Posted inଖେଳ

ଧୋନୀଙ୍କୁ ମେଣ୍ଟର କରାଯିବାର ପ୍ରକୃତ କାରଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୯: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଟିମ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନିଯୁକ୍ତି ପଛରେ ପ୍ରକୃତ କାରଣ ପ୍ରକାଶ କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ, ଯୁବ ଭାରତୀୟ ଦଳ ବଡ଼ ଟୁର୍ନାମେଣ୍ଟରେ ଅତିରିକ୍ତ ସମର୍ଥନ ଏବଂ ଅଭିଜ୍ଞତା ଆବଶ୍ୟକ କରନ୍ତି, ଯାହା ଧୋନୀ ଜଣେ ପରାମର୍ଶଦାତା ଭାବରେ ପୂରଣ କରିପାରିବେ। ସେ ନିଜ କ୍ୟାରିୟରରେ ଅନେକ ଥର ଏହା ପ୍ରମାଣ କରିଛନ୍ତି । ତାଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଲାଭଦାୟକ ହେବ।
ଏକ ବାର୍ତ୍ତାଳାପରେ ଗାଙ୍ଗୁଲି ଧୋନୀଙ୍କୁ ଦଳରେ ଯୋଡିବାର ସୁବିଧା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଟି -୨୦ ବିଶ୍ୱକପରେ ଯୁବ ଦଳ ଭାରତକୁ ସାହାଯ୍ୟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଟି -୨୦ ଫର୍ମାଟରେ ଧୋନୀଙ୍କ ରେକର୍ଡ ଉତ୍କୃଷ୍ଟ ଅଟେ। ଧୋନୀ ଉଭୟ ଟିମ ଇଣ୍ଡିଆ ଏବଂ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ବହୁ ବିଚାର ବିମର୍ଶ ପରେ ହିଁ ଆମେ ତାଙ୍କୁ ଏହି ଦାୟିତ୍ୱ ଦେଇଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୩ ପରଠାରୁ ଆମେ କୌଣସି ଆଇସିସି ଟ୍ରଫି ଜିତି ନାହୁଁ। ଅଷ୍ଟ୍ରେଲିଆ ମଧ୍ୟ ଆଶେସ ସିରିଜ ପାଇଁ ସମାନ ଭୂମିକା ପାଇଁ ଷ୍ଟିଭ ୱଙ୍କୁ ଟିମ୍‌ରେ ଯୋଡିଥିଲେ ଏବଂ ତା’ପରେ ଅଷ୍ଟ୍ରେଲିଆ ମଧ୍ୟ ଏହି ସିରିଜକୁ ବରାବର ରଖିଥିଲା। ଦଳ ଟି -୨୦ ବିଶ୍ୱକପ ପରି ବଡ ଟୁର୍ନାମେଣ୍ଟରେ ଭେଟେରାନ ଖେଳାଳିଙ୍କ ଉପସ୍ଥିତିର ଲାଭ ପାଇଥାଏ।
ଟିମ ଇଣ୍ଡିଆ ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଏହା ପରେ ଭାରତ ୨୦୧୫ ଏବଂ ୨୦୧୯ରେ ଦିନିକିଆ ବିଶ୍ୱକପ, ୨୦୧୬ରେ ଟି -୨୦ ବିଶ୍ୱକପ, ୨୦୧୭ରେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେଇଥିଲା। କିନ୍ତୁ ଥରେ ଟାଇଟଲ ଜିତିପାରିଲା ନାହିଁ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ଟାଇଟଲ ଜିତିବାର ସୁଯୋଗ ପାଇଲା। କିନ୍ତୁ ଫାଇନାଲରେ ସେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଏଥି ସହିତ, ୨୦୧୯ ବିଶ୍ୱକପରେ ମଧ୍ୟ ଟିମ ଇଣ୍ଡିଆ ସେମିଫାଇନାଲରୁ ଅଗ୍ରଗତି କରିପାରି ନାହିଁ।
ବିଶ୍ୱକପ ଭଳି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳାଳିଙ୍କ ଉପରେ ହେଉଥିବା ଚାପକୁ ଦୃଷ୍ଟିରେ ରଖି ଧୋନୀଙ୍କୁ ଟିମ ଇଣ୍ଡିଆ ସହିତ ଯୋଡା ଯାଇଛି। ଚାପରେ ଖେଳିବାର ତାଙ୍କର ଅନେକ ଅଭିଜ୍ଞତା ଅଛି ଏବଂ ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ଏହା ଉପଯୋଗୀ ହୋଇପାରେ। ସୂଚନାଯୋଗ୍ୟ, ଅକ୍ଟୋବର ୧୭ ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri