‘କୋଭିଡ୍‌ ମୃତ୍ୟୁ ତଥ୍ୟ ଏପଟସେପଟ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ଆରମ୍ଭ କଲେ। ଦୈନିକ ୩୦ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍‌ ମୃତ୍ୟୁ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ୬୦ ଅତିକ୍ରମ କରିଥିଲା। ସରକାରଙ୍କ ଯୁକ୍ତି ଥିଲା, ବିଭିନ୍ନ କାରଣ ପାଇଁ ଅଡିଟ୍‌ ହୋଇପାରି ନ ଥିବା କୋଭିଡ୍‌ ମୃତ୍ୟୁ ରିପୋର୍ଟ ଏବେ ଘୋଷଣା କରାଯିବ। ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଯେତିକି କରୋନା ମୃତ୍ୟୁ ଘୋଷଣା ବାକି ରହିଛି, ତାହା ଜୁଲାଇ ଶେଷ ଆଡ଼କୁ ସରିଯିବ। ଜୁଲାଇ ସରିଗଲା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଗଲା ଆଉ ୧୫ ଦିନ ଭିତରେ ଘୋଷଣା ଶେଷ ହେବ। ଏହାପରେ ଅଗଷ୍ଟ ଶେଷ ଆଡ଼କୁ ସରିଯିବ ବୋଲି କୁହାଗଲା। ଏବେ ଅଗଷ୍ଟ ଶେଷ ହୋଇଯାଇଛି, ହେଲେ ବଳକା କୋଭିଡ୍‌ ମୃତ୍ୟୁ ପୂର୍ବଭଳି ଜାରି ରହିଛି ବୋଲି ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି, କୋଭିଡ୍‌ ମୃତ୍ୟୁ ନେଇ ରାଜ୍ୟ ସରକାର ତଥ୍ୟ ଏପଟସେପଟ କରୁଥିବା ସ୍ପଷ୍ଟ ଜଣାପଡୁଛି। ପ୍ରଚାର ସର୍ବସ୍ବ ଓଡ଼ିଶା ସରକାର ନିଜର ‘ବିଶ୍ୱସ୍ତରୀୟ କୋଭିଡ୍‌ ପରିଚାଳନା’ ପ୍ରଚାରରେ ବ୍ୟସ୍ତ ଥିଲେ, ଏପଟେ ଗରିବ, ମଫସଲ, ଦଳିତ, ଆଦିବାସୀ ଓଡ଼ିଆ ଲୋକ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିଲେ। ତଥ୍ୟ ମୁତାବକ, ୨୦୧୯ରେ ଓଡ଼ିଶା ସରକାର ୩,୪୨,୯୪୭ ମୃତ୍ୟୁ ପଞ୍ଜୀକରଣ କରିଥିବା ବେଳେ ୨୦୨୦ରେ ଏହା ୩,୬୨,୯୮୨ ଥିଲା। ୨୦୨୦ରେ ୨୦,୦୦୦ରୁ ଅଧିକ ମୃତ୍ୟୁ ହୁଏତ କୋଭିଡ୍‌-୧୯ ଦ୍ୱାରା ହୋଇଛି। କିନ୍ତୁ ସରକାରୀ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଏହା ସହ ମେଳ ଖାଉନାହିଁ। ସେପ୍ଟେମ୍ବର ୧୨ ସୁଦ୍ଧା ଓଡ଼ିଶାରେ ୧୦,୧୫,୭୧୩ କୋଭିଡ୍‌ ସଂକ୍ରମଣ ମାମଲା ନିଶ୍ଚିତ ହୋଇଛି। ଏହା ଭାରତର ମୋଟ ମାମଲାର ୩.୦୫% ଥିଲା। ତେବେ ୪.୨ କୋଟି ଜନସଂଖ୍ୟା ପାଇଁ ମହାମାରୀ ଆରମ୍ଭରୁ ସରକାରୀ ମୃତ୍ୟୁ ସଂଖ୍ୟା ହେଉଛି ୮୧୪୫। ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୧.୮୩%। ଓଡ଼ିଶା ସରକାର କ’ଣ ଏମିତି ପଦକ୍ଷେପ ନେଲେ ଯେ, ସବୁ ପରେ ବି ପାଖାପାଖି ବର୍ଷେ ହେଲା ପ୍ରତିଦିନ ମୃତ୍ୟୁ ସଂଖ୍ୟା ୧୨-୧୭ ରହୁଥିଲା ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କୋଭିଡ୍‌ ମୃତ୍ୟୁକୁ ନେଇ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟ ଏକ ସରକାରୀ ସତ୍ୟପାଠରେ ଅନେକ ଅସଙ୍ଗତି ଦର୍ଶାଇଥିଲେ। ରାଜ୍ୟ ସରକାର କହିଛନ୍ତି, ଚଳିତ ବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ୩୦୯୭ ମୃତ୍ୟୁ ଘଟିଥିବା ବେଳେ ପରବର୍ତ୍ତୀ ସମୟରେ ଦାଖଲ ହୋଇଥିବା ଅନ୍ୟ ଏକ ସତ୍ୟପାଠରେ ସରକାର କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ମହାମାରୀ ହେତୁ ଓଡ଼ିଶାରେ ୮୦୨୨ ଜଣଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ତଥ୍ୟ ରିପୋର୍ଟ ଏବଂ ଗଣନା ପଦ୍ଧତିକୁ ହାଇକୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri