ବିଚାରରେ ଗାଈ

ନିକଟରେ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର କୁମାର ଯାଦବ ଖାଦ୍ୟ ପାଇଁ ଗୋହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇ କହିଥିଲେ ଯେ, ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯିବା ଉଚିତ। କୌତୂହଳର ବିଷୟ ଯେ, ଏବର ଆଧୁନିକ ଭାରତରେ ମହିଳାଙ୍କୁ ବଳାତ୍କାର କରି ଆଇଆଇଟି ଛାତ୍ର ଜାମିନ ପାଇପାରୁଥିବା ବେଳେ ଗୋହତ୍ୟା ଅଭିଯୋଗରେ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଆବେଦନକାରୀଙ୍କ ଜାମିନ ଖାରଜ କରିଦିଆଯାଉଛି। ଏଥିରୁ ଆଜିର ଭାରତର ବିଚାରପତିମାନଙ୍କର ମାନସିକ ଭାରସାମ୍ୟ ସମ୍ପର୍କରେ ସାଧାରଣରେ ପ୍ରଶ୍ନ ଉଠୁଛି। ଜଷ୍ଟିସ୍‌ ଶେଖର ଆହୁରି କହିଥିଲେ, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ କି ପ୍ରଶ୍ୱାସ ଓ ନିଃଶ୍ୱାସରେ କେବଳ ଅମ୍ଳଜାନ ନେଇଥାଏ ଓ ଛାଡ଼ିଥାଏ। ଏଭଳି ଅବାଞ୍ଛିତ ମନ୍ତବ୍ୟ ଦେଇ ଏହି ବିଚାରପତି ନିଜ ପେସାରେ ଦୁର୍ନାମ ଆଣିଛନ୍ତି। ବିଶ୍ୱାସ ହେଉନାହିଁ ଯେ, ଜଣେ ବିଚାରପତି ଏହି ମୌଳିକ ବିଷୟରେ ଅବଗତ ନ ଥିବେ। ତାଙ୍କର ମନ୍ତବ୍ୟ ପଢ଼ିଲେ ମନେହେଉଛି ଯେପରି ଗଣମାଧ୍ୟମ ଦୃଷ୍ଟିକୁ ଆସିବା ତାଙ୍କର ଲକ୍ଷ୍ୟ। ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ମଧ୍ୟ କହିପାରିବେ ଯେ, କୌଣସି ଜୀବ ବିନା ଅମ୍ଳଜାନରେ ବଞ୍ଚତ୍ପାରେ ନାହିଁ। ଗଛ ବ୍ୟତୀତ ଅନ୍ୟ ସବୁ ପ୍ରାଣୀ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍‌) ଛାଡ଼ିଥାଆନ୍ତି। ସେଥିପାଇଁ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ ଯେ ଏଭଳି ଉଚ୍ଚଶିକ୍ଷିତ ଓ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନେ କାହିଁକି ନିଜର ଓ ନିଜ ବିରାଦରିର ନାମ ମାଟିରେ ମିଶାଇବାକୁ ଉତ୍କଣ୍ଠିତ ହୋଇଥାଆନ୍ତି।
ବିଚାରପତି ଶେଖର ଅନ୍ୟ ଯେଉଁ ବିନ୍ଦୁଟି ଉପରେ ଉଲ୍ଲେଖ କରିଛନ୍ତି ତାହା ଆହୁରି ହାସ୍ୟାସ୍ପଦ ମନେହେଉଛି। ତାଙ୍କ କହିବା ଅନୁଯାୟୀ ଗାଈଠାରୁ ମିଳୁଥିବା କ୍ଷୀର, ଦହି, ଘିଅ, ମୂତ୍ର ଓ ଗୋବରକୁ ମିଶାଇଲେ ଯେଉଁ ପଞ୍ଚଗବ୍ୟ ସୃଷ୍ଟି ହୁଏ, ତାହା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଏପରି ମାରାତ୍ମକ ମନ୍ତବ୍ୟ ଦେଇ ଏହି ବିଚାରପତି କେତେ ଯେ ସାମାଜିକ କ୍ଷତି କରୁଛନ୍ତି, ତାହାର ଆକଳନ କରିବା କଷ୍ଟକର। କାରଣ ଭାରତର ଅସଂଖ୍ୟ ଅଶିକ୍ଷିତ ନାଗରିକଙ୍କ ପାଇଁ ଏହି ଉଚ୍ଚପଦବୀଧାରୀ ବ୍ୟକ୍ତିଙ୍କ ମନ୍ତବ୍ୟ ଯଥେଷ୍ଟ ଗୁରୁତ୍ୱ ରଖିଥାଏ। ସେମାନଙ୍କ ପାଖରେ ମୌଳିକ ବୈଜ୍ଞାନିକ ଶିକ୍ଷାର ଅଭାବ ଥିବାରୁ ଏହି ନାଗରିକମାନେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ପଞ୍ଚଗବ୍ୟ ଭଳି ପଦାର୍ଥକୁ ନେଇ ନିଜ ରୋଗ ଦୂର କରିବାକୁ ଚେଷ୍ଟା କରିଥାଆନ୍ତି। ଏହାଦ୍ୱାରା ଯେଉଁ ଅସଂଖ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେଥିପାଇଁ ଏହି ବିଚାରପତିଙ୍କ ଭଳି ପଦସ୍ଥ କର୍ମକର୍ତ୍ତାଙ୍କୁ ଦୋଷୀ ଭାବେ ବିବେଚନା କରିବା ଦରକାର। ନୈତିକତା ଦୃଷ୍ଟିରୁ ଏଭଳି ଜଜ୍‌ଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା ସହିତ ତାଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକର ପୁନର୍ବିଚାର କରାଯିବା ଅତ୍ୟନ୍ତ ଆବଶ୍ୟକ।
ଭାରତରେ ସରକାର ପରିବର୍ତ୍ତନ ଘଟି ନୂଆ ପାର୍ଟି କ୍ଷମତାକୁ ଆସିଲେ ପୂର୍ବରୁ ଶାସନ କରିଥିବା ଦଳ ଓ ତାହା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ ଖାରଜ କରିଦେଇଥାଏ। ବିଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନ, ଷ୍ଟାଡିୟମ, ପାର୍କ ଏପରି କି ନୀତି ନିର୍ଦ୍ଧାରଣ ସକାଶେ ରହି ଆସିଥିବା ବୈଧାନିକ ସଂସ୍ଥାଗୁଡ଼ିକର ନାମ ପରିବର୍ତ୍ତନ କରାଯିବାରେ ଶାସକମାନେ ଆନନ୍ଦ ପାଉଛନ୍ତି। ଉଦାହରଣ ସ୍ବରୂପ, ଯୋଜନା କମିଶନ ହେଲା ନୀତି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ, ଯେଉଁଥିରେ ନୀତିର ଅର୍ଥ ବୁଝିବାକୁ ହେଲେ ଇଂଲିଶ ଭାଷାର ସାହାଯ୍ୟ ନେବାକୁ ପଡ଼ୁଛି। ନିଜ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କୁ ସୁହାଇଲା ଭଳି ନାମ ବଛାଯାଇ ଏହି ପ୍ରକ୍ରିୟା ଚାଲୁରହିଛି। ସମ୍ଭବତଃ ଏଭଳି ରାଜନୈତିକ ବ୍ୟକ୍ତି କିମ୍ବା ଗୋଷ୍ଠୀଗୁଡ଼ିକର କାର୍ଯ୍ୟରୁ ଉତ୍ସାହିତ ହୋଇ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ମିଳିବା ଉଚିତ ବୋଲି କହିଛନ୍ତି। ଦେଖିବାକୁ ଗଲେ ଗାଈ ଏକ ଗୃହପାଳିତ ପ୍ରାଣୀ। ଅନ୍ୟପକ୍ଷରେ ବାଘକୁ ଜାତୀୟ ପ୍ରାଣୀ କରାଯାଇଥିବାରୁ ତାହାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇପାରୁଛି। ମନେ ରଖିବାକୁ ହେବ ଯେ, ବିଶ୍ୱ ବାଘସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଭାରତରେ ଥିଲା। ଏବେ ଏହି ସଂଖ୍ୟା ଦିନକୁ ଦିନ ବହୁମାତ୍ରାରେ କମି ଯାଉଥିବାରୁ ତାହାର ସୁରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦିଆଯିବା ଉଚିତ। ଖାଦ୍ୟଶୃଙ୍ଖଳ ରକ୍ଷା ଲାଗି ଶୀର୍ଷରେ ଥିବା ପ୍ରାଣୀଙ୍କ ସଂଖ୍ୟା ପରିବେଶଗତ କାରଣ ଯୋଗୁ ସୁରକ୍ଷିତ ରହିବା ମଧ୍ୟ ଦରକାର। ଏହି ଦୃଷ୍ଟିରୁ ଦେଖିଲେ ବାଘର ସୁରକ୍ଷା ଓ ଭବିଷ୍ୟତ ଭାରତର ଗୁରୁଦାୟିତ୍ୱ ଭାବେ ଧରି ନେବାକୁ ହେବ। ଏପରି ଜଟିଳ ପରିବେଶ ସମ୍ପର୍କିତ ପ୍ରସଙ୍ଗରେ ବିଚାରପତିମାନେ ହାଲୁକା ମତ ଦେଇ ନିଜ ଆସନର ଭାବମୂର୍ତ୍ତି କ୍ଷୁଣ୍ଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri