ମହାରାଷ୍ଟ୍ରରେ କରୋନା ନେଲାଣି ୧୦୦ ପୋଲିସଙ୍କ ଜୀବନ

ମୁମ୍ବାଇ, ୩୦।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରାଣଘାତୀ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ନିକଟତର ହୋଇଛି। ତେବେ ମହାରାଷ୍ଟ୍ରରେ ଇତିମଧ୍ୟରେ ୧୦୦ ଜଣ ପୋଲିସ କର୍ମଚାରୀ କରେନାରେ ପ୍ରାଣ ହରାଇ ସାରିଛନ୍ତି। ଗୁରୁବାର ମୁମ୍ବାଇ ଓ ଥାନେରେ ଜଣେ ଲେଖାଏ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିବା ପରେ ଏହି ସଂଖ୍ୟା ଶତକ ଛୁଇଁଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୩୮ ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ବାନ୍ଦ୍ରା ଡିଭିଜନର ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୋଲିସ (ଏସିପି) ଦତ୍ତାତ୍ରେୟ ଭର୍ଗୁଡେ ରହିଛନ୍ତି। ମୋଟ୍‌ ଉପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯ ହଜାର ୬୬ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୩୭ ଜଣ ଅଧିକାରୀ ରହିଥିବା ଜଣାପଡ଼ିଛି। ତେବେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାର ୮୪ ଜଣ କର୍ମଚାରୀ ସୁସ୍ଥ ହୋଇଯାଇଥିବା ଆସିଷ୍ଟାଣ୍ଟ ଆଇଜି (ଆଇନ ଶୃଙ୍ଖଳା) ବିନାୟକ ଦେଶମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ!

ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri