ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି

ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍‌ କରିବା ସହ ସରକାରୀ କାଗଜପତ୍ରକୁ ଜାଲିଆତି କରି ବ୍ଲୁ ପ୍ରିଣ୍ଟ କଲେ। ବିବାହ ବିଚ୍ଛେଦ ସାର୍ଟିଫିକେଟ ଜାଲିଆତି କରି ପ୍ରଥମେ ସ୍ତ୍ରୀଙ୍କୁ ଅଲଗା କରି ପରେ ଭାଉଜଙ୍କ ସହିତ ବିବାହ କରାଇ ଟଙ୍କା ଲୁଟିନେଲେ। ଏଭଳି ଘଟଣା ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ହୋଇଥିବାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଜାମୁଡିହା ଗ୍ରାମର ଯଦୁନାଥ ସିଂ ସିଆଇଏସ୍‌ଏଫ୍‌ରେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ସେହି ସମୟରେ ସ୍ତ୍ରୀ ମିନତି ସ୍ବାମୀ ଯଦୁନାଥଙ୍କଠାରୁ ଅଲଗା ରହୁଥିବାରୁ ତାଙ୍କ ମୃତ୍ୟୁ ପରେ ଭାଉଜ ଏବଂ ପୁତୁରା ଟଙ୍କା ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଯଦୁନାଥଙ୍କ ଟଙ୍କା ହଡ଼ପ କରିବା ପାଇଁ ଭାଉଜ ସୋମବାରୀ ସିଂ ଏବଂ ପୁତୁରା ନିଲମ ସିଂ ଉଦଳା କଚେରିରେ ମୋହରିର ବନମାଳୀ ସିଂ ଏବଂ ସରକାରୀ ଓକିଲ ପ୍ରତିମା ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଟଙ୍କା ହଡ଼ପ ପାଇଁ ପ୍ରଥମେ ଯଦୁନାଥ ଏବଂ ତାଙ୍କ ସ୍ତ୍ରୀ ମିନତିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ ମିଛ କୋର୍ଟଙ୍କ ରାୟ ପ୍ରସ୍ତୁତ କରାଯାଇଥିଲା। ଏକ ବିବାହ ବିଚ୍ଛେଦ (ମେଟ ସୁଟ ନଂ. ୨୫/୨୦୨୧)ର ରାୟକୁ ଜାଲିଆତି କରି ସେଥିରେ ଯଦୁନାଥ ଏବଂ ମିନତିଙ୍କ ନାମକୁ ପକ୍ଷ ତାଲିକାରେ ଉଲ୍ଲେଖ କରିଥିଲେ। ଏପରି କି ଉକ୍ତ ମାମଲାର ବିଚାରପତି ଥିବା ନୀହାର ରଞ୍ଜନ ଲେଙ୍କାଙ୍କ ଦସ୍ତଖତ ଏବଂ ସିଲ୍‌କୁ ଜାଲିଆତି କରି ଏକ ମିଥ୍ୟା ଅର୍ଡର କପି ବାହାର କରିଥିଲେ। ପରେ ଏହାକୁ ଉଦଳା ସବ୍‌ରେଜିଷ୍ଟର କାର୍ଯ୍ୟାଳୟରେ ବିବାହ ପ୍ରମାଣପତ୍ର ନମ୍ବର – ୨୧୧୨୯୧୫୦୦୦୪୭କୁ ଜାଲିଆତି କରି ଯଦୁନାଥ ଏବଂ ଭାଉଜ ସୋମବାରୀଙ୍କ ଏକ ନକଲି ବିବାହ ସାର୍ଟିଫିକେଟ ମଧ୍ୟ ପ୍ରସ୍ତୁତ କରିଥିଲେ। ଏହି ଜାଲ୍‌ କାଗଜପତ୍ର ଦାଖଲ କରି ଯଦୁନାଥଙ୍କ ମୃତ୍ୟୁ ପରେ ୨୦ଲକ୍ଷ ଟଙ୍କା ହଡ଼ପ କରିଥିଲେ। କୋର୍ଟଙ୍କ ରାୟ ସହିତ ବିଚାରପତିଙ୍କ ଦସ୍ତଖତ ଓ ସିଲ୍‌ ଜାଲିଆତି କରିବାରେ କମ୍ପ୍ୟୁଟର ଦୋକାନୀ ବିଜୟ କୁମାର ପାତ୍ର ସହଯୋଗ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆଇନଜୀବୀ ରବିନ ପଟ୍ଟନାୟକ ଏନେଇ ଉଦଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା(ନଂ. ୨୮୦/୨୪)ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତି ଥିବା ମୋହରିର ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ କୁମାର ପାତ୍ରଙ୍କ ସମେତ ଭାଉଜ ସୋମବାରୀ ସିଂ ଏବଂ ପୁତୁରା ନିଲମ୍‌ ସିଂଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏସବୁ ଜାଲିଆତିର ମୁଖ୍ୟ ସହଯୋଗୀ ସାଜିଥିବା ସରକାରୀ ଓକିଲ ପ୍ରତିମା ସାହୁଙ୍କୁ ଶନିବାର ଅପରାହ୍ନରେ ପୋଲିସ ଉଦଳା ପରିବା ହାଟ ନିକଟରୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି। ଏଭଳି ଏକ ଜାଲିଆତି ଘଟଣାରେ ଜଣେ ମହିଳା ଓକିଲଙ୍କ ସମ୍ପୃକ୍ତିକୁ ନେଇ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?