କୋଭିଡ୍‌-୧୯ ଟିକା : ବୁଷ୍ଟର ଡୋଜ୍‌

ବିଗତ ପ୍ରାୟ ଦୁଇବର୍ଷ ଧରି ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଥିବା କୋଭିଡ୍‌-୧୯ର ଏକମାତ୍ର ପ୍ରତିକାର ହେଲା ବ୍ୟାପକ ଟିକାକରଣ। ଶରୀରରେ ପ୍ରତିରୋଧ ଶକ୍ତି ଜାତ କରି ଏହାର ସଂକ୍ରମଣର ମୁକାବିଲା କରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ଆଶାବାଦୀ। ଏଥିପାଇଁ ଏବେ ଏକ ବର୍ଷ ପାଖାପାଖି ହେବ ବିଭିନ୍ନ ଔଷଧ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେବାରେ ଲାଗିଛି ନାନା ପ୍ରକାର ଟିକା। ବିଶ୍ୱର ପ୍ରାୟ ସବୁ ଦେଶରେ ଏହାକୁ ବ୍ୟବହାର କରି ଟିକାକରଣ ଚାଲିଛି। ପ୍ରାୟ ୪ ସପ୍ତାହ ଅନ୍ତରାଳରେ ଏହାକୁ ଦୁଇ ଥର ନେବାକୁ ପଡ଼ୁଛି। ଫଳରେ ୭୦ରୁ ୯୦ ଶତାଂଶ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ଜାତ ହେଇଛି ବୋଲି ଗଣନା କରାଯାଉଛି।
ଏହି କାର୍ଯ୍ୟକ୍ରମରେ ବିଶ୍ୱରେ ଅଗ୍ରଣୀ ହୋଇଥିବା ଦେଶଗୁଡ଼ିକ ହେଲେ ୟୁନାଇଟେଡ୍‌ ଆରବ ଏମିରେଟ୍ସ, ପର୍ତ୍ତୁଗାଲ୍‌ ଏବଂ ସିଙ୍ଗାପୁର। ଏଠାର ଜନସାଧାରଣଙ୍କ ମଧ୍ୟରୁ ଯଥାକ୍ରମେ ୭୪, ୭୪ ଏବଂ ୭୫ ଶତାଂଶ ଦୁଇ ଥର ଟିକା ନେଇ ସାରିଥିଲା ବେଳେ ଆହୁରି ୧୧, ୧୧ ଏବଂ ୩ ଶତାଂଶ ପ୍ରଥମ ଥର ତାହା ନେଇଛନ୍ତି। ଅନ୍ୟ ଯେଉଁ ଦେଶଗୁଡ଼ିକରେ ଏ କ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିଛି ସେଗୁଡ଼ିକ ମଧ୍ୟରେ ଅଛନ୍ତି ଚାଇନା (୬୨ ଓ ୧୩), ଫ୍ରାନ୍ସ (୫୯ ଓ ୧୩), ଇଂଲଣ୍ଡ (୬୩ ଓ ୮), ଇଟାଲୀ (୬୦ ଓ ୧୦), ଇସ୍ରାଏଲ୍‌ (୬୨ ଓ ୬), ସ୍ବିଡେନ୍‌ (୫୪ ଓ ୧୩) ଏବଂ ଜର୍ମାନୀ (୬୦ ଓ ୫)। ଏଥିରେ ବେଶ୍‌ ପଛରେ ପଡ଼ିଛନ୍ତି ସିରିୟା (୦.୮ ଓ ୦.୪), ଆଫ୍ରିକା (୩ ଓ ୪), ମିଶର (୩ ଓ ୨), ବାଲାଂଦେଶ ( ୪ ଓ ୬), ପାକିସ୍ତାନ ( ୭ ଓ ୧୧), ଇରାନ୍‌ (୯ ଓ ୧୨) ଏବଂ ଭାରତ ( ୧୦ ଓ ୨୫)। ଆମେରିକାରେ ଏହା ଯଥାକ୍ରମେ ୫୨ ଏବଂ ୯ ଏବଂ ରୁଷିଆରେ ୨୫ ଏବଂ ୫ ଶତାଂଶ। ଅତଏବ ବିଶ୍ୱର ବହୁ ଦେଶରେ, ବିଶେଷକରି ଅର୍ଥନୈତିକ ଅନଗ୍ରସର ଦେଶମାନଙ୍କରେ ଟିକାକରଣ ବିଶେଷ ଅଗ୍ରଗତି କରିପାରିନାହିଁ। ଏହାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଯଥେଷ୍ଟ ଟିକାର ଅଭାବ ଏବଂ ଅର୍ଥ (ବିଶ୍ୱରେ ସମୁଦାୟ ମାତ୍ର ୧.୭ ଶତାଂଶ ଲୋକ ଟିକା ନେଇଛନ୍ତି)।
କୋଭିଡ୍‌-୧୯ ଭୂତାଣୁଗୁଡ଼ିକର ଦ୍ରୁତ ଧ୍ରୁବୀକରଣ ଘଟୁଛି। ଫଳରେ ନୂତନ ନୂତନ ଜିନୀୟ ପରିବର୍ତ୍ତିତ ପ୍ରଜାତିମାନଙ୍କ ଉଦ୍ଭବ ହେଉଛି। ଏ ଟିକାଗୁଡ଼ିକ ଭୂତାଣୁ ବିରୋଧରେ କମ୍‌ ଫଳପ୍ରଦ ହେଉଥିବାର କୁହାଯାଉଛି। ପୁନଶ୍ଚ ଟିକାର ସୁରକ୍ଷା ପ୍ରଦାନକାରୀ ଶକ୍ତି ମଧ୍ୟ ସମୟକ୍ରମେ ହ୍ରାସ ପାଉଛି। ଏପରିସ୍ଥଳେ, ତୃତୀୟ ଡୋଜ୍‌ ରୂପେ ଏକ ‘ସମ୍ବର୍ଦ୍ଧକ ପାନ’ (ବୁଷ୍ଟର ଡୋଜ୍‌) ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି କିଛି ଦେଶରେ। ଏମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ଇସ୍ରାଏଲ୍‌। ସେଠାରେ ଏ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲାଣି। ଆମେରିକା ଏବଂ ୟୁରୋପୀୟ ଦେଶମାନେ ଏହାକୁ ଅନୁସରଣ କରିବାକୁ ସ୍ଥିର କରିସାରିଲେଣି।
ଏବେ ବ୍ୟବହୃତ ହେଉଥିବା କୋଭିଡ୍‌-୧୯ ଟିକା ମୁଖ୍ୟତଃ ଦୁଇ ପ୍ରକାରର। ତହିଁରୁ ପ୍ରଥମଟି ଆଷ୍ଟ୍ରେଜେନିକା ଏବଂ ଜନ୍‌ସନ୍‌ ଏଣ୍ଡ ଜନ୍‌ସନ୍‌ ଭଳି କମ୍ପାନୀମାନଙ୍କ ଦ୍ୱାରା ସାଧାରଣ ଶର୍ଦ୍ଦି ସୃଷ୍ଟି କରୁଥିବା ନିଷ୍କ୍ରିୟ ‘ଆଡେନୋ ଭୂତାଣୁ’ ଏବଂ କୋଭିଡ୍‌-୧୯ ଭୂତାଣୁର କିଛି ଅଂଶ ନେଇ ତିଆରି ହୋଇଛି। ଆମ ପ୍ରତିରୋଧ ବ୍ୟବସ୍ଥାକୁ ଏହା ବିରୋଧରେ ସକ୍ରିୟ କରିବା ଲାଗି ତାହା ଉଦ୍ଦିଷ୍ଟ। ଆମ ଦେଶରେ ବହୁଳ ଭାବେ ବ୍ୟବହୃତ କୋଭିଶିଲ୍ଡରେ ଏପ୍ରକାର ପଦାର୍ଥ ଏବଂ କୋଭାକ୍ସିନ୍‌ରେ କେବଳ ନିଷ୍କ୍ରିୟ କୋଭିଡ୍‌ -୧୯ ଭୂତାଣୁ ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ, ଦ୍ୱିତୀୟ ପ୍ରକାରଟି ପ୍ରସ୍ତୁତ କରିଛନ୍ତି ଫାଇଜ୍‌ର ଏବଂ ମଡର୍ନା ଭଳି କମ୍ପାନୀ। ଏଥିରେ ବ୍ୟବହୃତ ହୋଇଛି ଏମ୍‌-ଆର୍‌-ଏକ୍ସ, ଯାହାକି ଜୀବକୋଷକୁ କୋଭିଡ୍‌-୧୯ ଭୂତାଣୁର କିରୀଟ (ସ୍ପାଇକ୍‌)ରେ ଥିବା ପ୍ରୋଟିନ୍‌ ପ୍ରସ୍ତୁତ କରିବା ଏବଂ ତାହାକୁ ପ୍ରତିରୋଧ କରିବା ବ୍ୟବସ୍ଥାକୁ ଉଦ୍ଦୀପିତ କରି ଆମକୁ ସୁରକ୍ଷା ଦେବାକୁ ଶିକ୍ଷା ଦିଏ। ତେବେ ଏସବୁର ପ୍ରଭାବ କିଛି ମାସ ମଧ୍ୟରେ କମିଯାଉଥିବାର କହୁଛନ୍ତି ୟୁରୋପୀୟ ଚିକିତ୍ସା ବିଜ୍ଞାନୀମାନେ। ଉଦାହରଣ ସ୍ବରୂପ, ଇଂଲଣ୍ଡରେ ହୋଇଥିବା ଏକ ଅଧ୍ୟୟନରୁ ଫାଇଜର୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୧୪ ଦିନ ପରେ ୯୨% ରୋଗ ପ୍ରତିରୋଧ ଶକ୍ତି ଜାତ ହେବାର ଦେଖାଗଲା। ହେଲେ ୯୦ ଦିନ ପରେ ତାହା ୭୮%କୁ ଖସି ଆସିବାର ଜଣାପଡ଼ିଛି। ସେହିପରି ଆଷ୍ଟ୍ରେଜେନିକା ଟିକା କ୍ଷେତ୍ରରେ ଏହା ଯଥାକ୍ରମେ ୬୯% ଏବଂ ୬୧%। ବିଶେଷ କରି ଡେଲ୍‌ଟା ରୂପାନ୍ତର କ୍ଷେତ୍ରରେ ଏହା ମୂଳ ଭୂତାଣୁଠାରୁ କମ୍‌ ଫଳପ୍ରଦ ହେବାର ଏଥିରେ ଦେଖାଯାଉଛି। ପୁନଶ୍ଚ ଇସ୍ରାଏଲ୍‌ରେ ହୋଇଥିବା ଅନ୍ୟ ଏକ ଅଧ୍ୟୟନରୁ ମଧ୍ୟ ଅନୁରୂପ ଫଳାଫଳ ମିଳିଥିବାର କୁହାଯାଉଛି। ଏପରି ସ୍ଥଳେ ସେମାନଙ୍କ ମତରେ ଦ୍ୱିତୀୟ ଡୋଜ୍‌ ପରେ ଏକ ସମ୍ବର୍ଦ୍ଧକ(ବୁଷ୍ଟର) ତୃତୀୟ ଡୋଜ୍‌ ଏକାନ୍ତ ଆବଶ୍ୟକ।
ଅନ୍ୟପକ୍ଷରେ, ଏହାର ବିରୋଧ ମଧ୍ୟ କରୁଛନ୍ତି କିଛି ଚିକିତ୍ସା ବିଜ୍ଞାନୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ। ସେମାନଙ୍କ ମତରେ ଏବର ଅଧ୍ୟୟନଗୁଡ଼ିକ ଯଥାଯଥ ଭାବେ କରାଯାଇ ନାହିଁ। ତେବେ ତୃତୀୟ ଡୋଜ୍‌ ଟିକା ଦିଆଗଲେ ଏଥିରୁ ଲାଭବାନ୍‌ ହେବେ ତାହା ତିଆରି କରୁଥିବା କମ୍ପାନୀମାନେ। ଅନ୍ୟପକ୍ଷରେ, ଦରିଦ୍ର ଦେଶଗୁଡିକରେ ଟିକାର ଅଭାବ ପଡ଼ିବ। ସେଠାରୁ କୋଭିଡ୍‌-୧୯ର ପ୍ରାଦୁର୍ଭାବ ହ୍ରାସ କରିବା ସମ୍ଭବ ହେବ ନାହଁି। ପୁନଶ୍ଚ ଏହା ନୂଆ ନୂଆ ଧ୍ରୁବୀକରଣ ରୂପରେ ଆତ୍ମପ୍ରକାଶ କରିବ। ତେଣୁ ସେମାନେ ପ୍ରଶ୍ନ କରିଛନ୍ତି ଯେ ତୃତୀୟ ଡୋଜ୍‌ ଯଦି ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ଅକ୍ଷମ ହୁଏ, ତା’ହେଲେ କ’ଣ ଚତୁର୍ଥ ଡୋଜ୍‌ ନେବାକୁ ହେବ? ନା’ ନିୟମିତ ସମୟ ବ୍ୟବଧାନରେ କିଛି କିଛି ମାସ ପରେ ଏହା ବାରମ୍ବାର ନେବାକୁ ପଡ଼ିବ?
ଏ ପ୍ରଶ୍ନଗୁଡ଼ିକର ଜବାବ ବର୍ତ୍ତମାନ ଦେଇ ହେବ ନାହିଁ। କିନ୍ତୁ ସମ୍ଭବତଃ ଅନେକ ଦେଶ, ବିଶେଷ କରି ଯଥେଷ୍ଟ ଟିକା ଉପଲବ୍ଧ ଥିବା ଧନଶାଳୀ ଦେଶମାନଙ୍କରେ ଖୁବ୍‌ଶୀଘ୍ର ବ୍ୟାପକ ଭାବେ ତୃତୀୟ ସମ୍ବର୍ଦ୍ଧକ ଡୋଜ୍‌ ନେବା ବୋଧହୁଏ ଆରମ୍ଭ ହୋଇଯିବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର
ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?