Posted inଜାତୀୟ

ଫେରିପାରେ କଟକଣା

ନୂଆଦିଲ୍ଲୀ, ୨୨।୨: ଗତ ୭ ଦିନ ମଧ୍ୟରେ କରୋନା ଭୂତାଣୁରେ ୮୭,୭୧୧ ଜଣ ସଂକ୍ରମିତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣର ଦ୍ୱିତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନିୟମକୁ ପୁଣି ଥରେ କଡ଼ାକଡ଼ି କରାଯାଉଛି। କେବଳ ରବିବାର ୧୪,୨୬୪ ନୂଆ ମାମଲା ସାମ୍‌ନାକୁ ଆସିଛି। ଗତ ଜାନୁୟାରୀ ୨୯ରେ ୧୮,୮୫୫ ଜଣ ସଂକ୍ରମିତ ହୋଇଥିବାବେଳେ ପରେ ସଂକ୍ରମଣ ହ୍ରାସ ପାଇଥିଲା। ତେବେ ଗତ ୭ ଦିନ ମଧ୍ୟରେ ୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ୨୦ରୁ ୬୯% ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଆସନ୍ତା ସପ୍ତାହରେ କେତେକ ପଦକ୍ଷେପ ନେବାକୁ ଯାଉଛନ୍ତି। ସେଗୁଡ଼ିକ ହେଲା:
୧. ସୋମବାର ରାତି ୧୧ଟା ୫୯ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ନିୟମ ଲାଗୁ କରାଯିବ। ଦେଶରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଆସିଥିବା ଏସ୍‌ଏଆର୍‌ଏସ୍‌-କୋଭ୍‌-୨ର ନୂଆ ରୂପ ଦେଖାଦେବା ପରେ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁୟର(ଏସ୍‌ଓପି) ଜାରି କରାଯାଇଛି।
୨. ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଦକ୍ଷିଣ ଆଫ୍ରିକା ଭେରିଆଣ୍ଟର ୪ ମାମଲା ଓ ବ୍ରାଜିଲର ଗୋଟିଏ ମାମଲା ଭାରତରେ ଚିହ୍ନଟ ହୋଇଛି। ସେହିପରି ବ୍ରିଟେନର ଭେରିଆଣ୍ଟର ୧୫୦ରୁ ଊର୍ଦ୍ଧ୍ୱ ମାମଲା ମଧ୍ୟ ଚିହ୍ନଟ ହୋଇସାରିଛି। ତେବେ ସେଥିରୁ କୌଣସି ମାମଲା ଏଯାଏ ଘାତକ ହୋଇନାହିଁ।
୩. ମହାରାଷ୍ଟ୍ରରେ ଚଳିତ ସପ୍ତାହରେ ୬,୦୦୦ରୁ ଅଧିକ ଦୈନିକ ମାମଲା ଦେଖିବାକୁ ମିଳିଥିବାବେଳେ ଶନିବାର କେରଳରେ ୪,୬୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
୪. ମହାରାଷ୍ଟ୍ରରେ ଶୁକ୍ରବାର ୬,୧୧୨ ଓ ଶନିବାର ୬,୨୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀ ମୁମ୍ବାଇ ସମେତ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି ନେଇ ଲୋକଙ୍କୁ ସତର୍କ କରାଇଛନ୍ତି। ଅନେକ ସ୍ଥାନରେ କଟକଣା ଜାରି କରାଯାଇଛି।
୫. ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ସଂକ୍ରମଣ ବଢ଼ୁଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାବ୍ୟକ୍ତ କରିଛି।
୬. ରବିବାର ସକାଳ ସୁଦ୍ଧା ଭାରତରେ ୧୧ ନିୟୁତ କୋଭିଡ୍‌ ଯୋଦ୍ଧାଙ୍କୁ ଭାକ୍ସିନ ଦିଆଯାଇଛି। ଆସନ୍ତା ସପ୍ତାହରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇପାରେ।
୭. ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଦେଶରେ କୋଭିଡ୍‌-୧୯ ମୁକାବିଲା ପାଇଁ ନୂଆ ନିୟମ ଘୋଷଣା କରିପାରେ। ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟ କୋଭିଡ୍‌ ନିୟମ ଅନୁସାରେ ଲକ୍‌ଡାଉନ୍‌ ଅବଧି ବଢ଼ାଇପାରନ୍ତି।
୮. ଚଳିତ ସପ୍ତାହରେ ଭାରତରେ ୮୬,୭୧୧ ନୂଆ ମାମଲା ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ୮,୩୧୪ ଅର୍ଥାତ୍‌ ୧୦.୩୫% ବଢ଼ିଛି। ଗତ ସପ୍ତାହରେ ୬୩୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଚଳିତ ସପ୍ତାହରେ ଏହି ସଂଖ୍ୟା ୬୬୦ରେ ପହଞ୍ଚତ୍ଛି।

ଟିକାକରଣ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକାକରଣ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୫.୬୧% ହେଉଛନ୍ତି ଏହି ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର କଡ଼ା ସର୍ଭିଲାନ୍ସ, କଣ୍ଟେଣ୍ଟମେଣ୍ଟ ଏବଂ ଆର୍‌ଟିପିସିଆର୍‌ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ସାପ୍ତାହିକ ସଂକ୍ରମଣ ହାର ୮.୧୦% ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷା ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି। ଆଉ ଥରେ ଲକ୍‌ଡାଉନ୍‌ ଜାରି କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସପ୍ତାହେରୁ ୧୫ ଦିନ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା ପାଇଁ ପତ୍ର ଲେଖିଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?