କୋଭିଡ୍‌ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ, ୯।୧୨: ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତରେ କେତେକ କୋଭିଡ୍‌-୧୯ ଟିକାକୁ ବ୍ୟବହାର ପାଇଁ ଲାଇସେନ୍ସ ମିଳିଯିବ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ଦିଆଯିବ। ପ୍ରାୟ ୧ କୋଟି ସ୍ବାସ୍ଥ୍ୟ କର୍ମଚାରୀ, ୨ କୋଟି ଫ୍ରଣ୍ଟଲାଇନ୍‌ ଓ୍ବାର୍କର ଏବଂ ୨୭ କୋଟି ବୟସ୍କ ନାଗରିକଙ୍କୁ ଟିକା ଦିଆଯିବ। ଚିକିତ୍ସା ପ୍ରଦାନକାରୀଙ୍କ ସମେତ ସ୍ବାସ୍ଥ୍ୟସେବା ସହ ଜଡ଼ିତ ଅନ୍ୟମାନଙ୍କୁ ଟିକା ମିଳିବାକୁ ଥିବାବେଳେ ଫ୍ରଣ୍ଟଲାଇନ ଓ୍ବାର୍କରଙ୍କ ମଧ୍ୟରେ କେନ୍ଦ୍ରୀୟ ଓ ରାଜ୍ୟ ପୋଲିସ, ସଶସ୍ତ୍ର ବଳ, ହୋମ୍‌ଗାର୍ଡ, ସିଭିଲ ଡିଫେନ୍ସ, ବିପର୍ଯ୍ୟୟ ପରିଚାଳନା ସ୍ବେଚ୍ଛାସେବୀ, ମ୍ୟୁନିସିପାଲ କର୍ମଚାରୀ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ଟିକା ମିଳିବ।
ଦେଶର କରୋନା ସ୍ଥିତି ସମ୍ପର୍କରେ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‌ ସେମାନଙ୍କ ଟିକାର ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ପାଇଁ ଆବେଦନ କରିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ କୋଭିଶିଲ୍ଡ ଟିକାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦନ କରୁଛି। ସେହିପରି ଭାରତ ବାୟୋଟେକ୍‌ ସ୍ବଦେଶୀ ଟିକା କୋଭାକ୍ସିନ୍‌ର ବିକାଶ କରିଛି। ଏହା ବ୍ୟତୀତ ଫାଇଜର ମଧ୍ୟ ଟିକାର ଜରୁରୀ ବ୍ୟବହାର ଲାଗି ଅନୁମତି ପାଇଁ ଆବେଦନ କରିଛି।
ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଟିକା ବିପୁଳ ପରିମାଣରେ ଉତ୍ପାଦନ ହେବ। ସମସ୍ତଙ୍କ ପାଖରେ ଟିକା ପହଞ୍ଚତ୍ବା ପାଇଁ ବ୍ୟବସ୍ଥା କରାଯାଉଛି। କମ୍ପାନୀଗୁଡ଼ିକର ଆବେଦନକୁ ତପତ୍ରତା ସହ ବିଚାର କରାଯାଉଥିବା ନୀତି ଆୟୋଗ ସଦସ୍ୟ ତଥା ଭାକ୍ସିନ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ. ପଲ୍‌ କହିଛନ୍ତି। ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ ଭି’ର ପରୀକ୍ଷା ଚଳିତ ମାସରୁ ଆରମ୍ଭ ହେବ।

୨୫୦ ଟଙ୍କାରେ ଯୋଗାଇବ ସେରମ୍‌

ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି। ଏହି କମ୍ପାନୀ ସରକାରଙ୍କୁ ଡୋଜ୍‌ ପ୍ରତି ୨୫୦ ଟଙ୍କା (୩.୩୯ ଡଲାର)ରେ ଟିକା ଯୋଗାଇଦେବ। ଏହାର କୋଭିଶିଲ୍ଡ ଟିକାର ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ପାଇଁ ଏସ୍‌ଆଇଆଇ ସୋମବାର ଆବେଦନ କରିଥିଲା। ଭାରତର ଘରୋଇ ବଜାରରେ ଟିକାର ଦାମ୍‌ ୧୦୦୦ ଟଙ୍କା (୧୩.୫୫ ଡଲାର) ରହିବ ବୋଲି ପୂର୍ବରୁ ଏସ୍‌ଆଇଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାଓ୍ବାଲା କହିଥିଲେ। ତେବେ ସରକାର ବିପୁଳ ପରିମାଣରେ ଟିକା ନେବାକୁ ଥିବାରୁ କମ୍‌ ଦାମ୍‌ରେ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri