ହାଇକୋର୍ଟରେ ରାଶନ ସାମଗ୍ରୀ ହଡ଼ପ ମାମଲା: ଗରିବଙ୍କୁ ଧନୀ ଦର୍ଶାଇ ସତ୍ୟପାଠ ଦାଖଲ

ଯାଜପୁର ଅଫିସ୍‌,୧୭।୭: ମାମଲାରୁ ବର୍ତ୍ତିବା ପାଇଁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରାଯିବା ଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଦେଖିବାକୁ ମିଳିଛି। ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ହୋଇଥିବା ଗତ ଏପ୍ରିଲରେ ଅଭିଯୋଗ ହୋଇଥିଲା। ଏହି ମର୍ମରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲଙ୍କ ମାଧ୍ୟମରେ ଯାଜପୁର ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ବିଡିଓଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଗତ ମେ ୧୫ ତାରିଖରେ ଧର୍ମଶାଳା ବିଡିଓ ଏକ ସତ୍ୟପାଠ ଦାଖଲ କରି ୩୧ ଜଣ ହିତାଧିକାରୀଙ୍କୁ କାହିଁକି ରାଶନକାର୍ଡରୁ ବଞ୍ଚିତ କରାଯାଇଛି, ସେ ନେଇ ତଥ୍ୟ ରଖିଥିଲେ। ଅଭିଯୋଗକାରୀ ବେହୁରା ୩।୭।୨୦୨୦ରେ ଉକ୍ତ ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରି ପ୍ରତିଜବାବ ରଖିଥିଲେ। ଯାହାକୁ ନେଇ ଯାଜପୁର ଜିଲାପାଳଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିବା ବେଳେ ଏହାକୁ ସୁଧାରିବା ପାଇଁ ଗତ ୨ ଦିନ ହେଲା ପ୍ରଶାସନ ପକ୍ଷରୁ ଘରଘର ବୁଲି ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି ବୋଲି ଅଭିଯୋଗକାରୀ ବେହୁରା ସୂଚନା ଦେଇଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କରୋନା ସହାୟତା ଯାଜପୁର ଜିଲାରେ ରାଶନ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା। ଜିଲାର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତର ହିତାଧିକାରୀ ମୃତ ପାର୍ବତୀ ସାହାଣୀ ଓ କମାଗଡ଼ର ରମା ବେହେରାଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ଘଟଣା ଜଣାପଡିବା ପରେ ବିଭିନ୍ନ ଗ୍ରାମର ଏକାଧିକ ପରିବାର ନାମରେ ରାଶନ ସାମଗ୍ରୀ ହଡପ ଅଭିଯୋଗ ହୋଇଥିଲା। ଏ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଡିଲର ଓ ପ୍ରଚ୍ଛଦ ପଟରେ ସହଯୋଗୀ ସାଜିଥିବା କର୍ମଚାରୀ ତଥା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, ଉପଜିଲାପାଳ, ଡିଆର୍‌ଡିଏର ପିଡି ପ୍ରମୁଖଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସାମାଜିକ କର୍ମୀ ବେହୁରା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଧର୍ମଶାଳା ବିଡିଓ ସତ୍ୟପାଠ ଦାଖଲ କରି ଜବାବ ରଖିଥିଲେ। ସତ୍ୟପାଠରେ ୩୧ଜଣ ହିତାଧିକାରୀଙ୍କ ରାଶନକାର୍ଡ କାଟିଥିବା ନେଇ କାରଣ ଦର୍ଶାଯାଇଥିଲା। ଏଥିରେ ପାଖର ପଞ୍ଚାୟତ ଛେଲିପଦା ଗ୍ରାମର ଦଲି ମଲିକ (କାର୍ଡ ନଂ.-୦୩୪୭) ସ୍ବାମୀ-ବେଲାରସେନ ମଲିକଙ୍କ ରାଶନକାର୍ଡକୁ ଅତ୍ୟଧିକ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥିବା ଦର୍ଶାଇ କାଟି ଦିଆଯାଇଥିଲା। କିନ୍ତୁ ବାସ୍ତବରେ ସେମାନଙ୍କ ଘରେ କୌଣସି ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିମ୍ବା ପକ୍କାଘରଟିଏ ନାହିଁ। ସେମାନେ ଜୀବନରେ କେବେ ବିଦ୍ୟୁତ୍‌ ଉପଭୋକ୍ତା ହୋଇନାହାନ୍ତି, ବିପିଏଲ କିମ୍ବା ରାଶନକାର୍ଡ ନଥିବାରୁ ଏହି ସୁବିଧାରୁ ସେମାନେ ବଞ୍ଚତ୍ତ ହୋଇଥିବା ଉଭୟ ବେଲାରସେନ ଓ ତାଙ୍କ ସ୍ତ୍ରୀ ଦଲି କହିଛନ୍ତି। କମାଗଡ ପଞ୍ଚାୟତ କମାଗଡ ଗ୍ରାମର ଦୀପ୍ତିମୟୀ ମହାରଣା, ସ୍ବାମୀ ଧ୍ରୁବଚରଣ ମହାରଣାଙ୍କ ରାଶନକାର୍ଡକୁ ତାଙ୍କ ଶ୍ୱଶୁର ରେଲୱେ ପେନସନ ପାଉଥିବା ଦର୍ଶାଯାଇ କାଟି ଦିଆଯାଇଥିଲା। କିନ୍ତୁ ୨୦୧୫ ଜୁଲାଇ ୨୭ ତାରିଖରୁ ତାଙ୍କ ଶ୍ୱଶୁର ସୁଧୀର ମହାରଣାଙ୍କ ଦେହାନ୍ତ ହୋଇସାରିଛି। ସେହିପରି ମହୀସରା ପଞ୍ଚାୟତ ରମ୍ପେଇ ଗ୍ରାମର ସ୍ବର୍ଣ୍ଣଲତା ବିଶ୍ୱାଳ ସ୍ବାମୀ-ମାୟାଧର ବିଶ୍ୱାଳଙ୍କ ରାଶନକାର୍ଡକୁ ୬ଟି କୋଠାଘର ରହିଥିବା ଦର୍ଶାଇ କାଟି ଦିଆଯାଇଛି। କିନ୍ତୁ ବିଡମ୍ବନା ଯେ, ସ୍ବର୍ଣ୍ଣଲତା ଓ ତାଙ୍କ ପରିବାର ଏକ ଝାଟିମାଟି ଘରେ ଅତି ଦୟନୀୟ ଭାବେ ରହୁଛନ୍ତି। କିନ୍ତୁ ଉପରୋକ୍ତ ହିତାଧିକାରୀଙ୍କ ନାମରେ ମିଥ୍ୟା ରିପୋର୍ଟ ପ୍ରଦାନ କରି ଜିଲା ପ୍ରଶାସନ ହାଇକୋର୍ଟ ମାମଲାରୁ ବର୍ତ୍ତିବାକୁ ଏହିଭଳି ଯୋଜନା କରିଥିବା ସ୍ପଷ୍ଟ ହେଉଛି। ହାଇକୋର୍ଟ ମାମଲାରେ ପକ୍ଷଭୁକ୍ତ ଥିବା ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ବିଡିଓ ଏଥିପାଇଁ ଦାୟୀ ବୋଲି ଅଭିଯୋଗକାରୀ ବେହୁରା କହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ପଚାରିବାରେ ସେ କହିଛନ୍ତି, ଅନ୍‌ଲାଇନରେ ମିଳିଥିବା ରିପୋର୍ଟ ଅନୁସାରେ ସତ୍ୟପାଠ ଦାଖଲ ହୋଇଛି। ତ୍ରୁଟି ସୁଧାରି ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ସମ୍ପ୍ରତି ରିପୋର୍ଟ ଉପରେ ତଦନ୍ତ ଚାଲିଛି। ବାସ୍ତବ ସ୍ଥିତି ଦେଖି ହିତାଧିକାରୀଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?