କାମରେ ଲାଗୁନି ସିପିସି

ଯାଜପୁର,୧୪ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌(ସିପିସି) ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହାବିଦ୍ୟାଳୟ ଏବଂ ସରକାରୀ/ବେସରକାରୀ ବୈଷୟିକ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରମାନେ ଖଣି ଓ ଶିଳ୍ପାସଂସ୍ଥାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାଜପୁର ଜିଲାରେ ଗତ ୫ ବର୍ଷରେ ଗୋଟିଏ ଷ୍ଟେନଲେସ ଷ୍ଟିଲ କମ୍ପାନୀକୁ ବାଦ୍‌ ଦେଲେ ଅନ୍ୟ କୌଣସି ବୃହତ୍‌ ଶିଳ୍ପସଂସ୍ଥା କ୍ୟାମ୍ପସ ଚୟନରେ ନିଯୁକ୍ତି ପାଇନାହାନ୍ତି। ନିଯୁକ୍ତିରେ ରାଜ୍ୟ ବାହାରର ଡ଼ିଗ୍ରୀଧାରୀମାନଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ଜିଲାର ଶିଳ୍ପସଂସ୍ଥାଗୁଡିକ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ମତପ୍ରକାଶ ପାଇଛି। ଫଳରେ ଜିଲାର ବିଭିନ୍ନ କ୍ଷେତ୍ରରେ ଶତାଧିକ ବୈଷୟିକ ଡ଼ିଗ୍ରୀଧାରୀ ଛାତ୍ରୀଛାତ୍ରମାନେ ବେକାର ହୋଇ ଆର୍ଥିକ ଅନଟନର ଶିକାର ହେଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ସୁକିନ୍ଦା ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଦାବିରେ ନିୟମିତ ବ୍ୟବଧାନରେ ଅନଶନ, ଆନ୍ଦୋଳନ ଓ ପ୍ରତିବାଦ ସଭା ହେଉଥିବା ସହ ଅସନ୍ତୋଷ ବୃଦ୍ଧି ପାଉଛି।
ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ଯୁବତୀଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସେଥିମଧ୍ୟରୁ ଚିଫ୍‌ ମିନିଷ୍ଟର ଏମ୍ପ୍ଲୋମେଣ୍ଟ ଜେନେରେଶନ ପ୍ରୋଗ୍ରାମ(ସିଏମ୍‌ଇଜିପି), ପ୍ଲେସ୍‌ମେଣ୍ଟ ଲିଙ୍କ୍‌ ଟ୍ରେନିଂ ପ୍ରୋଗ୍ରାମ(ପିଏଲ୍‌ଟିପି) ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମ୍‌କେଭିଓ୍ବାଇ) ଅନ୍ୟତମ। ସିଏମ୍‌ଇଜିପିରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ସମୁଦାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଉଛି। ଏହାବାଦ୍‌ ପିଏଲ୍‌ଟିପିରେ ୮୯୪୩୮ ଜଣ ଓ ପିଏମ୍‌କେଭିଓ୍ବାଇରେ ୧୫,୬୮୦ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ନିଯୁକ୍ତି ମେଳା ଓ ସେନା ନିଯୁକ୍ତି ରାଲି ମାଧ୍ୟମରେ ଯୁବତୀଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ର, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଆଦର୍ଶ ବୃତ୍ତିଗତ କେନ୍ଦ୍ର ଓ ଗୋଷ୍ଠୀସ୍ତରୀୟ ପରାମର୍ଶ ମେଳା ମାଧ୍ୟମରେ ଯୁବତୀଯୁବକମାନଙ୍କୁ ନିଯୁକ୍ତି, ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ କରିବା ପାଇଁ ବ୍ୟାପକ ତାଲିମ ପ୍ରଦାନ କରାଯାଉଛି ବୋଲି ରିପୋର୍ଟରେ ଦୃଢୋକ୍ତି ପ୍ରକାଶ କରାଯାଉଛି। କିନ୍ତୁ ଯାଜପୁର ଜିଲା ଖଣି ଓ ଶିଳ୍ପାଞ୍ଚଳରେ ଏହି ସବୁ ତଥ୍ୟ କାଗଜରେ ସୀମିତ ରହିଛି। ଏଠାରେ ଯେଉଁ ନୂତନ ବସ୍ତିଗୁଡ଼ିକ ଗଢି ଉଠିଛି ସେଠାରେ ଅଣଓଡ଼ିଆଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅର୍ଥାତ୍‌ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ବଦଳରେ ରାଜ୍ୟ ବାହାର ଲୋକଙ୍କୁ ଅଧିକ ଗୁରୁତ୍ୱ ମିଳୁଛି। ସେହିପରି ଶିଳ୍ପସଂସ୍ଥାଗୁଡ଼ିକର କେତେକ ଅଧିକାରୀ ରାଜ୍ୟ ବାହାରର ଠିକାସଂସ୍ଥାଗୁଡିକଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କୁ ଅନେକ କୋଟି ଟଙ୍କାର ବଡ଼ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଉକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷମାନେ ମଧ୍ୟ ସେମାନଙ୍କ ସଂସ୍ଥାଗୁଡ଼ିକରେ ରାଜ୍ୟ ବାହାର ବ୍ୟକ୍ତିମାନଙ୍କୁ ଅଧିକ ନିଯୁକ୍ତି ଦେଉଥିବା ଦେଖିବାକୁ ମିଳିଛି। ଠିକାସଂସ୍ଥା ନିୟୋଜନ ଓ ନିଯୁକ୍ତି ଦାୟିତ୍ୱରେ ଥିବା ଶିଳ୍ପ କାରଖାନା ଅଧିକାରୀମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳର ବିଭାଗୀୟ ତଦନ୍ତ ଯଦି କରାଯାଆନ୍ତା ତେବେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ମତପ୍ରକାଶ ପାଇଛି। ଏପରି କି ବିସ୍ଥାପିତମାନେ ମଧ୍ୟ ନିଯୁକ୍ତି ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ନୀଳାଚଳ ବାସଚ୍ୟୁତ କମିଟି, ଭୀମ ଆର୍ମି ପ୍ରମୁଖ ସଂସ୍ଥା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଉଛି। ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ବିଭାଗର କେତେକ ଅମଲାତନ୍ତ୍ର ଓ ପ୍ରଭାବଶାଳୀ ରାଜନେତାଙ୍କ ସୁପାରିଶରେ ସ୍ଥାନୀୟ ନିଯୁକ୍ତି ସୀମିତ ରହିଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri