ଗିରଫଦାରୀରୁ ରକ୍ଷା ପାଇଁ ସର୍ତ୍ତ ରଖିଲେ କୋର୍ଟ, ଇମ୍ରାନ କରିବେ ଆତ୍ମ ସମର୍ପଣ-ରାଲିକୁ ମନା…

ଇସଲାମାବାଦ,୧୬।୩ : ଗିରଫଦାରୀରୁ ରକ୍ଷା ପାଇଁ ପାକିସ୍ତାନୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ତୋସାଖାନା ମାମଲାର ଶୁଣାଣି ସମୟରେ ଅତିରିକ୍ତ ଜିଲା ତଥା ସେସନ୍ସ କୋର୍ଟ ବିଚାରପତି କହିଛନ୍ତି ଯେ ଯଦି ଇମ୍ରାନ ଖାନ କୋର୍ଟରେ ଆତ୍ମସମର୍ପଣ କରନ୍ତି ତେବେ ସେ ପୋଲିସକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବେ ନାହିଁ। ଏହା ସହିତ ସେ କୌଣସି ରାଲି ମଧ୍ୟ କରିବେନି ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ପାକିସ୍ତାନୀ ଖବରକାଗଜ ଡନ ରିପୋର୍ଟ ଅନୁଯାୟୀ ଜଜ ଜାଫର ଇକବାଲ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଙ୍କ ଆବେଦନ ଶୁଣିବାବେଳେ ଏହା କହିଛନ୍ତି। ତୋସାଖାନା ମାମଲାରେ ଇମ୍ରାନ ଖାନାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଅନ୍ୟପକ୍ଷରେ ଲାହୋର ହାଇକୋର୍ଟ ରବିବାର ଦିନ ଇକବାଲ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ପିଟିଆଇ ରାଲି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ନାଗରିକମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ କରିବାକୁ ଦିଅନ୍ତୁ। ମାର୍ଚ୍ଚ ୧୯ ରେ ଲାହୋରର ମିନାର-ଇ-ପାକିସ୍ଥାନରେ ପିଟିଆଇ ଏକ ଐତିହାସିକ ରାଲି ଆୟୋଜନ କରିବାକୁ ଯୋଜନା କରିଥିଲା। ଏହି ରାଲିରେ ଇମ୍ରାନ ଖାନ ନେତୃତ୍ୱ ନେବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା...

ନଓ୍ବାଜ ଫେରିବା ପରେ ଶାହାବାଜ ଛାଡ଼ିବେ କି ପ୍ରଧାନମନ୍ତ୍ରୀ ପଦ

ଇସଲାମାବାଦ,୧୫ା୪: କିଛିଦିନ ଧରି ପାକିସ୍ତାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ପଡ଼ିଗଲା, କିନ୍ତୁ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।...

ଟଙ୍କା ପାଇଁ ଶିକ୍ଷକତା ଛାଡ଼ି ବାଛିଲେ ଏମିତି ପେଶା….

ମାନିଲା,୧୪।୯: ଟଙ୍କା ପାଇଁ ଶିକ୍ଷୟିତ୍ରୀରୁ ପାଲଟିଗଲେ ନଗ୍ନ ମଡେଲ। ପରିବାରର ଦାୟିତ୍ୱ ବୋଝ ଆଗରେ ମୁଣ୍ଡ ନୁଆଇଁ ଶିକ୍ଷକତା ଛାଡ଼ି ଉତ୍ତେଜିତ ଭିଡିଓରେ କାର୍ଯ୍ୟ କରୁଛନ୍ତି...

ଆମେରିକାର ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୩୩ ମାସ ଜେଲ୍‌, ୭,୫୦୦ ଡଲାର ଜୋରିମନା

ଓ୍ବାଶିଂଟନ,୨।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଏବଂ ରାଷ୍ଟ୍ରପତି ବାସଭବନ ହ୍ବାଇଟହାଉସକୁ ଉଡାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କୋର୍ଟ କଠୋର ଦଣ୍ଡ...

ଅଧିକ ଟିକାଦାନ କରାଯାଇଥିବା ଦେଶରେ ଦୁଇଗୁଣା ହେଲା ଆକ୍ରାନ୍ତଙ୍କ ସଂଖ୍ୟା…

ଭିକ୍ଟୋରିଆ,୧୨।୫: ସର୍ବାଧିକ ଟିକାଦାନ କରାଯାଇଥିବା ଆଫ୍ରିକୀୟ ଦେଶ ସେଶେଲ୍ସ୍‌ରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ଦୁଇଗୁଣା ହୋଇଛି। ମେ’ ୭ ପରେ...

ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍‌-ହକ୍‌ଙ୍କ ପରଲୋକ

କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍‌-ହକ୍‌ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ...

ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷିଆ ରକେଟ ମାଡ଼, ବିଦ୍ୟୁତ ଯୋଗାଣ ବ୍ୟାହତ…

କିଭ୍‌,୯।୩ : ଗୁରୁବାର ପୁନର୍ବାର ରୁଷିଆ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରୁଷିଆ ରକେଟ ୟୁକ୍ରେନର ଶକ୍ତି ଯୋଗାଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି।...

Advertisement
Archives

Model This Week