କୋଭିଡ୍‌ ନିୟନ୍ତ୍ରଣ ଲାଗି ୧୩ କଣ୍ଟ୍ରୋଲରୁମ୍‌

ଖୋର୍ଦ୍ଧା ଅଫିସ,୩।୫: ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଉପରମୁହଁା ରହିଛି କରୋନା ଗ୍ରାଫ। କୋଭିଡ୍‌ ନିୟନ୍ତ୍ରଣ ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ପରେ ଏବେ ୧୪ଦିନିଆ ଲକ୍‌ଡାଉନ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ୍‌ ନିୟନ୍ତ୍ରଣ ଲାଗି ଜିଲାରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ରହିଛି। ପ୍ରତି ସିଏଚ୍‌ସିରେ ଗୋଟିଏ ଏବଂ ଜିଲାସ୍ତରରେ ୩ଟି ମୋଟ ୧୩ଟି କଣ୍ଟ୍ରୋଲରୁମ୍‌ କାର୍ଯ୍ୟକ୍ଷମ ରହିଛି। କୋଭିଡ୍‌ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ସଂଗ୍ରହ ଲାଗି ଜିଲା ସଂସ୍କୃତି ଭବନରେ ହେଲ୍‌ଥ ମନିଟରିଂ ସେଲ୍‌ କାର୍ଯ୍ୟକ୍ଷମ ରହିଛି। ଏହି ସେଲ୍‌ ସହିତ ଡାକ୍ତରଙ୍କୁ ସଂଯୋଗ କରାଯାଇଛି। ସଂକ୍ରମିତଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ସମସ୍ୟା ଉପରେ ପରାମର୍ଶ ଦିଆଯାଇଛି। ଶନିବାର ସୁଦ୍ଧା ୮୨ଜଣ ନୂତନ ଏବଂ ୧୧୫ ପଜିଟିଭ୍‌ଙ୍କ ସହ ଯୋଗାଯୋଗ କରାଯାଇଛି। ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର, ଡାକ୍ତରମାନେ ଭର୍ଚୁଆଲରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନାକରି ପରାମର୍ଶ ଦେଉଛନ୍ତି। ମେଡିକାଲ ପରିସରକୁ କୋଭିଡ୍‌ ସଂକ୍ରମଣକୁ ସୁରକ୍ଷିତ ରଖିବା ଲାଗି ୨୪ଘଣ୍ଟିଆ ଟେଲି ମେଡିସିନ ସେବା ଆରମ୍ଭ ହୋଇଛି। ଏଥିରେ ୭ଜଣ ଡାକ୍ତର ପର୍ଯ୍ୟାୟକ୍ରମେ ରୋଗୀଙ୍କ ସହ ଟେଲିଫୋନିକ୍‌ରେ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସଂକ୍ରମିତଙ୍କୁ ବିଭିନ୍ନ କୋଭିଡ୍‌ ମେଡିକାଲକୁ ସ୍ଥାନାନ୍ତର କରିବା ଲାଗି ଅକ୍ସିଜେନ ସୁବିଧା ସହ ସ୍ବତନ୍ତ୍ର କୋଭିଡ୍‌ ଆମ୍ବୁଲାନ୍ସ ଖୋର୍ଦ୍ଧା ମେଡିକାଲ ସମେତ ପ୍ରତି ବ୍ଲକସ୍ତରରେ ଗୋଟିଏ ଲେଖାଏ ମୋଟ ୧୧ଟି ଉପଲବ୍ଧ ରହିଛି। ଏଥିସହ ୧୧ଟି ମୋବାଇଲ ଟେଷ୍ଟିଂ ୟୁନିଟ ରହିଛି। ଏତଦ୍‌ ବ୍ୟତୀତ ଜିଲାରେ ୩୧ଟି ୧୦୮ ଏବଂ ୨୮ଟି ୧୦୨ ଆମ୍ବୁଲାନ୍ସ ଉପଲବ୍ଧ ରହିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
୨୨ ଟିଏମ୍‌ସିରେ ୬୯୦ ଶଯ୍ୟା
ଖୋର୍ଦ୍ଧା ଜିଲା(ବିଏମସିକୁ ବାଦଦେଇ) ୧୦ ବ୍ଲକର ୧୯୦ ପଞ୍ଚାୟତରେ ୨୨ଟି କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)ରେ ୬୯୦ଟି ଶଯ୍ୟା ରହିଛି। ସେଥିରୁ ବାଲିଅନ୍ତା ବ୍ଲକରେ ୨୦ଶଯ୍ୟାବିଶିଷ୍ଟ ୨ଟି, ବାଲିପାଟଣାରେ ୫୦ ଶଯ୍ୟାବିଶିଷ୍ଟ ୧, ଭୁବନେଶ୍ୱର ବ୍ଲକରେ ୪ଟି କ୍ଲଷ୍ଟର ଟିଏମ୍‌ସିରେ ୯୦ଟି ଶଯ୍ୟା ରହିଛି। ଜଟଣୀ ବ୍ଲକରେ ୫୦ଶଯ୍ୟାବିଶିଷ୍ଟ ୧, ଖୋର୍ଦ୍ଧା ବ୍ଲକ ୩୦ଶଯ୍ୟାବିଶିଷ୍ଟ ୧, ବେଗୁନିଆ ବ୍ଲକରେ ୨ଟି କ୍ଲଷ୍ଟର ଟିଏମ୍‌ସିରେ ୫୦ଶଯ୍ୟା ଲେଖାଏ ରହିଛି। ବୋଲଗଡ଼ ବ୍ଲକରେ ୨ଟି କ୍ଲଷ୍ଟର ଟିଏମ୍‌ସିରେ ୭୦ଶଯ୍ୟା ରହିଛି। ଟାଙ୍ଗୀ ବ୍ଲକରେ ୨ଟି କ୍ଲଷ୍ଟର ଟିଏମ୍‌ସିରେ ୫୦ଶଯ୍ୟା ରହିଛି। ଚିଲିକା ବ୍ଲକରେ ୪ଟି କ୍ଲଷ୍ଟର ଟିଏମ୍‌ସିରେ ୮୦ଟି ଶଯ୍ୟା ରହିଛି। ସେହିପରି ଖୋର୍ଦ୍ଧା ପୌରାଞ୍ଚଳରେ ୨୨ ଓ୍ବାର୍ଡ ପାଇଁ ୩୦ ଶଯ୍ୟା, ଜଟଣୀ ପୌରାଞ୍ଚଳର ୨୩ ଓ୍ବାର୍ଡ ପାଇଁ ୨୫ ଶଯ୍ୟା ଲାଗି ଗୋଟିଏ ଲେଖାଏ କ୍ଲଷ୍ଟର ଟିଏମ୍‌ସି ରହିଛି। ବାଣପୁର ଏନ୍‌ଏସିର୧୫ଟି ଓ୍ବାର୍ଡ ପାଇଁ ୫୦ଶଯ୍ୟାବିଶିଷ୍ଟ ଗୋଟିଏ ଏବଂ ବାଲୁଗଁା ଏନ୍‌ଏସିର ୧୧ଟି ଓ୍ବାର୍ଡ ଲାଗି ୩ଟି କ୍ଲଷ୍ଟର ଟିଏମ୍‌ସିରେ ୩୦ଶଯ୍ୟା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ବିଭିନ୍ନ ଟିଏମ୍‌ସିରେ ୪୦ଜଣ ପ୍ରବାସୀ ସଙ୍ଗରୋଧରେ ରହିଛନ୍ତି। ସେଥିରୁ ବାଲୁଗଁା ଏନ୍‌ଏସିରେ ୩୦ଜଣ ରହିଛନ୍ତି।
ପ୍ରସ୍ତୁତ ରହିଛି ସିସିସି ଓ ସିସିଏଚ୍‌
ଜିଲା ପ୍ରଶାସନର ରିପୋର୍ଟ ଅନୁସାରେ ବାଳକାଟୀଠାରେ ୧୬୦ ଶଯ୍ୟାବିଶିଷ୍ଟ ନୀଳାଚଳ କୋଭିଡ୍‌ ହସ୍ପିଟାଲ ରହିଛି। ସେହିପରି ଏପ୍ରିଲ ୨୭ରୁ ଜଟଣୀ ବ୍ଲକ ଖୁଦୁପୁର ଠାରେ ୩ଶହ ଶଯ୍ୟାବିଶିଷ୍ଟ ସିସିସି(କୋଭିଡ୍‌ କେୟାର ସେଣ୍ଟର) କାର୍ଯ୍ୟକ୍ଷମ ରହିଛି। ସେହିପରି ଝାମୁଝରୀ ଠାରେ ୫ ଶହ, ନାଚୁଣୀ କଲେଜ ଓ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧାଠାରେ ୨ଶହ ଲେଖାଏ ଶଯ୍ୟା ଏବଂ ଆଇଏନ୍‌ଏସ୍‌ ଚିଲିକା ଠାରେ ୧୫୦ଶଯ୍ୟାବିଶିଷ୍ଟ ସିସିସି ଖୋଲିବା ଲାଗି ଯୋଜନା କରାଯାଇଛି। ସମସ୍ତ ସିସିଏଚ(କୋଭିଡ୍‌ କେୟାର ହସ୍ପିଟାଲ) ଏବଂ ସିସିସିରେ ଶଯ୍ୟା ଅନୁସାରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?