କୋଭିଡ୍‌-୧୯, ଗୋଷ୍ଠୀ ପ୍ରତିପିଣ୍ଡ ଓ ଟିକା

କରୋନା (କୋଭିଡ୍‌-୧୯) ଆକ୍ରାନ୍ତରେ ଭାରତ ବିଶ୍ୱକୁ ଅତିକ୍ରମ କଲାଣି। ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଅନ୍ୟପକ୍ଷରେ ଏହି ମହାମାରୀ ଗୋଷ୍ଠୀ ସଂକ୍ରମଣରେ ପରିଣତ ହେଲାଣି। ଅନେକ ସୁସ୍ଥ ଯୁବକଙ୍କ ଦେହରେ ପ୍ରତିପିଣ୍ଡ (ଆଣ୍ଟିବଡି) ଆପେ ତିଆରି ହେଉଛି। ତେଣୁ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଯେତେ ଅଧିକ ପରୀକ୍ଷା ହେବ ସେହି ଅନୁପାତରେ ରୋଗୀ ସଂଖ୍ୟା ବୃଦ୍ଧି ହେବ। ଗୋଟିଏ ଗୋଷ୍ଠୀର ଅନେକ ଲୋକ ଦେହରେ ରୋଗ ପ୍ରତିରୋଧ ଆଣ୍ଟିବଡି ତିଆରି ହେଲେ ତାହାକୁ ‘ଗୋଷ୍ଠୀ ଇମ୍ୟୁନିଟି’ କୁହାଯାଏ। ଏହା ଏକ ପ୍ରାକୃତିକ ପଦ୍ଧତି। ଏହି ସମୟରେ ରୋଗ ସଂକ୍ରମଣ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ହୁଏ ନାହିଁ। ଆଣ୍ଟିବଡି ହେଉଛି ଏକ ପ୍ରକାର ପ୍ରୋଟିନ୍‌। ଭୂତାଣୁ କିମ୍ବା ଜୀବାଣୁ ସଂକ୍ରମଣ ହେଲେ ରକ୍ତରେ ଥିବା ଶ୍ୱେତ କଣିକା (ପ୍ଲାଜମା ସେଲ୍‌) ଉକ୍ତ ଅଣୁ ଜୀବକୁ ମାରିବା ପ୍ରତିପିଣ୍ଡ ତିଆରି କରେ। ଏହା ଭବିଷ୍ୟତ ସଂକ୍ରମଣକୁ ମଧ୍ୟ ପ୍ରତିହତ କରେ। ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରେ।
ଇମ୍ୟୁନିଟି ହୋଇଥିଲେ ଟିକାର ଆବଶ୍ୟକତା ପଡି ନ ଥାଏ। ଟିକା ନେଲେ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ। କିନ୍ତୁ ରୋଗର ଯନ୍ତ୍ରଣା ଓ ଲକ୍ଷଣ ସୃଷ୍ଟି ହୁଏ ନାହିଁ। ଟିକା ହେଉଛି ଜୀବାଣୁ କିମ୍ବା ଭୂତାଣୁର ପ୍ରୋଟିନ୍‌। ଏହାକୁ ବିଭିନ୍ନ ପଦ୍ଧତିରେ ନିଷ୍କ୍ରିୟ କରାଯାଏ। ଫଳରେ ରୋଗର ନିଦାନ ଦେଖାଯାଏ ନାହିଁ। ଠିକ ଉପାୟରେ ପ୍ରସ୍ତୁତ ହୋଇ ନ ଥିଲେ ମଧ୍ୟ ସେହି ରୋଗ ସଂକ୍ରମିତ ହୁଏ। କରୋନା ଭୂତାଣୁ ଦେହରେ ବିଭିନ୍ନ ପ୍ରକାର ପ୍ରୋଟିନ୍‌ ଥାଏ । ତେଣୁ ପ୍ରୋଟିନ୍‌କୁ ନେଇ ପ୍ରସ୍ତୁତ ଟିକା ସବୁ ପ୍ରକାର ଭୂତାଣୁ ପାଇଁ କାମ କରିବ ନାହିଁ। ୨୦୦୨ ମସିହାରେ ‘ସାରସ କୋଭିଡ-୨’ ସଂକ୍ରମଣ ସାର୍ବଦେଶିକ ହୋଇଥିଲା। ୨୦୦୯ରେ ଏହାର ପୁନରାବୃତ୍ତି ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଟିକା ପ୍ରସ୍ତୁତ ହୋଇପାରିନାହିଁ। ଡେଙ୍ଗୁ, ସ୍ବାଇନ୍‌ ଫ୍ଲୁ, ଜୀକା ଭୂତାଣୁ ଓ ଏଚ.ଆଇ.ଭି.ର ସଫଳ ଟିକା ଉପଲବ୍ଧ ହୋଇନାହିଁ। ସମୟ କହିବ କୋଭିଡ୍‌-୧୯ର ଟିକା କେବେ ମିଳିବ।
ସର୍ଭେ’ ଦ୍ୱାରା ଗୋଟିଏ ଗୋଷ୍ଠୀର କେତେ ପ୍ରତିଶତ ଲୋକଙ୍କ ରକ୍ତରେ କୋଭିଡ୍‌-୧୯ର ଆଣ୍ଟିବଡି ରହିଛି ତାହା ଜାଣିହୁଏ। ଏହା ରୋଗ ପ୍ରତିରୋଧକ ଶକ୍ତିର ନିର୍ଣ୍ଣାୟକ। ସବୁ ଦେଶରେ ଏହା କରାଯାଉଛି। ଉକ୍ତ ଆଣ୍ଟିବଡି ଥିବା ବ୍ୟକ୍ତିକୁ ଭୂତାଣୁ ସଂକ୍ରମଣ ହୋଇପାରିବ ନାହିଁ। ଜୁନ ୨୭ରୁ ଜୁଲାଇ ୫ ମଧ୍ୟରେ ଦିଲ୍ଲୀରେ ୨୨ ହଜାର ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୨୩.୪ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ଦେଖିବାକୁ ମିଳିଲା। ଦ୍ୱିତୀୟ ଥର ନମୁନା ପରୀକ୍ଷାରୁ ଏହାର ସଂଖ୍ୟା ବହୁଗୁଣିତ ହୋଇଥିବା ଜଣାପଡିଲା। ସଂକ୍ରମିତ ରୋଗୀର ପରିମାଣ ୧୨.୨ ପ୍ରତିଶତରୁ ୬.୧ ପ୍ରତିଶତକୁ ଖସି ଆସିଲା। ଏହା ଗୋଷ୍ଠୀ ସଂକ୍ରମଣର ସୂଚକ। ମୁମ୍ବାଇରେ ଜୁଲାଇ ପ୍ରଥମ ସପ୍ତାହରେ ଆଣ୍ଟିବଡି ସର୍ବେକ୍ଷଣ କରାଯାଇଥିଲା। ବସ୍ତି ଅଧିବାସୀଙ୍କର ୫୭ ପ୍ରତିଶତ ଆଣ୍ଟିବଡି ଥିବା ବେଳେ ଅଣବସ୍ତିଙ୍କର ୧୬ ଥିଲା। ଦୁଇ ସପ୍ତାହ ପରେ ବସ୍ତି ବାସିନ୍ଦାଙ୍କର ୭୦ ପ୍ରତିଶତକୁ ବୃଦ୍ଧି ହେଲା। ତେଣୁ ରୋଗ ସଂକ୍ରମଣ କମିଗଲା। ୨୦୦ ନିୟୁତରୁ ଅଧିକ ଲୋକ କୋଭିଡ୍‌-୧୯ରୁ ରୋଗମୁକ୍ତ ହେଲା ପରେ ଏହାର ସଂକ୍ରମଣ ସ୍ଥିର ହୋଇ ରହିବ-ଏହା ବିଶେଷଜ୍ଞ ମତ।
କୋଭିଡ୍‌-୧୯ ରୋଗମୁକ୍ତ ବ୍ୟକ୍ତିର ରକ୍ତରସ (ପ୍ଲାଜମା) ଆକ୍ରାନ୍ତ ରୋଗୀକୁ ଦେଲେ ସେ ଶୀଘ୍ର ଆରୋଗ୍ୟ ହେଉଛି। ଅକ୍ସିଜେନର ଆବଶ୍ୟକତା କମି ଯାଉଛି। ଏହାକୁ ‘ପ୍ଲାଜମା ଥେରାପି’ କୁହାଯାଏ। ସୁସ୍ଥ ରୋଗୀର ରକ୍ତରେ ବହୁତ ଆଣ୍ଟିବଡି ରହିଥାଏ। ଏହା ହେଉଛି ‘ଇମ୍ୟୁନୋଗ୍ଲୋବିନ୍‌-ଜି’। ରୋଗୀ ରକ୍ତରେ ଥିବା ଭୂତାଣୁମାନଙ୍କୁ ମାରିଦିଏ। ଆଣ୍ଟିବାୟୋଟିକ୍‌ର ଆବଶ୍ୟକତା ପଡେନାହିଁ। ବୟସ୍କ ବ୍ୟକ୍ତିଙ୍କର ଶରୀର ଆଣ୍ଟିବଡି ତିଆରି ପାଇଁ ସକ୍ଷମ ନୁହେଁ। ସେମାନେ ଅନେକ ପ୍ରକାର ରୋଗଗ୍ରସ୍ତ ତେଣୁ ମୃତ୍ୟୁହାର ଅଧିକ। ତାଙ୍କର ଚିକିତ୍ସା ପାଇଁ ପ୍ଲାଜମା ଓ ଅକ୍ସିଜେନ୍‌ ଥେରାପି ଅନିବାର୍ଯ୍ୟ। କାଳକ୍ରମେ କୋଭିଡ୍‌-୧୯ର ଉତ୍ପାତ କମିଯିବ। ଜନସାଧାରଣଙ୍କ ଦେହରେ ଆଣ୍ଟିବଡି ବୃଦ୍ଧି ପାଇବ। କୋଭିଡ୍‌-୧୯ ରହିବ ଏବଂ ଆମେ ତାହା ସହ ରହିବା।

ଡା. ଦ୍ୱିଜେଶ କୁମାର ପଣ୍ଡା
-ନିଦାନ ଓ ଅଣୁଜୀବ ବିଶେଷଜ୍ଞ
ପ୍ଲଟ ନଂ-୧୨
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : (୦୬୭୪) ୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri