କାର୍ଯ୍ୟକ୍ଷମ ହୋଇନି, କାନ୍ଥରେ ଫାଟ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ବିରାଟ ଫାଟ ସୃଷ୍ଟି ହୋଇଛି ା ନବନିର୍ମିତ କୋଠାର ଏପରି ଦୂରାବସ୍ଥା ଦେଖିଲେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ନିକଟରେ ମିଶନ ଶକ୍ତି ଭବନ ଲୋକାର୍ପଣ ହୋଇଥିଲେ ହେଁ ଏହି କୋଠାରେ କାର୍ଯ୍ୟ କରିବାକୁ ବିଭାଗୀୟ କର୍ମଚାରୀ ସୁରକ୍ଷିତ ମଣୁନାହାନ୍ତି। ଅପରପକ୍ଷେ ବ୍ଲକ ପ୍ରଶାସନ ଓ କୋଠା ନିର୍ମାଣ କରିଥିବା ପିଡବ୍ଲ୍ୟୁଡି ବିଭାଗ ଏଥିପ୍ରତି ନିର୍ବିକାର ରହି ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ କରୁଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ (ଡୁଡୁକା) ପରିସରରେ ମିଶନ ଶକ୍ତି ଭବନ ନିର୍ମାଣ ହୋଇଛି ା ୨୦୨୨-୨୩ ଅର୍ଥିକ ବର୍ଷରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରି ଉକ୍ତ କୋଠା ନିର୍ମାଣ ହୋଇଛି। ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କୋଠାକୁ ବରଗଡ ଜିଲା ଗାଇସିଲାଟ ଅଞ୍ଚଳର ଜଣେ ଠିକାଦାର କରିଛନ୍ତି। ଗତ ଜୁଲାଇ ୭ ତାରିଖରେ ନବ ନିର୍ମିତ ମିଶନ ଶକ୍ତି ଭବନକୁ ଜିଲା ପରିଷଦ ଅଧ୍ୟକ୍ଷା ଦେବାକୀ ସାହୁ ଲୋକାର୍ପଣ କରିଥିଲେ। ଲୋକାର୍ପଣର ଅଳ୍ପଦିନ ମଧ୍ୟରେ କୋଠାର ଅବସ୍ଥାକୁ ନେଇ ବ୍ଲକ ଭାଜପା ଅଙ୍ଗୁଳି ଉଠାଇ ଏଠି ୫-ଟି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଜିଲା ପରିଷଦ ସଭ୍ୟା ବୀଣାପାଣି ଦାଶ କୋଠାରେ ଫାଟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗତ ମାର୍ଚ୍ଚ ମାସରେ ଜିଲା ପରିଷଦ ୱାର୍କ କମିଟି ଉପାଧ୍ୟକ୍ଷା ମିଥିଲା ମାଝିଙ୍କ ନେତୃତ୍ୱରେ ଆଗଲପୁର ବ୍ଲକରେ ଉନ୍ନୟନ କାମ ପରିଦର୍ଶନ କରିଥିଲେ ା ସେତେବେଳେ ନିର୍ମାଣରେ ଅନିୟମିତତା ଦେଖି କମିଟି ସଦସ୍ୟ ଅସନ୍ତୋଷବ୍ୟକ୍ତ କରିଥିଲେ। କାମରେ ସୁଧାର ଆଣିବାକୁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରାଯାଇଥିଲା ା ଏଥିରୁ କମିଟିର ନିର୍ଦ୍ଦେଶକୁ ଅଣଦେଖା କରାଯାଇଥିବା ସ୍ପଷ୍ଟ ହୋଇଛି। କାମ କରିଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ବିଭାଗୀୟ ଏସ୍‌ଡିଓ ଉଦୟଚରଣ ବେହେରା କହିଛନ୍ତି ନବନିର୍ମିତ କୋଠାର ମରାମତି କରିବାକୁ ଠିକାଦାରଙ୍କୁ କୁହାଯାଇଛି। ମୁଁ ନିଜେ କ୍ଷେତ୍ର ପରିଦର୍ଶନ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri