ହାଇକୋର୍ଟରେ ରାଶନ ସାମଗ୍ରୀ ହଡ଼ପ ମାମଲା: ଗରିବଙ୍କୁ ଧନୀ ଦର୍ଶାଇ ସତ୍ୟପାଠ ଦାଖଲ

ଯାଜପୁର ଅଫିସ୍‌,୧୭।୭: ମାମଲାରୁ ବର୍ତ୍ତିବା ପାଇଁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରାଯିବା ଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଦେଖିବାକୁ ମିଳିଛି। ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ହୋଇଥିବା ଗତ ଏପ୍ରିଲରେ ଅଭିଯୋଗ ହୋଇଥିଲା। ଏହି ମର୍ମରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲଙ୍କ ମାଧ୍ୟମରେ ଯାଜପୁର ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ବିଡିଓଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଗତ ମେ ୧୫ ତାରିଖରେ ଧର୍ମଶାଳା ବିଡିଓ ଏକ ସତ୍ୟପାଠ ଦାଖଲ କରି ୩୧ ଜଣ ହିତାଧିକାରୀଙ୍କୁ କାହିଁକି ରାଶନକାର୍ଡରୁ ବଞ୍ଚିତ କରାଯାଇଛି, ସେ ନେଇ ତଥ୍ୟ ରଖିଥିଲେ। ଅଭିଯୋଗକାରୀ ବେହୁରା ୩।୭।୨୦୨୦ରେ ଉକ୍ତ ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରି ପ୍ରତିଜବାବ ରଖିଥିଲେ। ଯାହାକୁ ନେଇ ଯାଜପୁର ଜିଲାପାଳଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିବା ବେଳେ ଏହାକୁ ସୁଧାରିବା ପାଇଁ ଗତ ୨ ଦିନ ହେଲା ପ୍ରଶାସନ ପକ୍ଷରୁ ଘରଘର ବୁଲି ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି ବୋଲି ଅଭିଯୋଗକାରୀ ବେହୁରା ସୂଚନା ଦେଇଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କରୋନା ସହାୟତା ଯାଜପୁର ଜିଲାରେ ରାଶନ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା। ଜିଲାର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତର ହିତାଧିକାରୀ ମୃତ ପାର୍ବତୀ ସାହାଣୀ ଓ କମାଗଡ଼ର ରମା ବେହେରାଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ଘଟଣା ଜଣାପଡିବା ପରେ ବିଭିନ୍ନ ଗ୍ରାମର ଏକାଧିକ ପରିବାର ନାମରେ ରାଶନ ସାମଗ୍ରୀ ହଡପ ଅଭିଯୋଗ ହୋଇଥିଲା। ଏ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଡିଲର ଓ ପ୍ରଚ୍ଛଦ ପଟରେ ସହଯୋଗୀ ସାଜିଥିବା କର୍ମଚାରୀ ତଥା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, ଉପଜିଲାପାଳ, ଡିଆର୍‌ଡିଏର ପିଡି ପ୍ରମୁଖଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସାମାଜିକ କର୍ମୀ ବେହୁରା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଧର୍ମଶାଳା ବିଡିଓ ସତ୍ୟପାଠ ଦାଖଲ କରି ଜବାବ ରଖିଥିଲେ। ସତ୍ୟପାଠରେ ୩୧ଜଣ ହିତାଧିକାରୀଙ୍କ ରାଶନକାର୍ଡ କାଟିଥିବା ନେଇ କାରଣ ଦର୍ଶାଯାଇଥିଲା। ଏଥିରେ ପାଖର ପଞ୍ଚାୟତ ଛେଲିପଦା ଗ୍ରାମର ଦଲି ମଲିକ (କାର୍ଡ ନଂ.-୦୩୪୭) ସ୍ବାମୀ-ବେଲାରସେନ ମଲିକଙ୍କ ରାଶନକାର୍ଡକୁ ଅତ୍ୟଧିକ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥିବା ଦର୍ଶାଇ କାଟି ଦିଆଯାଇଥିଲା। କିନ୍ତୁ ବାସ୍ତବରେ ସେମାନଙ୍କ ଘରେ କୌଣସି ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିମ୍ବା ପକ୍କାଘରଟିଏ ନାହିଁ। ସେମାନେ ଜୀବନରେ କେବେ ବିଦ୍ୟୁତ୍‌ ଉପଭୋକ୍ତା ହୋଇନାହାନ୍ତି, ବିପିଏଲ କିମ୍ବା ରାଶନକାର୍ଡ ନଥିବାରୁ ଏହି ସୁବିଧାରୁ ସେମାନେ ବଞ୍ଚତ୍ତ ହୋଇଥିବା ଉଭୟ ବେଲାରସେନ ଓ ତାଙ୍କ ସ୍ତ୍ରୀ ଦଲି କହିଛନ୍ତି। କମାଗଡ ପଞ୍ଚାୟତ କମାଗଡ ଗ୍ରାମର ଦୀପ୍ତିମୟୀ ମହାରଣା, ସ୍ବାମୀ ଧ୍ରୁବଚରଣ ମହାରଣାଙ୍କ ରାଶନକାର୍ଡକୁ ତାଙ୍କ ଶ୍ୱଶୁର ରେଲୱେ ପେନସନ ପାଉଥିବା ଦର୍ଶାଯାଇ କାଟି ଦିଆଯାଇଥିଲା। କିନ୍ତୁ ୨୦୧୫ ଜୁଲାଇ ୨୭ ତାରିଖରୁ ତାଙ୍କ ଶ୍ୱଶୁର ସୁଧୀର ମହାରଣାଙ୍କ ଦେହାନ୍ତ ହୋଇସାରିଛି। ସେହିପରି ମହୀସରା ପଞ୍ଚାୟତ ରମ୍ପେଇ ଗ୍ରାମର ସ୍ବର୍ଣ୍ଣଲତା ବିଶ୍ୱାଳ ସ୍ବାମୀ-ମାୟାଧର ବିଶ୍ୱାଳଙ୍କ ରାଶନକାର୍ଡକୁ ୬ଟି କୋଠାଘର ରହିଥିବା ଦର୍ଶାଇ କାଟି ଦିଆଯାଇଛି। କିନ୍ତୁ ବିଡମ୍ବନା ଯେ, ସ୍ବର୍ଣ୍ଣଲତା ଓ ତାଙ୍କ ପରିବାର ଏକ ଝାଟିମାଟି ଘରେ ଅତି ଦୟନୀୟ ଭାବେ ରହୁଛନ୍ତି। କିନ୍ତୁ ଉପରୋକ୍ତ ହିତାଧିକାରୀଙ୍କ ନାମରେ ମିଥ୍ୟା ରିପୋର୍ଟ ପ୍ରଦାନ କରି ଜିଲା ପ୍ରଶାସନ ହାଇକୋର୍ଟ ମାମଲାରୁ ବର୍ତ୍ତିବାକୁ ଏହିଭଳି ଯୋଜନା କରିଥିବା ସ୍ପଷ୍ଟ ହେଉଛି। ହାଇକୋର୍ଟ ମାମଲାରେ ପକ୍ଷଭୁକ୍ତ ଥିବା ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ବିଡିଓ ଏଥିପାଇଁ ଦାୟୀ ବୋଲି ଅଭିଯୋଗକାରୀ ବେହୁରା କହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ପଚାରିବାରେ ସେ କହିଛନ୍ତି, ଅନ୍‌ଲାଇନରେ ମିଳିଥିବା ରିପୋର୍ଟ ଅନୁସାରେ ସତ୍ୟପାଠ ଦାଖଲ ହୋଇଛି। ତ୍ରୁଟି ସୁଧାରି ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ସମ୍ପ୍ରତି ରିପୋର୍ଟ ଉପରେ ତଦନ୍ତ ଚାଲିଛି। ବାସ୍ତବ ସ୍ଥିତି ଦେଖି ହିତାଧିକାରୀଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri