Posted inଜାତୀୟ

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ, ତେବେ ଏପରି ପରିସ୍ଥିତିରେ କୋର୍ଟ ସତର୍କ ରହିବା ସହ ପ୍ରମାଣକୁ ଯତ୍ନର ସହ ଯାଞ୍ଚ କରିବା ଉଚିତ।

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ୧୯୮୯ ରେ ହତ୍ୟା ମାମଲାରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗ ହୋଇଥିଲା ଦୁଇ ଅଭିଯୁକ୍ତ ୨୫ ଅଗଷ୍ଟ ୧୯୮୯ ରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପରଦିନ ବିଲାସପୁର ଜିଲାରେ ଏ ବାବଦରେ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା।

ଶୀର୍ଷ କୋର୍ଟ ରାୟରେ କହିଛନ୍ତି ଯେତେବେଳେ ଏଫଆଇଆର ରେଜିଷ୍ଟ୍ରେଶନରେ ବିଳମ୍ବ ହୁଏ ଏବଂ ଏହା ଯଥାର୍ଥ ନୁହେଁ, ସେତେବେଳେ କୋର୍ଟ ସତର୍କ ହେବା ଉଚିତ ଏବଂ ଉପସ୍ଥାପିତ ପ୍ରମାଣକୁ ସଠିକ ଭାବରେ ଯାଞ୍ଚ କରିବା ଜରୁରୀ। ବିଶେଷତଃ ଯେଉଁଠାରେ ପ୍ରତ୍ୟକ୍ଷଦର୍ଶୀ ରହିବାର ସମ୍ଭାବନା କମ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri