ସାହସିକତା ଓ ବୁଦ୍ଧିମତ୍ତା

ବିପଦ ସମୟରେ ବିଜ୍ଞବ୍ୟକ୍ତି ମଧ୍ୟ ବିଚଳିତ ହୋଇପଡ଼େ। ମାତ୍ର ପରିସ୍ଥିତିକୁ ଆୟତ୍ତ କରି କିଛି ତତ୍କାଳ ପଦକ୍ଷେପ ନେବାଦ୍ୱାରା କେବଳ ସେ ମୁହୂର୍ତ୍ତର ବିପଦ ଟଳିଯାଏ ନାହିଁ ବରଂ ଆଗକୁ ଯିବା ପାଇଁ ମିଳେ ପ୍ରେରଣା ଓ ଭବିଷ୍ୟତର ସମସ୍ତ ବିପଦକୁ ସମ୍ମୁଖୀନ ହେବାକୁ ମିଳେ ଅଦମ୍ୟ ସାହସ। ବିପଦକୁ ଭୟ କରିବାର ଅର୍ଥ ଭବିଷ୍ୟତରେ ଏକ ଭୟାତୁର ଓ ଶଙ୍କାକୁଳ ପରିସ୍ଥିତିକୁ ଆହ୍ବାନ କରିବା। ଶିଶୁ ଚାଲିବା ଆରମ୍ଭ କଲେ ବହୁବାର ପଡ଼ିଥାଏ। ଚାଲିବା କେବେ ବନ୍ଦ କରେ ନାହିଁ। ଶାସ୍ତ୍ର କହନ୍ତି, ବିପଦରେ ଧୈର୍ଯ୍ୟ ଓ ସାହସିକତା ଅବଲମ୍ବନ କଲେ ବିପଦ ଯେତେ ଗମ୍ଭୀର ହୋଇଥିଲେ ମଧ୍ୟ ତାହା ଅଚିରେ ଟଳିଯାଏ। ସ୍ବାମୀ ବିବେକାନନ୍ଦଙ୍କ ଜୀବନର ଏକ କ୍ଷୁଦ୍ର ଘଟଣା। ସ୍ବାମିଜୀ ଚିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେବା ପାଇଁ ନ୍ୟୁୟର୍କ ସହରରେ ପହଞ୍ଚତ୍ଲେ। ନ୍ୟୁୟର୍କ ସହରରେ ରହିବା ବ୍ୟୟସାପେକ୍ଷ ଥିବାରୁ ସେ ଅତି ସାଧାରଣଭାବେ ଚଳିଯିବା ପାଇଁ ସହର ଉପକଣ୍ଠ ଜନବସତି ଆଡ଼େ ଯାଉଥାନ୍ତି। ଏହି ସମୟରେ ଜଣେ ସ୍ତ୍ରୀଲୋକ ଚିତ୍କାର କରି ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ କହୁଥାନ୍ତି – ”ହେ ପଥଚାରୀ ! ହୁସିଆର କାମୁଡ଼ା ହନୁମାଙ୍କଡ଼ଟି ଆପଣଙ୍କୁ କାମୁଡ଼ିବାକୁ କ୍ଷିପ୍ରବେଗରେ ପଶ୍ଚାଧାବନ କରୁଛି। ହୁଏତ କାମୁଡ଼ି କ୍ଷତବିକ୍ଷତ କରିପାରେ। ମାଙ୍କଡ଼ଟି ଏଥି ପୂର୍ବରୁ ଅନେକ ଲୋକଙ୍କୁ କାମୁଡ଼ି କ୍ଷତବିକ୍ଷତ କରି ସାରିଲାଣି।“ ସ୍ବାମିଜୀ ପଛକୁ ବୁଲି ଦେଖିଲେ ସତକୁ ସତ ମାଙ୍କଡ଼ଟି ତାଙ୍କ ଆଡ଼କୁ ଖୁବ୍‌ ବେଗରେ ଧାଇଁ ଆସୁଛି। ଅବଶ୍ୟ ସ୍ବାମିଜୀ ଭୟଭୀତ ହୋଇପଡ଼ିଲେ। କିନ୍ତୁ ପରକ୍ଷଣରେ ନିଶ୍ଚଳ ଓ ନିର୍ଭୀକ ଭାବେ ମାଙ୍କଡ଼ ସମ୍ମୁଖରେ ରାସ୍ତା ଉପରେ ଠିଆ ହୋଇଗଲେ। ମାଙ୍କଡ଼ଟି ମଧ୍ୟ ଅଟକି ଗଲା। ସ୍ବାମିଜୀ ମାଙ୍କଡ଼ ଆଡ଼କୁ ପାଦେ ଆଗେଇବାରୁ ମାଙ୍କଡ଼ଟି କ୍ରମେ ପଛଘୁଞ୍ଚା ଦେଲା ଓ ସ୍ବାମିଜୀଙ୍କର କିଛି କ୍ଷତି ନ କରି ସେଠାରୁ ଅନ୍ତର୍ହିତ ହୋଇଗଲା। ଯଦି ସ୍ବାମିଜୀ ଭୟରେ ପଳାୟନ କରିବାକୁ ଚେଷ୍ଟା କରିଥାନ୍ତେ ତେବେ ମାଙ୍କଡ଼ ଆକ୍ରମଣରୁ ସେ କେବେ ନିଜକୁ ରକ୍ଷା କରିପାରି ନ ଥାନ୍ତେ। ସ୍ବାମିଜୀଙ୍କ ତତ୍କାଳ ବୁଦ୍ଧି ଓ ସାହସ ତାଙ୍କୁ ଏକ ନିଶ୍ଚିତ ବିପଦରୁ ରକ୍ଷା କରିବାରେ ସହାୟକ ହେଲା।
କାଶୀ ରାଜା ଥିଲେ ଜଣେ ଅତ୍ୟନ୍ତ ବୁଦ୍ଧିମାନ, ଚତୁର ଓ ବିଜ୍ଞବ୍ୟକ୍ତି। ଥରେ ସେ ତାଙ୍କ ଶ୍ରେଷ୍ଠ ଅମାତ୍ୟଙ୍କୁ କହିଲେ, ମହାମନ୍ତ୍ରୀ ! ମୁଁ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ସମୁଚିତ ଉତ୍ତର ପ୍ରଦାନ କରି ମୋତେ ଦ୍ୱନ୍ଦ୍ୱ ମୁକ୍ତ କରାନ୍ତୁ। ରାଜା ପଚାରିଲେ – ମନୁଷ୍ୟର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ରଟି କ’ଣ, ଯାହାକୁ ପ୍ରୟୋଗକରି ସେ ସମ୍ଭାବ୍ୟ ବିପଦକୁ ଦୃଢ଼ତାର ସହ ଦୂର କରିପାରିବ ? ମନ୍ତ୍ରୀ ସେ ସମୟରେ ସମସ୍ତ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର କଥା ଚିନ୍ତାକଲେ, ହେଲେ କୌଣସି ଉତ୍ତର ଦେବାକୁ ସାହସ କଲେ ନାହିଁ। କାରଣ ତାଙ୍କ ଉତ୍ତର ଯଦି ଭୁଲ୍‌ ପ୍ରମାଣିତ ହୁଏ ତେବେ ନିଜେ ଲଜ୍ଜିତ ହେବାସହ କଠୋର ରାଜଦଣ୍ଡର ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବନାହିଁ। ରାଜା ପନ୍ଦରଦିନ ସମୟଦେଇ କହିଲେ, ମହାମନ୍ତ୍ରୀ ! ଆପଣ ପନ୍ଦରଦିନ ଛୁଟିରେ ଯାଆନ୍ତୁ ଓ ଷୋଡ଼ଶଦିନ ସମୁଚିତ ଉତ୍ତର ସହ ଏଠାରେ ଉପସ୍ଥିତ ହୁଅନ୍ତୁ। ମନ୍ତ୍ରୀ ପନ୍ଦରଦିନ ସିନା ଛୁଟିରେ ରହିଲେ ହେଲେ ଉକ୍ତ ପ୍ରଶ୍ନର ଉତ୍ତର ସେ କାହାକୁ ପଚାରିଲେ ନାହିଁ। ରାଜ୍ୟର ପ୍ରଧାନ ଅମାତ୍ୟ ହୋଇ ଏକଥା ସେ କାହାକୁ ପଚାରିବେ? ପଚାରିଲେ ତାଙ୍କର ଦୁର୍ବଳତା ପ୍ରକାଶ ପାଇବ। ନିରୁପାୟ ଅବସ୍ଥାରେ ମନ୍ତ୍ରୀଙ୍କର ଚଉଦଦିନ ବିତିଗଲା। ଆଜି ହେଉଛି ପଞ୍ଚଦଶ ଦିବସ। ଆସନ୍ତାକାଲି ରାଜା ଦେଇଥିବା ସମୟସୀମା ପୂରା ହେବ। ସେଦିନ ମନ୍ତ୍ରୀ ଗଙ୍ଗାସ୍ନାନ କରି ଫେରିବା ବାଟରେ କିଛି ଲୋକଙ୍କର ଭୟାତୁର ପାଟିତୁଣ୍ଡ ଶୁଣି ପଛକୁ ଚାହିଁଲେ। ଏକ ବଳିଷ୍ଠ ମାରଣା ଶଣ୍ଢ ମନ୍ତ୍ରୀଙ୍କ ମୁଣ୍ଡରେ ପଡ଼ିଥିବା ନାଲି ଗାମୁଛା ଦେଖି ଅତ୍ୟନ୍ତ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିବାକୁ ମାଡ଼ିଆସୁଛି। ସ୍ନାନ ସାରି ଆସୁଥିବାରୁ କେବଳ ଜଳପୂର୍ଣ୍ଣ ଢାଳଟି ବ୍ୟତୀତ ମନ୍ତ୍ରୀଙ୍କ ନିକଟରେ ଆଉ କୌଣସି ଅସ୍ତ୍ର ନ ଥିଲା। ଏଣେ ଶଣ୍ଢଟି କ୍ଷିପ୍ରବେଗରେ ତାଙ୍କ ଆଡ଼କୁ ମାଡ଼ି ଆସୁଛି। ଅନନ୍ୟୋପାୟ ହୋଇ ମନ୍ତ୍ରୀ ଜଳପୂର୍ଣ୍ଣ ଢାଳଟି ଶଣ୍ଢକୁ ଲକ୍ଷ୍ୟକରି ନିକ୍ଷେପ କଲେ। ଢାଳଟି ଶଣ୍ଢର ମସ୍ତକରେ ଶକ୍ତ ଆଘାତ ଦେଲା। ଅକଳ୍ପନୀୟ ଆକସ୍ମିକ ଶକ୍ତ ଆଘାତକୁ ସହି ନ ପାରି ଶଣ୍ଢଟି କିଛି ସମୟ ସ୍ଥାଣୁପରି ରହିଲା ଓ ପରକ୍ଷଣରେ ମନ୍ତ୍ରୀଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ସେ ସ୍ଥାନ ତ୍ୟାଗକରି ଚାଲିଗଲା। ପରଦିନ ରାଜସଭାରେ ମନ୍ତ୍ରୀ ଉପସ୍ଥିତ ହେବାମାତ୍ରେ ରାଜା ପଚାରିଲେ କ’ଣ ମୋ ଉତ୍ତର ମିଳିଲା? ମନ୍ତ୍ରୀ ସହସା ଉତ୍ତର ଦେଲେ ମହାରାଜ! ସାହସ ଓ ଉପସ୍ଥିତ ବୁଦ୍ଧି ହିଁ ପ୍ରକୃଷ୍ଟ ଅସ୍ତ୍ର; ଯାହା ମଣିଷକୁ ଯେକୌଣସି ବିପଦରୁ ରକ୍ଷା କରିପାରେ। ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କଲେ।
ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଏକ କାହାଣୀ ‘ବୁଦ୍ଧିମତୀ କୃଷକ କନ୍ୟା’ରେ ଏପରି ଏକ ସାହସ ଓ ବୁଦ୍ଧିମତ୍ତାର ଅବତାରଣା କରାଯାଇଛି। ଜଣେ କୃଷକ ରାଜାଙ୍କ କ୍ଷେତରେ ହଳ କରୁଥିବା ସମୟରେ ଏକ ସୁବର୍ଣ୍ଣ ହେମଦସ୍ତା ମାଟିରୁ ପାଇଲେ। କୃଷକ ହେମଦସ୍ତାଟି ଧରି ରାଜାଙ୍କୁ ଦେବା ଉଦ୍ଦେଶ୍ୟରେ ରାଜପ୍ରାସାଦକୁ ଯିବା ସମୟରେ ତାଙ୍କ ବୁଦ୍ଧିମତୀ କନ୍ୟା ଏପରି ନ କରିବାକୁ ପରାମର୍ଶ ଦେଇ କହିଲା, ତୁମେ ହେମଦସ୍ତାଟି ରାଜାଙ୍କୁ ଫେରାଇବା ମାତ୍ରକେ ରାଜା ଏହାର ଦଣ୍ଡଟି କାହିଁ ବୋଲି ପଚାରିବେ; କାରଣ ହେମଦସ୍ତା ଓ ଦଣ୍ଡ ଦୁଇଟିଯାକ ପରସ୍ପର ପରିପୂରକ। ତୁମେ ଦଣ୍ଡଟି ଦେଇ ନ ପାରିଲେ ରାଜଦଣ୍ଡରେ ଦଣ୍ଡିତ ହୋଇପାର। କିନ୍ତୁ କୃଷକ ଝିଅ କଥା ନ ଶୁଣି ସିଧା ରାଜବାଟିକୁ ଗଲେ। ରାଜା ସତକୁସତ ହେମଦସ୍ତାର ଦଣ୍ଡଟି କାହଁି ବୋଲି ପଚାରିଲେ। କୃଷକ ଯେତେ କହିଲେ ଯେ ସେ କେବଳ ଏଇ ଗୋଟିକ ଦ୍ରବ୍ୟ ପାଇଛନ୍ତି, ରାଜା କିଛି ଶୁଣିଲେ ନାହିଁ। ଅଧିକନ୍ତୁ କୃଷକକୁ ବନ୍ଦୀକରିବାକୁ ଆଦେଶ ଦେଲେ। ବନ୍ଦୀଶାଳାକୁ ନେବା ସମୟରେ କୃଷକ କହୁଥାନ୍ତି- ‘ମୁଁ ଯଦି ମୋ ଝିଅ କଥା ଶୁଣିଥାନ୍ତି, ତେବେ ଆଜି ଏ ଦୁର୍ଦ୍ଦଶା ଘଟି ନ ଥା’ନ୍ତା। ରାଜା ପଚାରିଲେ- ତୁମ ଝିଅ କ’ଣ କହୁଥିଲା ? କୃଷକ ସବୁକଥା କହିବାରୁ ରାଜା କୃଷକ କନ୍ୟାକୁ ଡକାଇଆଣି ତା’ର ବୁଦ୍ଧିମତ୍ତାର ପରୀକ୍ଷା ପାଇଁ ତାକୁ ଏକାନ୍ତବାସରେ ରଖିବାକୁ ଆଦେଶ ଦେଲେ। ଏହାର କିଛିଦିନ ପରେ ରାଜା ତାଙ୍କ ପ୍ରମୁଖ ଅମାତ୍ୟଙ୍କୁ ରାଜସଭାରେ ପଚାରିଲେ ମହାମନ୍ତ୍ରୀ!
ଆମ ପାଟ ହାତୀର ପ୍ରକୃତ ଓଜନ କେତେ, ମୋତେ ସାତଦିନ ଭିତରେ ଜଣାଇବାକୁ ହେବ। ମନ୍ତ୍ରୀ ଭାବିଲେ ହୁଏତ ବୁଦ୍ଧିମତୀ କୃଷକ କନ୍ୟା ଏ ପ୍ରଶ୍ନର ଉତ୍ତର ଦେଇପାରେ। ମନ୍ତ୍ରୀ ଗୁପ୍ତରେ ଏ ସମସ୍ୟାଟି କୃଷକ କନ୍ୟାକୁ ଜଣାଇଲେ। କୃଷକ କନ୍ୟା ମନ୍ତ୍ରୀଙ୍କୁ କିଛି ପରାମର୍ଶ ଦେଲେ। ପରଦିନ ମନ୍ତ୍ରୀଙ୍କ କଥା ଅନୁସାରେ ପାଟହାତୀକୁ ନଦୀତଟକୁ ନିଆଗଲା ଓ ତାକୁ ଏକ ଡଙ୍ଗାରେ ଚଢ଼ାଇ ଦିଆଗଲା। ଡଙ୍ଗାଟିର ଯେତିକି ଅଂଶ ପାଣିରେ ବୁଡ଼ିଲା ସେତିକି ଅଂଶରେ ନାଲିଚିହ୍ନ ଦିଆଗଲା। ହାତୀକୁ ଡଙ୍ଗାରୁ ବାହାରକରି ନାଲିଚିହ୍ନ ସ୍ପର୍ଶ କରିବା ପର୍ଯ୍ୟନ୍ତ ବାଲି ଭର୍ତ୍ତିକରାଗଲା ଓ ପରେ ବାଲିକୁ ଓଜନ କରାଯାଇ ହାତୀର ଓଜନକୁ ଠିକ୍‌ ନିର୍ଦ୍ଧାରଣ କରାଗଲା। ରାଜା ଏହା କୃଷକ କନ୍ୟାର ବୁଦ୍ଧିମତ୍ତା ବୋଲି ଜାଣି ବଡ଼ ପ୍ରସନ୍ନ ହେଲେ। ଏପରି ଏକ ବୁଦ୍ଧିମତୀ କନ୍ୟାକୁ ଅବହେଳା କରିବା ଉଚିତ ହେବନାହିଁ, ବରଂ ଉକ୍ତ ବୁଦ୍ଧିମତୀ କନ୍ୟା ରାଣୀହେବା ଯୋଗ୍ୟ। ରାଜା କୃଷକ କନ୍ୟାକୁ ବିବାହ କଲେ ଓ କୃଷକଙ୍କୁ ଏପରି ଏକ କନ୍ୟାର ପିତା ହେବାର ସୌଭାଗ୍ୟ ଲାଭ କରିଥିବାରୁ ଧନ୍ୟବାଦ ଦେଇ ତାଙ୍କୁ କାରାମୁକ୍ତ କଲେ। ମଣିଷର ସାହସ, ବୁଦ୍ଧିମତ୍ତା ଓ ଧୈର୍ଯ୍ୟ ସ୍ଥଳବିଶେଷରେ କେବଳ ତାକୁ ବିପଦ ମୁହଁରୁ ବଞ୍ଚାଏ ନାହିଁ; ବରଂ ବ୍ୟକ୍ତି ଅନ୍ୟପାଇଁ ଉଦାହରଣ ପାଲଟିଯାଏ। ଅନେକ ସମୟରେ କିମ୍ବଦନ୍ତୀଗୁଡ଼ିକ ଏକ ସୁସ୍ଥ ସାମାଜିକ ମୂଲ୍ୟବୋଧ ପରିପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥା’ନ୍ତି।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri