କାଓ ପ୍ରିଣ୍ଟ ଫ୍ୟାଶନ୍‌

ଯୁବପିଢ଼ିଙ୍କ ଫ୍ୟାଶନ୍‌ ମାନିଆକୁ ଦେଖି ବର୍ତ୍ତମାନ ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍‌ ପ୍ରିଣ୍ଟର ଡ୍ରେସ୍‌ ଓ ଆସେସରିଜ୍‌ ମିଳୁଛି। ଏମିତିରେ ଡିଫରେଣ୍ଟ ଲୁକ୍‌ ପାଇଁ ବର୍ତ୍ତମାନ କାଓ ପ୍ରିଣ୍ଟ ଫ୍ୟାଶନ୍‌ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି । ଯାହା ପ୍ରତି ଯୁବପିଢ଼ିଙ୍କ କ୍ରେଜ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି…

କାଓ ପ୍ରିଣ୍ଟ ଡ୍ରେସ୍‌: ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କିମ୍ବା ବ୍ରାଉନ୍‌ ଆଣ୍ଡ ହ୍ବାଇଟ୍‌ କଲର କାଓ ପ୍ରିଣ୍ଟ୍‌ ଡ୍ରେସ୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହି ପ୍ରିଣ୍ଟର ଟପ୍ସ, ଜ୍ୟାକେଟ୍‌, ପ୍ୟାଣ୍ଟ, ପ୍ଲାଜୋ, ସ୍କର୍ଟ, ଶାଢ଼ି ଇତ୍ୟାଦି ମାର୍କେଟ୍‌ରେ ଉପଲବ୍ଧ। ଏହାକୁ ପିନ୍ଧିଲେ ଫ୍ୟାଶନେବଲ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ପାଇପାରିବେ।

ନେଲ୍‌ ଆର୍ଟ: ଆପଣ ନଖକୁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ନେଲ୍‌ ଆର୍ଟ ଟ୍ରାଏ କରିଥିବେ। ତେବେ ବର୍ତ୍ତମାନ ଲାଟେଷ୍ଟ କାଓ ପ୍ରିଣ୍ଟ ନେଲ୍‌ ଆର୍ଟ ଥରେ ଟ୍ରାଏ କରନ୍ତୁ। ଏଥିରେ ନଖ ସୁନ୍ଦର ଦେଖାଯିବା ସହ ସମସ୍ତଙ୍କଠାରୁ ଡିଫରେଣ୍ଟ ଲାଗିବ।

ବ୍ୟାଗ୍‌ ଓ ପର୍ସ: ଯୁବତୀ ହୁଅନ୍ତୁ କି ଯୁବକ ବିଭିନ୍ନ ପ୍ରକାରର ଷ୍ଟାଇଲିସ୍‌ ବ୍ୟାଗ୍‌ କିମ୍ବା ପର୍ସ କ୍ୟାରି କରନ୍ତି। ବର୍ତ୍ତମାନ କାଓ ପ୍ରିଣ୍ଟର ବ୍ୟାଗ୍‌ ଓ ପର୍ସ ଟ୍ରାଏ କରନ୍ତୁ। ଏହି ପ୍ରିଣ୍ଟର ଓ୍ବାଲେଟ୍‌ ଠାରୁ ଆରମ୍ଭ କରି କାର୍ଡ ହୋଲଡର୍‌ ପକେଟ୍‌ ଓ୍ବାଲେଟ୍‌, ସୋଲଡର୍‌ ବ୍ୟାଗ୍‌, ହ୍ୟାଣ୍ଡ ବ୍ୟାଗ୍‌, ହ୍ୟାଣ୍ଡ ପର୍ସ ଇତ୍ୟାଦି ମାକେର୍ଟରେ ଓ ଅନଲାଇନ୍‌ ସାଇଟ୍‌ରେ ମଧ୍ୟ ଉପଲବ୍ଧ। ଟ୍ରିପ୍‌ କିମ୍ବା ପିକ୍‌ନିକ୍‌ରେ ଯାଉଥିଲେ କାଓ ପ୍ରିଣ୍ଟର ବ୍ୟାଗ୍‌ପ୍ୟାକ୍‌ କ୍ୟାରି କଲେ ୟୁନିକ୍‌ ଲୁକ୍‌ ପାଇପାରିବେ।

ସ୍କାର୍ଫ: ଖରାଦିନ ହେଉ କି ବର୍ଷାଦିନ ସ୍କାର୍ଫ ସବୁବେଳେ ଫ୍ୟାଶନ୍‌ରେ ରହିଥାଏ। ତେବେ ଆପଣଙ୍କ ସିମ୍ପଲ୍‌ ଲୁକ୍‌କୁ ଷ୍ଟାଇଲିସ୍‌ କରିବା ପାଇଁ କାଓ ପ୍ରିଣ୍ଟର ସ୍କାର୍ଫ ବ୍ୟବହାର କରନ୍ତୁ। ଟ୍ରାଡିଶନାଲ୍‌ କୁର୍ତ୍ତି ହେଉ ଅବା ଜିନ୍ସରେ କାଓ ପ୍ରିଣ୍ଟର ସ୍କାର୍ଫ ବ୍ୟବହାର କଲେ ଡିଫରେଣ୍ଟ ଓ ଫ୍ୟାଶନେବଲ୍‌ ଲାଗିବେ।

ଆସେସରିଜ୍‌: ଲେଦର୍‌, ଭିସ୍କସ୍‌ କିମ୍ବା ଓ୍ବେବିଂ ବେଲ୍ଟ ପିନ୍ଧି ବୋର୍‌ ହୋଇଗଲେଣି କି, ତେବେ ଆପଣଙ୍କ ପାଇଁ କାଓ ପ୍ରିଣ୍ଟେଡ୍‌ ବେଲ୍ଟ ଏବେ ବେଷ୍ଟ ଅପ୍ସନ। ଏହା ପାର୍ଟି ଫଙ୍କଶନ୍‌ କିମ୍ବା ସାଙ୍ଗମାନଙ୍କ ସହ ଗେଟ୍‌ ଟୁଗେଦର୍‌ ଗଲା ବେଳେ ପିନ୍ଧିଲେ ଫଙ୍କି ଲୁକ୍‌ ଦେବ। କଳା କିମ୍ବା ଧଳା କଲର୍‌ ଡ୍ରେସ୍‌ ସହ ଏହି ବେଲ୍ଟ ଟିମ୍‌ଅପ୍‌ କରିପାରିବେ। ସେହିପରି ଏହି ପ୍ରିଣ୍ଟର ବୁଟ୍‌ରୁ ଆରମ୍ଭ କରି ହାଇ ହିଲ୍‌, ଫ୍ଲାଟ୍‌ ହିଲ୍‌ ଭଳି ବିଭିନ୍ନ ପ୍ରକାରର ଫୁଟ୍‌ଓ୍ବେର୍‌ ମିଳୁଛି, ଯାହାକୁ ପିନ୍ଧିଲେ ଆଇକ୍ୟାଚି ଲୁକ୍‌ ପାଇ ପାରିବେ। ଏଥିସହ ଏହି ପ୍ରିଣ୍ଟର ଫେସ୍‌ ମାସ୍କ, ମୋବାଇଲ୍‌ କଭର୍‌, କ୍ୟାପ୍‌ ଇତ୍ୟାଦି ମଧ୍ୟ ଉଭୟ ମାର୍କେଟ ଓ ଅନଲାଇନ୍‌ ସାଇଟ୍‌ରେ ମିଳୁଛି।
ଜୁଏଲେରି: ଏହି ପ୍ରିଣ୍ଟର ଇୟରିଂ, ନେକଲେସ୍‌, ପେଣ୍ଡେଣ୍ଟ, ବ୍ରେସଲେଟ୍‌ ଓ ରିଙ୍ଗ୍‌ ଟ୍ରାଏ କରନ୍ତୁ। ଟ୍ରାଡିଶନାଲ୍‌ ହେଉ କି ଓ୍ବେଷ୍ଟର୍ନ ସବୁ ପ୍ରକାର ଡ୍ରେସ୍‌ରେ ଏସବୁ ଜୁଏଲେରି ପେୟାର୍‌ ଅପ୍‌ କଲେ ସମସ୍ତଙ୍କଠାରୁ ୟୁନିକ୍‌ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri