କୋଭିଡ୍‌-୧୯ ଟିକା : ବୁଷ୍ଟର ଡୋଜ୍‌

ବିଗତ ପ୍ରାୟ ଦୁଇବର୍ଷ ଧରି ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଥିବା କୋଭିଡ୍‌-୧୯ର ଏକମାତ୍ର ପ୍ରତିକାର ହେଲା ବ୍ୟାପକ ଟିକାକରଣ। ଶରୀରରେ ପ୍ରତିରୋଧ ଶକ୍ତି ଜାତ କରି ଏହାର ସଂକ୍ରମଣର ମୁକାବିଲା କରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ଆଶାବାଦୀ। ଏଥିପାଇଁ ଏବେ ଏକ ବର୍ଷ ପାଖାପାଖି ହେବ ବିଭିନ୍ନ ଔଷଧ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେବାରେ ଲାଗିଛି ନାନା ପ୍ରକାର ଟିକା। ବିଶ୍ୱର ପ୍ରାୟ ସବୁ ଦେଶରେ ଏହାକୁ ବ୍ୟବହାର କରି ଟିକାକରଣ ଚାଲିଛି। ପ୍ରାୟ ୪ ସପ୍ତାହ ଅନ୍ତରାଳରେ ଏହାକୁ ଦୁଇ ଥର ନେବାକୁ ପଡ଼ୁଛି। ଫଳରେ ୭୦ରୁ ୯୦ ଶତାଂଶ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ଜାତ ହେଇଛି ବୋଲି ଗଣନା କରାଯାଉଛି।
ଏହି କାର୍ଯ୍ୟକ୍ରମରେ ବିଶ୍ୱରେ ଅଗ୍ରଣୀ ହୋଇଥିବା ଦେଶଗୁଡ଼ିକ ହେଲେ ୟୁନାଇଟେଡ୍‌ ଆରବ ଏମିରେଟ୍ସ, ପର୍ତ୍ତୁଗାଲ୍‌ ଏବଂ ସିଙ୍ଗାପୁର। ଏଠାର ଜନସାଧାରଣଙ୍କ ମଧ୍ୟରୁ ଯଥାକ୍ରମେ ୭୪, ୭୪ ଏବଂ ୭୫ ଶତାଂଶ ଦୁଇ ଥର ଟିକା ନେଇ ସାରିଥିଲା ବେଳେ ଆହୁରି ୧୧, ୧୧ ଏବଂ ୩ ଶତାଂଶ ପ୍ରଥମ ଥର ତାହା ନେଇଛନ୍ତି। ଅନ୍ୟ ଯେଉଁ ଦେଶଗୁଡ଼ିକରେ ଏ କ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିଛି ସେଗୁଡ଼ିକ ମଧ୍ୟରେ ଅଛନ୍ତି ଚାଇନା (୬୨ ଓ ୧୩), ଫ୍ରାନ୍ସ (୫୯ ଓ ୧୩), ଇଂଲଣ୍ଡ (୬୩ ଓ ୮), ଇଟାଲୀ (୬୦ ଓ ୧୦), ଇସ୍ରାଏଲ୍‌ (୬୨ ଓ ୬), ସ୍ବିଡେନ୍‌ (୫୪ ଓ ୧୩) ଏବଂ ଜର୍ମାନୀ (୬୦ ଓ ୫)। ଏଥିରେ ବେଶ୍‌ ପଛରେ ପଡ଼ିଛନ୍ତି ସିରିୟା (୦.୮ ଓ ୦.୪), ଆଫ୍ରିକା (୩ ଓ ୪), ମିଶର (୩ ଓ ୨), ବାଲାଂଦେଶ ( ୪ ଓ ୬), ପାକିସ୍ତାନ ( ୭ ଓ ୧୧), ଇରାନ୍‌ (୯ ଓ ୧୨) ଏବଂ ଭାରତ ( ୧୦ ଓ ୨୫)। ଆମେରିକାରେ ଏହା ଯଥାକ୍ରମେ ୫୨ ଏବଂ ୯ ଏବଂ ରୁଷିଆରେ ୨୫ ଏବଂ ୫ ଶତାଂଶ। ଅତଏବ ବିଶ୍ୱର ବହୁ ଦେଶରେ, ବିଶେଷକରି ଅର୍ଥନୈତିକ ଅନଗ୍ରସର ଦେଶମାନଙ୍କରେ ଟିକାକରଣ ବିଶେଷ ଅଗ୍ରଗତି କରିପାରିନାହିଁ। ଏହାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଯଥେଷ୍ଟ ଟିକାର ଅଭାବ ଏବଂ ଅର୍ଥ (ବିଶ୍ୱରେ ସମୁଦାୟ ମାତ୍ର ୧.୭ ଶତାଂଶ ଲୋକ ଟିକା ନେଇଛନ୍ତି)।
କୋଭିଡ୍‌-୧୯ ଭୂତାଣୁଗୁଡ଼ିକର ଦ୍ରୁତ ଧ୍ରୁବୀକରଣ ଘଟୁଛି। ଫଳରେ ନୂତନ ନୂତନ ଜିନୀୟ ପରିବର୍ତ୍ତିତ ପ୍ରଜାତିମାନଙ୍କ ଉଦ୍ଭବ ହେଉଛି। ଏ ଟିକାଗୁଡ଼ିକ ଭୂତାଣୁ ବିରୋଧରେ କମ୍‌ ଫଳପ୍ରଦ ହେଉଥିବାର କୁହାଯାଉଛି। ପୁନଶ୍ଚ ଟିକାର ସୁରକ୍ଷା ପ୍ରଦାନକାରୀ ଶକ୍ତି ମଧ୍ୟ ସମୟକ୍ରମେ ହ୍ରାସ ପାଉଛି। ଏପରିସ୍ଥଳେ, ତୃତୀୟ ଡୋଜ୍‌ ରୂପେ ଏକ ‘ସମ୍ବର୍ଦ୍ଧକ ପାନ’ (ବୁଷ୍ଟର ଡୋଜ୍‌) ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି କିଛି ଦେଶରେ। ଏମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ଇସ୍ରାଏଲ୍‌। ସେଠାରେ ଏ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲାଣି। ଆମେରିକା ଏବଂ ୟୁରୋପୀୟ ଦେଶମାନେ ଏହାକୁ ଅନୁସରଣ କରିବାକୁ ସ୍ଥିର କରିସାରିଲେଣି।
ଏବେ ବ୍ୟବହୃତ ହେଉଥିବା କୋଭିଡ୍‌-୧୯ ଟିକା ମୁଖ୍ୟତଃ ଦୁଇ ପ୍ରକାରର। ତହିଁରୁ ପ୍ରଥମଟି ଆଷ୍ଟ୍ରେଜେନିକା ଏବଂ ଜନ୍‌ସନ୍‌ ଏଣ୍ଡ ଜନ୍‌ସନ୍‌ ଭଳି କମ୍ପାନୀମାନଙ୍କ ଦ୍ୱାରା ସାଧାରଣ ଶର୍ଦ୍ଦି ସୃଷ୍ଟି କରୁଥିବା ନିଷ୍କ୍ରିୟ ‘ଆଡେନୋ ଭୂତାଣୁ’ ଏବଂ କୋଭିଡ୍‌-୧୯ ଭୂତାଣୁର କିଛି ଅଂଶ ନେଇ ତିଆରି ହୋଇଛି। ଆମ ପ୍ରତିରୋଧ ବ୍ୟବସ୍ଥାକୁ ଏହା ବିରୋଧରେ ସକ୍ରିୟ କରିବା ଲାଗି ତାହା ଉଦ୍ଦିଷ୍ଟ। ଆମ ଦେଶରେ ବହୁଳ ଭାବେ ବ୍ୟବହୃତ କୋଭିଶିଲ୍ଡରେ ଏପ୍ରକାର ପଦାର୍ଥ ଏବଂ କୋଭାକ୍ସିନ୍‌ରେ କେବଳ ନିଷ୍କ୍ରିୟ କୋଭିଡ୍‌ -୧୯ ଭୂତାଣୁ ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ, ଦ୍ୱିତୀୟ ପ୍ରକାରଟି ପ୍ରସ୍ତୁତ କରିଛନ୍ତି ଫାଇଜ୍‌ର ଏବଂ ମଡର୍ନା ଭଳି କମ୍ପାନୀ। ଏଥିରେ ବ୍ୟବହୃତ ହୋଇଛି ଏମ୍‌-ଆର୍‌-ଏକ୍ସ, ଯାହାକି ଜୀବକୋଷକୁ କୋଭିଡ୍‌-୧୯ ଭୂତାଣୁର କିରୀଟ (ସ୍ପାଇକ୍‌)ରେ ଥିବା ପ୍ରୋଟିନ୍‌ ପ୍ରସ୍ତୁତ କରିବା ଏବଂ ତାହାକୁ ପ୍ରତିରୋଧ କରିବା ବ୍ୟବସ୍ଥାକୁ ଉଦ୍ଦୀପିତ କରି ଆମକୁ ସୁରକ୍ଷା ଦେବାକୁ ଶିକ୍ଷା ଦିଏ। ତେବେ ଏସବୁର ପ୍ରଭାବ କିଛି ମାସ ମଧ୍ୟରେ କମିଯାଉଥିବାର କହୁଛନ୍ତି ୟୁରୋପୀୟ ଚିକିତ୍ସା ବିଜ୍ଞାନୀମାନେ। ଉଦାହରଣ ସ୍ବରୂପ, ଇଂଲଣ୍ଡରେ ହୋଇଥିବା ଏକ ଅଧ୍ୟୟନରୁ ଫାଇଜର୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୧୪ ଦିନ ପରେ ୯୨% ରୋଗ ପ୍ରତିରୋଧ ଶକ୍ତି ଜାତ ହେବାର ଦେଖାଗଲା। ହେଲେ ୯୦ ଦିନ ପରେ ତାହା ୭୮%କୁ ଖସି ଆସିବାର ଜଣାପଡ଼ିଛି। ସେହିପରି ଆଷ୍ଟ୍ରେଜେନିକା ଟିକା କ୍ଷେତ୍ରରେ ଏହା ଯଥାକ୍ରମେ ୬୯% ଏବଂ ୬୧%। ବିଶେଷ କରି ଡେଲ୍‌ଟା ରୂପାନ୍ତର କ୍ଷେତ୍ରରେ ଏହା ମୂଳ ଭୂତାଣୁଠାରୁ କମ୍‌ ଫଳପ୍ରଦ ହେବାର ଏଥିରେ ଦେଖାଯାଉଛି। ପୁନଶ୍ଚ ଇସ୍ରାଏଲ୍‌ରେ ହୋଇଥିବା ଅନ୍ୟ ଏକ ଅଧ୍ୟୟନରୁ ମଧ୍ୟ ଅନୁରୂପ ଫଳାଫଳ ମିଳିଥିବାର କୁହାଯାଉଛି। ଏପରି ସ୍ଥଳେ ସେମାନଙ୍କ ମତରେ ଦ୍ୱିତୀୟ ଡୋଜ୍‌ ପରେ ଏକ ସମ୍ବର୍ଦ୍ଧକ(ବୁଷ୍ଟର) ତୃତୀୟ ଡୋଜ୍‌ ଏକାନ୍ତ ଆବଶ୍ୟକ।
ଅନ୍ୟପକ୍ଷରେ, ଏହାର ବିରୋଧ ମଧ୍ୟ କରୁଛନ୍ତି କିଛି ଚିକିତ୍ସା ବିଜ୍ଞାନୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ। ସେମାନଙ୍କ ମତରେ ଏବର ଅଧ୍ୟୟନଗୁଡ଼ିକ ଯଥାଯଥ ଭାବେ କରାଯାଇ ନାହିଁ। ତେବେ ତୃତୀୟ ଡୋଜ୍‌ ଟିକା ଦିଆଗଲେ ଏଥିରୁ ଲାଭବାନ୍‌ ହେବେ ତାହା ତିଆରି କରୁଥିବା କମ୍ପାନୀମାନେ। ଅନ୍ୟପକ୍ଷରେ, ଦରିଦ୍ର ଦେଶଗୁଡିକରେ ଟିକାର ଅଭାବ ପଡ଼ିବ। ସେଠାରୁ କୋଭିଡ୍‌-୧୯ର ପ୍ରାଦୁର୍ଭାବ ହ୍ରାସ କରିବା ସମ୍ଭବ ହେବ ନାହଁି। ପୁନଶ୍ଚ ଏହା ନୂଆ ନୂଆ ଧ୍ରୁବୀକରଣ ରୂପରେ ଆତ୍ମପ୍ରକାଶ କରିବ। ତେଣୁ ସେମାନେ ପ୍ରଶ୍ନ କରିଛନ୍ତି ଯେ ତୃତୀୟ ଡୋଜ୍‌ ଯଦି ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ଅକ୍ଷମ ହୁଏ, ତା’ହେଲେ କ’ଣ ଚତୁର୍ଥ ଡୋଜ୍‌ ନେବାକୁ ହେବ? ନା’ ନିୟମିତ ସମୟ ବ୍ୟବଧାନରେ କିଛି କିଛି ମାସ ପରେ ଏହା ବାରମ୍ବାର ନେବାକୁ ପଡ଼ିବ?
ଏ ପ୍ରଶ୍ନଗୁଡ଼ିକର ଜବାବ ବର୍ତ୍ତମାନ ଦେଇ ହେବ ନାହିଁ। କିନ୍ତୁ ସମ୍ଭବତଃ ଅନେକ ଦେଶ, ବିଶେଷ କରି ଯଥେଷ୍ଟ ଟିକା ଉପଲବ୍ଧ ଥିବା ଧନଶାଳୀ ଦେଶମାନଙ୍କରେ ଖୁବ୍‌ଶୀଘ୍ର ବ୍ୟାପକ ଭାବେ ତୃତୀୟ ସମ୍ବର୍ଦ୍ଧକ ଡୋଜ୍‌ ନେବା ବୋଧହୁଏ ଆରମ୍ଭ ହୋଇଯିବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର
ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri