କୋଭିଡ୍‌ ପରିଚାଳନା ଓ ଅଦାଲତ

ରବିନାରାୟଣ ସାମଲ

କରୋନା ମହାମାରୀର ଦ୍ୱିତୀୟ ଲହରରେ ଗୋଟିଏ ଗୋଟିଏ ପରିବାର ଉଜୁଡ଼ି ଗଲା। ସାଧାରଣ ଜନତା ଅସହାୟ ହୋଇପଡ଼ିଲେ। କେଉଁଠି ଅକ୍ସିଜେନ୍‌ ଅଭାବରୁ ରୋଗୀର ପ୍ରାଣ ଗଲା ତ ଆଉ କେଉଁଠି ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁମୁଖରେ ପଡ଼ିଲା। ମାସ ମାସ ଧରି ଲୋକେ ଅପେକ୍ଷା କଲେଣି, ଟିକା ମିଳିଲା ନାହିଁ। ଦ୍ୱିତୀୟ ଲହର ନ ଯାଉଣୁ ତୃତୀୟ ଲହରର ଚିନ୍ତା ବି ଘାରିଲାଣି। ସରକାରଙ୍କ ମତିଗତି ଯାହା ତୃତୀୟ ଲହର କ’ଣ କେତେ ଯେ କ୍ଷତି ଘଟାଇବ ତାହା ସହଜରେ ଅନୁମାନ କରି ହେଉ ନାହିଁ। ଦେଶର ଅଦାଲତ ଯଦି ହସ୍ତକ୍ଷେପ କରି ନ ଥା’ନ୍ତେ ତେବେ ପରିସ୍ଥିତି ଆହୁରି ଭୟାନକ ହୋଇଥା’ନ୍ତା।
ଗତ ଏପ୍ରିଲ ମାସରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଗୋଟିଏ ଭଲ ମନ୍ତବ୍ୟ ଦେଇଥିଲେ- ‘କରୋନା ମହାମାରୀରେ ବିଫଳତାକୁ ସ୍ବୀକାର କରିବା ନେତା ଓ ଅମଲାଙ୍କୁ ବାଧୁଛି।’ ବାସ୍ତବରେ ସମାଲୋଚନାକୁ ସରକାର ସହି ପାରୁ ନ ଥିବା ଦେଖିବାକୁ ମିଳୁଛି। ସାମାଜିକ ଗଣମାଧ୍ୟମରେ କୋଭିଡ୍‌ ସମ୍ପର୍କିତ ପୋଷ୍ଟିଂକୁ ଅପରାଧ ଭାବେ ବିବେଚନା କରିବାକୁ ସରକାର ଗତ ଏପ୍ରିଲ୍‌ ମାସରେ ନିର୍ଦ୍ଦେଶନାମା ଜାରି କଲେ। ମାତ୍ର ସୁପ୍ରିମ୍‌ କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି ଏଥିପାଇଁ କାହାକୁ ଗିରଫ କଲେ ଅଦାଲତ ଅବମାନନା ହିସାବରେ ଗ୍ରହଣ କରାଯିବ ବୋଲି ବିଭିନ୍ନ ରାଜ୍ୟର ପୋଲିସ ଡିଜିଙ୍କୁ ରୋକଠୋକ ଜଣାଇ ଦେଲେ। ସେହିପରି ‘ଆମ ପିଲାମାନଙ୍କର ଟିକା ବାହାର ଦେଶକୁ କାହିଁକି ଦେଲ’ ବୋଲି ଦିଲ୍ଲୀର ରାସ୍ତାଘାଟରେ ପୋଷ୍ଟର ଦେଖିବାକୁ ମିଳିଲା। ଏହା ସରକାର ବିରୋଧୀ କହି ପୋଲିସ ୩୫ ଜଣଙ୍କୁ ଗିରଫ କଲା। ଏହା ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। କୋର୍ଟ ତାଙ୍କ ରାୟ ଶୁଣାଇବା ବାକି ରହିଛି।
ଦ୍ୱିତୀୟ ଲହର ଘାତକ ହେବ ବୋଲି ଗତ ଜାନୁୟାରୀ ମାସରୁ ବିଶେଷଜ୍ଞମାନେ ସତର୍କ କରାଇ ଆସିଥିଲେ। ଏକ ମାମଲାର ଶୁଣାଣି ବେଳେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏକଥା ଦର୍ଶାଇଛନ୍ତି। କିନ୍ତୁ ସରକାର ଏଥି ପ୍ରତି କର୍ଣ୍ଣପାତ କରି ନ ଥିଲେ। ପାଞ୍ଚଟି ରାଜ୍ୟର ନିର୍ବାଚନୀ ସଭାରେ ହଜାର ହଜାର ଲୋକଙ୍କ ସମାବେଶ ସାଙ୍ଗକୁ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସାରା ଦେଶରେ କରୋନା ଭୂତାଣୁକୁ ବାଣ୍ଟି