ପାଳନ ହେଉନି କୋଭିଡ୍‌-୧୯ ନିୟମ

ପାରାଦୀପ,୧୭।୭(ସ୍ବ.ପ୍ର.): କରୋନା ଭୂତାଣୁ ଏବେ ହୁହୁ ହୋଇ ବଢ଼ିଚାଲିଛି। ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି। କିନ୍ତୁ ଏହାରି ଭିତରେ ପାରାଦୀପ ମାଛଧରା ବନ୍ଦରରେ ମାଛ ଉତ୍ପାଦନ ଆରମ୍ଭ ହୋଇଛି। ପ୍ରାୟ ୧୧୫ ମାଛଧରା ଟ୍ରଲର ସମୁଦ୍ରକୁ ଗଲାଣି। ଏହିସବୁ ଟ୍ରଲରରେ ୧୧ ଶହରୁ ଅଧିକ ମତ୍ସ୍ୟଜୀବୀ ରହିଛନ୍ତି। ଏହାବାଦ ମାଛ ପ୍ରକ୍ରିୟାକରଣ କାମରେ ପ୍ରାୟ ୨ ହଜାର ଲୋକ କାମ କରୁଛନ୍ତି। ଏହି ସମସ୍ତ ଲୋକଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟରୁ ଆସିଛନ୍ତି। ମାତ୍ର ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କ ପାଇଁ କୋଭିଡ୍‌-୧୯ ନିୟମ କାମରେ ଲାଗୁନି। ଯଥା-ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଉନାହିଁ। କୋଭିଡ ଟେଷ୍ଟ ବ୍ୟବସ୍ଥା ମଧ୍ୟ ନାହିଁ। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ମାଲିକମାନେ ଆଣିବା ପରେ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାଧାରଣ ଜ୍ବର ଟେଷ୍ଟ କରାଇ ସିଧା ମାଛଧରିବା ପାଇଁ ପଠାଉଛନ୍ତି। ଏହାଦ୍ବାରା ସମସ୍ତ ମତ୍ସ୍ୟଜୀବୀ ଓ ସେମାନଙ୍କ ସହିତ ମିଶୁଥିବା ଲୋକଙ୍କ ମନରେ ଅଜଣା ଭୟ ରହୁଛି ବୋଲି ସେଠାକାର ବ୍ୟବସାୟୀ ପ୍ରତାପ ସାହୁ କହିଛନ୍ତି। ଏତଦ୍‌ବ୍ୟତୀତ ସେଠାରେ ସାପ୍ତାହିକ ଶଟ୍‌ଡାଉନ ନିୟମ ପାଳନ ହେଉନାହିଁ। କାରଣ ମାଛ ଉତ୍ପାଦନ ପ୍ରକ୍ରିୟା ଅନବରତ ଚାଲିଥାଏ। ଏ ସମ୍ପର୍କରେ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମଧୁମୟ ସାମଲ କୁହନ୍ତି, ଏଠାରେ କ୍ବାରାଣ୍ଟାଇନ ବ୍ୟବସ୍ଥା ନାହିଁ। ସେମାନେ ସ୍ବାସ୍ଥ୍ୟକେନ୍ଦ୍ରରୁ କ୍ଲିୟରାନ୍ସ ଆଣୁଛନ୍ତି। ଆମ୍ଭର ପ୍ରବେଶ ପଥରେ କେବଳ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିଛୁ। ଏଥିରେ ଜ୍ବର ମପାଯାଉଛି। ଆଉ କିଛି ନାହିଁ।

ଇ-ଅଭିଯୋଗ କାମ କରୁନି
ପାରାଦୀପ ମତ୍ସ୍ୟ ବିଭାଗରେ ଏବେବି ପୁରୁଣା ପ୍ରଥା ଚାଲିଛି। ଯଥା: କାର୍ଯ୍ୟାଳୟରେ ଲୋକେ ପୂର୍ବବତ ଯାତାୟାତ, ଟଙ୍କା ଜମା କରିବା, କାଗଜପତ୍ର ପଞ୍ଜୀକରଣ କରିବା ଆଦି କାମ କରୁଛନ୍ତି। ଜିଲାପାଳ କରୋନା ପାଇଁ ସରକାରୀ ଅଫିସ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। କିନ୍ତୁ ଏହି ନିୟମ ଏଠାରେ କାମରେ ଲାଗୁନି। ଏ ପ୍ରସଙ୍ଗରେ ମତ୍ସ୍ୟ ଅଧିକାରୀ ସାମଲ କୁହନ୍ତି ଅଫିସରେ ଇ-ଅଭିଯୋଗ ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ମତ୍ସ୍ୟଜୀବୀମାନେ ମଧ୍ୟ ଅନଲାଇନ କାମ ଜାଣିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri