Posted inଜାତୀୟ

ଫେରିପାରେ କଟକଣା

ନୂଆଦିଲ୍ଲୀ, ୨୨।୨: ଗତ ୭ ଦିନ ମଧ୍ୟରେ କରୋନା ଭୂତାଣୁରେ ୮୭,୭୧୧ ଜଣ ସଂକ୍ରମିତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣର ଦ୍ୱିତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନିୟମକୁ ପୁଣି ଥରେ କଡ଼ାକଡ଼ି କରାଯାଉଛି। କେବଳ ରବିବାର ୧୪,୨୬୪ ନୂଆ ମାମଲା ସାମ୍‌ନାକୁ ଆସିଛି। ଗତ ଜାନୁୟାରୀ ୨୯ରେ ୧୮,୮୫୫ ଜଣ ସଂକ୍ରମିତ ହୋଇଥିବାବେଳେ ପରେ ସଂକ୍ରମଣ ହ୍ରାସ ପାଇଥିଲା। ତେବେ ଗତ ୭ ଦିନ ମଧ୍ୟରେ ୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ୨୦ରୁ ୬୯% ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଆସନ୍ତା ସପ୍ତାହରେ କେତେକ ପଦକ୍ଷେପ ନେବାକୁ ଯାଉଛନ୍ତି। ସେଗୁଡ଼ିକ ହେଲା:
୧. ସୋମବାର ରାତି ୧୧ଟା ୫୯ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ନିୟମ ଲାଗୁ କରାଯିବ। ଦେଶରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଆସିଥିବା ଏସ୍‌ଏଆର୍‌ଏସ୍‌-କୋଭ୍‌-୨ର ନୂଆ ରୂପ ଦେଖାଦେବା ପରେ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁୟର(ଏସ୍‌ଓପି) ଜାରି କରାଯାଇଛି।
୨. ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଦକ୍ଷିଣ ଆଫ୍ରିକା ଭେରିଆଣ୍ଟର ୪ ମାମଲା ଓ ବ୍ରାଜିଲର ଗୋଟିଏ ମାମଲା ଭାରତରେ ଚିହ୍ନଟ ହୋଇଛି। ସେହିପରି ବ୍ରିଟେନର ଭେରିଆଣ୍ଟର ୧୫୦ରୁ ଊର୍ଦ୍ଧ୍ୱ ମାମଲା ମଧ୍ୟ ଚିହ୍ନଟ ହୋଇସାରିଛି। ତେବେ ସେଥିରୁ କୌଣସି ମାମଲା ଏଯାଏ ଘାତକ ହୋଇନାହିଁ।
୩. ମହାରାଷ୍ଟ୍ରରେ ଚଳିତ ସପ୍ତାହରେ ୬,୦୦୦ରୁ ଅଧିକ ଦୈନିକ ମାମଲା ଦେଖିବାକୁ ମିଳିଥିବାବେଳେ ଶନିବାର କେରଳରେ ୪,୬୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
୪. ମହାରାଷ୍ଟ୍ରରେ ଶୁକ୍ରବାର ୬,୧୧୨ ଓ ଶନିବାର ୬,୨୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀ ମୁମ୍ବାଇ ସମେତ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି ନେଇ ଲୋକଙ୍କୁ ସତର୍କ କରାଇଛନ୍ତି। ଅନେକ ସ୍ଥାନରେ କଟକଣା ଜାରି କରାଯାଇଛି।
୫. ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ସଂକ୍ରମଣ ବଢ଼ୁଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାବ୍ୟକ୍ତ କରିଛି।
୬. ରବିବାର ସକାଳ ସୁଦ୍ଧା ଭାରତରେ ୧୧ ନିୟୁତ କୋଭିଡ୍‌ ଯୋଦ୍ଧାଙ୍କୁ ଭାକ୍ସିନ ଦିଆଯାଇଛି। ଆସନ୍ତା ସପ୍ତାହରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇପାରେ।
୭. ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଦେଶରେ କୋଭିଡ୍‌-୧୯ ମୁକାବିଲା ପାଇଁ ନୂଆ ନିୟମ ଘୋଷଣା କରିପାରେ। ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟ କୋଭିଡ୍‌ ନିୟମ ଅନୁସାରେ ଲକ୍‌ଡାଉନ୍‌ ଅବଧି ବଢ଼ାଇପାରନ୍ତି।
୮. ଚଳିତ ସପ୍ତାହରେ ଭାରତରେ ୮୬,୭୧୧ ନୂଆ ମାମଲା ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ୮,୩୧୪ ଅର୍ଥାତ୍‌ ୧୦.୩୫% ବଢ଼ିଛି। ଗତ ସପ୍ତାହରେ ୬୩୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଚଳିତ ସପ୍ତାହରେ ଏହି ସଂଖ୍ୟା ୬୬୦ରେ ପହଞ୍ଚତ୍ଛି।

ଟିକାକରଣ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକାକରଣ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୫.୬୧% ହେଉଛନ୍ତି ଏହି ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର କଡ଼ା ସର୍ଭିଲାନ୍ସ, କଣ୍ଟେଣ୍ଟମେଣ୍ଟ ଏବଂ ଆର୍‌ଟିପିସିଆର୍‌ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ସାପ୍ତାହିକ ସଂକ୍ରମଣ ହାର ୮.୧୦% ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷା ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି। ଆଉ ଥରେ ଲକ୍‌ଡାଉନ୍‌ ଜାରି କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସପ୍ତାହେରୁ ୧୫ ଦିନ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା ପାଇଁ ପତ୍ର ଲେଖିଛି।

Enter your email to get our daily news in your inbox.

All Right Reserved By Dharitri.Com

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri