କାମରେ ଲାଗୁନି ସିପିସି

ଯାଜପୁର,୧୪ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌(ସିପିସି) ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହାବିଦ୍ୟାଳୟ ଏବଂ ସରକାରୀ/ବେସରକାରୀ ବୈଷୟିକ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରମାନେ ଖଣି ଓ ଶିଳ୍ପାସଂସ୍ଥାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାଜପୁର ଜିଲାରେ ଗତ ୫ ବର୍ଷରେ ଗୋଟିଏ ଷ୍ଟେନଲେସ ଷ୍ଟିଲ କମ୍ପାନୀକୁ ବାଦ୍‌ ଦେଲେ ଅନ୍ୟ କୌଣସି ବୃହତ୍‌ ଶିଳ୍ପସଂସ୍ଥା କ୍ୟାମ୍ପସ ଚୟନରେ ନିଯୁକ୍ତି ପାଇନାହାନ୍ତି। ନିଯୁକ୍ତିରେ ରାଜ୍ୟ ବାହାରର ଡ଼ିଗ୍ରୀଧାରୀମାନଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ଜିଲାର ଶିଳ୍ପସଂସ୍ଥାଗୁଡିକ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ମତପ୍ରକାଶ ପାଇଛି। ଫଳରେ ଜିଲାର ବିଭିନ୍ନ କ୍ଷେତ୍ରରେ ଶତାଧିକ ବୈଷୟିକ ଡ଼ିଗ୍ରୀଧାରୀ ଛାତ୍ରୀଛାତ୍ରମାନେ ବେକାର ହୋଇ ଆର୍ଥିକ ଅନଟନର ଶିକାର ହେଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ସୁକିନ୍ଦା ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଦାବିରେ ନିୟମିତ ବ୍ୟବଧାନରେ ଅନଶନ, ଆନ୍ଦୋଳନ ଓ ପ୍ରତିବାଦ ସଭା ହେଉଥିବା ସହ ଅସନ୍ତୋଷ ବୃଦ୍ଧି ପାଉଛି।
ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ଯୁବତୀଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସେଥିମଧ୍ୟରୁ ଚିଫ୍‌ ମିନିଷ୍ଟର ଏମ୍ପ୍ଲୋମେଣ୍ଟ ଜେନେରେଶନ ପ୍ରୋଗ୍ରାମ(ସିଏମ୍‌ଇଜିପି), ପ୍ଲେସ୍‌ମେଣ୍ଟ ଲିଙ୍କ୍‌ ଟ୍ରେନିଂ ପ୍ରୋଗ୍ରାମ(ପିଏଲ୍‌ଟିପି) ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମ୍‌କେଭିଓ୍ବାଇ) ଅନ୍ୟତମ। ସିଏମ୍‌ଇଜିପିରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ସମୁଦାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଉଛି। ଏହାବାଦ୍‌ ପିଏଲ୍‌ଟିପିରେ ୮୯୪୩୮ ଜଣ ଓ ପିଏମ୍‌କେଭିଓ୍ବାଇରେ ୧୫,୬୮୦ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ନିଯୁକ୍ତି ମେଳା ଓ ସେନା ନିଯୁକ୍ତି ରାଲି ମାଧ୍ୟମରେ ଯୁବତୀଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ର, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଆଦର୍ଶ ବୃତ୍ତିଗତ କେନ୍ଦ୍ର ଓ ଗୋଷ୍ଠୀସ୍ତରୀୟ ପରାମର୍ଶ ମେଳା ମାଧ୍ୟମରେ ଯୁବତୀଯୁବକମାନଙ୍କୁ ନିଯୁକ୍ତି, ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ କରିବା ପାଇଁ ବ୍ୟାପକ ତାଲିମ ପ୍ରଦାନ କରାଯାଉଛି ବୋଲି ରିପୋର୍ଟରେ ଦୃଢୋକ୍ତି ପ୍ରକାଶ କରାଯାଉଛି। କିନ୍ତୁ ଯାଜପୁର ଜିଲା ଖଣି ଓ ଶିଳ୍ପାଞ୍ଚଳରେ ଏହି ସବୁ ତଥ୍ୟ କାଗଜରେ ସୀମିତ ରହିଛି। ଏଠାରେ ଯେଉଁ ନୂତନ ବସ୍ତିଗୁଡ଼ିକ ଗଢି ଉଠିଛି ସେଠାରେ ଅଣଓଡ଼ିଆଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅର୍ଥାତ୍‌ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ବଦଳରେ ରାଜ୍ୟ ବାହାର ଲୋକଙ୍କୁ ଅଧିକ ଗୁରୁତ୍ୱ ମିଳୁଛି। ସେହିପରି ଶିଳ୍ପସଂସ୍ଥାଗୁଡ଼ିକର କେତେକ ଅଧିକାରୀ ରାଜ୍ୟ ବାହାରର ଠିକାସଂସ୍ଥାଗୁଡିକଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କୁ ଅନେକ କୋଟି ଟଙ୍କାର ବଡ଼ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଉକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷମାନେ ମଧ୍ୟ ସେମାନଙ୍କ ସଂସ୍ଥାଗୁଡ଼ିକରେ ରାଜ୍ୟ ବାହାର ବ୍ୟକ୍ତିମାନଙ୍କୁ ଅଧିକ ନିଯୁକ୍ତି ଦେଉଥିବା ଦେଖିବାକୁ ମିଳିଛି। ଠିକାସଂସ୍ଥା ନିୟୋଜନ ଓ ନିଯୁକ୍ତି ଦାୟିତ୍ୱରେ ଥିବା ଶିଳ୍ପ କାରଖାନା ଅଧିକାରୀମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳର ବିଭାଗୀୟ ତଦନ୍ତ ଯଦି କରାଯାଆନ୍ତା ତେବେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ମତପ୍ରକାଶ ପାଇଛି। ଏପରି କି ବିସ୍ଥାପିତମାନେ ମଧ୍ୟ ନିଯୁକ୍ତି ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ନୀଳାଚଳ ବାସଚ୍ୟୁତ କମିଟି, ଭୀମ ଆର୍ମି ପ୍ରମୁଖ ସଂସ୍ଥା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଉଛି। ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ବିଭାଗର କେତେକ ଅମଲାତନ୍ତ୍ର ଓ ପ୍ରଭାବଶାଳୀ ରାଜନେତାଙ୍କ ସୁପାରିଶରେ ସ୍ଥାନୀୟ ନିଯୁକ୍ତି ସୀମିତ ରହିଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?