Posted inଖେଳ

ଧୋନୀଙ୍କୁ ମେଣ୍ଟର କରାଯିବାର ପ୍ରକୃତ କାରଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୯: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଟିମ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନିଯୁକ୍ତି ପଛରେ ପ୍ରକୃତ କାରଣ ପ୍ରକାଶ କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ, ଯୁବ ଭାରତୀୟ ଦଳ ବଡ଼ ଟୁର୍ନାମେଣ୍ଟରେ ଅତିରିକ୍ତ ସମର୍ଥନ ଏବଂ ଅଭିଜ୍ଞତା ଆବଶ୍ୟକ କରନ୍ତି, ଯାହା ଧୋନୀ ଜଣେ ପରାମର୍ଶଦାତା ଭାବରେ ପୂରଣ କରିପାରିବେ। ସେ ନିଜ କ୍ୟାରିୟରରେ ଅନେକ ଥର ଏହା ପ୍ରମାଣ କରିଛନ୍ତି । ତାଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଲାଭଦାୟକ ହେବ।
ଏକ ବାର୍ତ୍ତାଳାପରେ ଗାଙ୍ଗୁଲି ଧୋନୀଙ୍କୁ ଦଳରେ ଯୋଡିବାର ସୁବିଧା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଟି -୨୦ ବିଶ୍ୱକପରେ ଯୁବ ଦଳ ଭାରତକୁ ସାହାଯ୍ୟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଟି -୨୦ ଫର୍ମାଟରେ ଧୋନୀଙ୍କ ରେକର୍ଡ ଉତ୍କୃଷ୍ଟ ଅଟେ। ଧୋନୀ ଉଭୟ ଟିମ ଇଣ୍ଡିଆ ଏବଂ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ବହୁ ବିଚାର ବିମର୍ଶ ପରେ ହିଁ ଆମେ ତାଙ୍କୁ ଏହି ଦାୟିତ୍ୱ ଦେଇଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୩ ପରଠାରୁ ଆମେ କୌଣସି ଆଇସିସି ଟ୍ରଫି ଜିତି ନାହୁଁ। ଅଷ୍ଟ୍ରେଲିଆ ମଧ୍ୟ ଆଶେସ ସିରିଜ ପାଇଁ ସମାନ ଭୂମିକା ପାଇଁ ଷ୍ଟିଭ ୱଙ୍କୁ ଟିମ୍‌ରେ ଯୋଡିଥିଲେ ଏବଂ ତା’ପରେ ଅଷ୍ଟ୍ରେଲିଆ ମଧ୍ୟ ଏହି ସିରିଜକୁ ବରାବର ରଖିଥିଲା। ଦଳ ଟି -୨୦ ବିଶ୍ୱକପ ପରି ବଡ ଟୁର୍ନାମେଣ୍ଟରେ ଭେଟେରାନ ଖେଳାଳିଙ୍କ ଉପସ୍ଥିତିର ଲାଭ ପାଇଥାଏ।
ଟିମ ଇଣ୍ଡିଆ ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଏହା ପରେ ଭାରତ ୨୦୧୫ ଏବଂ ୨୦୧୯ରେ ଦିନିକିଆ ବିଶ୍ୱକପ, ୨୦୧୬ରେ ଟି -୨୦ ବିଶ୍ୱକପ, ୨୦୧୭ରେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେଇଥିଲା। କିନ୍ତୁ ଥରେ ଟାଇଟଲ ଜିତିପାରିଲା ନାହିଁ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ଟାଇଟଲ ଜିତିବାର ସୁଯୋଗ ପାଇଲା। କିନ୍ତୁ ଫାଇନାଲରେ ସେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଏଥି ସହିତ, ୨୦୧୯ ବିଶ୍ୱକପରେ ମଧ୍ୟ ଟିମ ଇଣ୍ଡିଆ ସେମିଫାଇନାଲରୁ ଅଗ୍ରଗତି କରିପାରି ନାହିଁ।
ବିଶ୍ୱକପ ଭଳି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳାଳିଙ୍କ ଉପରେ ହେଉଥିବା ଚାପକୁ ଦୃଷ୍ଟିରେ ରଖି ଧୋନୀଙ୍କୁ ଟିମ ଇଣ୍ଡିଆ ସହିତ ଯୋଡା ଯାଇଛି। ଚାପରେ ଖେଳିବାର ତାଙ୍କର ଅନେକ ଅଭିଜ୍ଞତା ଅଛି ଏବଂ ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ଏହା ଉପଯୋଗୀ ହୋଇପାରେ। ସୂଚନାଯୋଗ୍ୟ, ଅକ୍ଟୋବର ୧୭ ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?