫାଟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗତ ମାର୍ଚ୍ଚ ମାସରେ ଜିଲା ପରିଷଦ ୱାର୍କ କମିଟି ଉପାଧ୍ୟକ୍ଷା ମିଥିଲା ମାଝିଙ୍କ ନେତୃତ୍ୱରେ ଆଗଲପୁର ବ୍ଲକରେ ଉନ୍ନୟନ କାମ ପରିଦର୍ଶନ କରିଥିଲେ ା ସେତେବେଳେ ନିର୍ମାଣରେ ଅନିୟମିତତା ଦେଖି କମିଟି ସଦସ୍ୟ ଅସନ୍ତୋଷବ୍ୟକ୍ତ କରିଥିଲେ। କାମରେ ସୁଧାର ଆଣିବାକୁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରାଯାଇଥିଲା ା ଏଥିରୁ କମିଟିର ନିର୍ଦ୍ଦେଶକୁ ଅଣଦେଖା କରାଯାଇଥିବା ସ୍ପଷ୍ଟ ହୋଇଛି। କାମ କରିଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ବିଭାଗୀୟ ଏସ୍‌ଡିଓ ଉଦୟଚରଣ ବେହେରା କହିଛନ୍ତି ନବନିର୍ମିତ କୋଠାର ମରାମତି କରିବାକୁ ଠିକାଦାରଙ୍କୁ କୁହାଯାଇଛି। ମୁଁ ନିଜେ କ୍ଷେତ୍ର ପରିଦର୍ଶନ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri