Posted inଜାତୀୟ

ଭାରତ ବାୟୋଟେକ୍‌ର ଚେତାବନୀ: ଏମାନେ ନିଅନ୍ତୁ ନାହିଁ ଟିକା

ନୂଆଦିଲ୍ଲୀ,୧୯ ।୧:କରୋନା ଭାଇରସଠାରୁ ଦୂରେଇ ରହିବାକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ ଟିକାକୁ ନେଇ ଲୋକଙ୍କୁ ଚେତାବନୀ ଦେଉଛି । କମ୍ପାନୀ କହିଛି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ଅବା ଯେଉଁମାନେ କୌଣସି ଜଟିଳ ରୋଗ ପାଇଁ ଔଷଧ ଗ୍ରହଣ କରୁଛନ୍ତି ସେମାନେ କରୋନା ଟିକା ନିଅନ୍ତୁ ନାହିଁ । ଏକ ଫ୍ୟାକ୍ଟସିଟ୍ ଜାରି କରି କମ୍ପାନୀ ଏହା କହିଛି । ଭାରତ ବାୟୋଟେକର ଭ୍ୟାକ୍ସିନ କୋଭିସିଲ୍ଡକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ(ଡିସିଜିଆଇ) ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଏବେବି ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ତେଣୁ ସୋମବାର ଏକ ଫ୍ୟାକ୍ଟସିଟ୍ ଜାରି କରି କମ୍ପାନୀ କହିଛି ଯେଉଁମାନଙ୍କର ଆଲର୍ଜି, ଜ୍ୱର, ବ୍ଲିଡିଂ ଡିସଅଡର, ରୋଗ ପ୍ରତିରୋଧକ ଶକ୍ତି କମ୍ ଓ ଯେଉଁମାନେ କୌଣସି ଜଟିଳ ରୋଗ ପାଇଁ ଔଷଧ ଗ୍ରହଣ କରୁଛନ୍ତି ସେମାନେ କରୋନା ଟିକା ନିଅନ୍ତୁ ନାହିଁ । ଏହାସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ଏହା ନେବା ଠିକ୍ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୧୯୬ଜଣ ଡାକ୍ତରଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ଏପର୍ଯ୍ୟନ୍ତ ଭାରତରେ ୧୯୬ ଜଣ ଡାକ୍ତରଙ୍କ ଜୀବନ ନେଇସାରିଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଚିକିତ୍ସକ। ଇଣ୍ଡିଆନ ମେଡିକାଲ ଆସୋସିଏଶନ...

ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ମୁମ୍ବାଇ,୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ପହଞ୍ଚିସାରିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ସମୟ ସୀମାକୁ...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

ଭାଜପା ଟଙ୍କା ଦେଲେ ନେଇଯାଅ ହେଲେ ଭୋଟ ଦିଅନି: କମଲନାଥ

ଭୋପାଳ,୧ ।୧୧: ମଧ୍ୟପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ । ରବିବାର ହେଉଛି ପ୍ରଚାରର ଶେଷ ଦିନ । ଏହାପରେ ଶାସକ...

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ...

ଟିକା ପାଇଁ କମ୍ପାନୀ ରିହାତି

ବେଙ୍ଗାଲୁରୁ, ୨୪।୬: କୋଭିଡ୍‌ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...

ପରସ୍ପର ମଧ୍ୟରେ ଲଢିଲେ ହେବ ଉଭୟଙ୍କର କ୍ଷତି: ଭାଗବତ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜଣା ସ୍ବାର୍ଥରେ...

ଦିଲ୍ଲୀରେ ଆହୁରି ୩ ଦିନ ହେବ ଘନକୁହୁଡ଼ି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗୁରୁବାର ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା।...

Advertisement


Archives

Model This Week