ଦେଲା। ନିର୍ବାଚନରେ କୋଭିଡ୍‌ ନିୟମ ପାଳନ କରାଯାଇ ନ ଥିବାରୁ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ‘ନିର୍ବାଚନ କମିଶନ ହତ୍ୟାକାରୀ’ ବୋଲି ‘କଠୋର’ ମନ୍ତବ୍ୟଟିଏ ଦେଇଥିଲେ। କୁମ୍ଭମେଳା ଓ ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ କରି ‘ଆମେ ଗୋଟିକ ପରେ ଗୋଟିଏ ଭୁଲ୍‌ କରୁଛନ୍ତି’ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ ସରକାରଙ୍କୁ ତାଗିଦ୍‌ କଲେ।
ଏପ୍ରିଲ ମାସ ଶେଷ ସପ୍ତାହରେ ଅକ୍ସିଜେନ ଅଭାବ ଯୋଗୁ ବହୁତ ରୋଗୀ ମୃତ୍ୟୁମୁଖରେ ପଡ଼ିଲେ। ଦିଲ୍ଲୀରେ ମଧ୍ୟ ସେହି ଅବସ୍ଥା ଜାରି ରହିଲା। ଅକ୍ସିଜେନ ଯୋଗାଣକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବାଦାନୁବାଦ ଚାଲିଲା। ଏକ ଜନସ୍ବାର୍ଥ ମାମଲାର ବିଚାର କରି ‘ଅକ୍ସିଜେନ ଯୋଗାଣରେ ବାଧା ଦେଲେ ଫାଶୀ’ ବୋଲି ଦିଲ୍ଲୀ ହାଇକୋର୍ଟ କଡ଼ା ଟିପ୍ପଣି ଦେଲେ। ଅବସ୍ଥାର କୌଣସି ପରିବର୍ତ୍ତନ ହୋଇ ନ ଥିବା ଲକ୍ଷ୍ୟ କରି ପୁନରାୟ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ – ‘ତୁମେ ଓଟପକ୍ଷୀ ଭଳି ବାଲିରେ ମୁହଁ ପୋତି ପାରିବ, କିନ୍ତୁ ଆମେ ନୁହେଁ।’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅକ୍ସିଜେନ ଯୋଗାଇବାକୁ ହାତ ଯୋଡ଼ି ପ୍ରାର୍ଥନା କଲେ। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ କୋଭିଡ୍‌ ନିୟମର ଅନୁପାଳନରେ ଅବହେଳାକୁ ମାନ୍ୟବର କୋଲକାତା ହାଇକୋର୍ଟ ଗୁରୁତ୍ୱର ସହ ବିଚାରକୁ ନେଇ ନିର୍ବାଚନ କମିଶନକୁ ତାଗିଦ୍‌ କରିଥିଲେ।
ଦିଲ୍ଲୀ, ମାଡ୍ରାସ, ଉତ୍ତରାଖଣ୍ଡ ଓ କୋଲକାତା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟକୁ ଦେଖି ସର୍ବୋଚ୍ଚ ନ୍ୟାୟାଳୟ ତପତ୍ର ହୋଇ ଉଠିଥିଲେ। ‘ଆଉ ଚୁପ୍‌ ହୋଇ ବସିବୁ ନାହିଁ’ ବୋଲି ନିଜ ଆଡ଼ୁ ଏକ ଶୁଣାଣି କରି ଏପ୍ରିଲ ୨୬ରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ। କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଉପରେ ଜାରି କରିଥିବା କଟକଣାକୁ ପ୍ରତ୍ୟାଖ୍ୟାନ, ମେଡିକାଲ ଅକ୍ସିଜେନ ଉପଲବ୍ଧ ଓ ଯୋଗାଣକୁ ସୁନିଶ୍ଚିତ କରିବାକୁ ‘ଜାତୀୟ ଟାସ୍କ ଫୋର୍ସ’ ଗଠନ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଟିକାର ସୁଷମ ବଣ୍ଟନ ଏବଂ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ। କୋଭିଡ୍‌-୧୯ ଜନିତ ପରିସ୍ଥିତିକୁ ‘ଏକ ଅଭୂତପୂର୍ବ ମାନବିକ ସଙ୍କଟ’ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ ଅଭିହିତ କରିଥିବା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର ଅଧିକ ଘାତକ ସାଜିଲା। ତାଳିମାଡ଼, ଥାଳିମାଡ଼, ଟିକା ଉତ୍ସବ ଭଳି ପ୍ରହେଳିକା ଏଥିରେ ରୋକ୍‌ ଲଗାଇ ପାରିଲା ନାହିଁ। ଗତ ମାସରେ ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୭୦ ହଜାର ହୋଇଥିଲା ବେଳେ ନ୍ୟୁୟର୍କ ଟାଇମ୍ସର ସର୍ଭେ ଏହି ସଂଖ୍ୟାକୁ ୪୨ ଲକ୍ଷ ବୋଲି ଦର୍ଶାଇଲା। ଭାରତ ସରକାର ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ବିଭିନ୍ନ ଶ୍ମଶାନରେ ଶବଦାହ ଏବଂ ଉତ୍ତରପ୍ରଦେଶରେ ଗଙ୍ଗା ନଦୀ ପାଣିରେ ଓ ବାଲିରୁ ଉଦ୍ଧାର କରାଯାଇଥିବା ମୃତଦେହ ସରକାରୀ ହିସାବକୁ ଓଲଟ ପାଲଟ କରିଦେଲା। ପ୍ରକୃତ ତଥ୍ୟ ଏଯାବତ୍‌ ଲୋକଲୋଚନକୁ ଆସିପାରିଲା ନାହିଁ।
ମହାମାରୀରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ସରକାର ଟାଳଟୁଳ ନୀତି ଅନୁସରଣ କରୁଥିଲେ। ଏପରି କି ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୧୨କୁ ମଧ୍ୟ ସଂଶୋଧନ କରିଥିଲେ। ମାତ୍ର କେତେଗୁଡ଼ିଏ ପିଟିଶନ୍‌ର ଏକତ୍ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ କ୍ଷତିପୂରଣ ଦେବା ନିମିତ୍ତ ୬ ସପ୍ତାହ ମଧ୍ୟରେ ସାନି ଗାଇଡ୍‌ ଲାଇନ୍‌ ଜାରି କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ କୋଭିଡ୍‌ କଟକଣା ଭିତରେ ଦେଶର ଜନତା ଦୁଃଖ, ଯନ୍ତ୍ରଣା, ଅନାହାର ଓ ଅସହାୟତା ମଧ୍ୟରେ କାଳାତିପାତ କରୁଛନ୍ତି। ଏତିକି ବେଳେ ଦେଶର ଅଦାଲତ ଜନତାଙ୍କ ପାଖରେ ଛିଡ଼ା ହୋଇଛନ୍ତି। ମାତ୍ର ସରକାର ଏହାକୁ ସହ୍ୟ କରିପାରୁ ନାହାନ୍ତି। ‘ଅଦାଲତ ନିଜ ସୀମା ଭିତରେ ରହିବା ଉଚିତ’ ବୋଲି ଏକ ସତ୍ୟପାଠରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ମାତ୍ର ନ୍ୟାୟାଳୟ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୨୧ ଅନୁଯାୟୀ ଦେଶର ସମସ୍ତ ନାଗରିକଙ୍କୁ ସମାନ ସୁବିଧା ଓ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ଚେତାଇ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ଅସହିଷ୍ଣୁ ନ ହୋଇ ସରକାର ଏଥିରୁ କିଛି ଶିକ୍ଷା ଗ୍ରହଣ କଲେ ଦେଶବାସୀଙ୍କର ମଙ୍ଗଳ ହେବ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?